ହୁସିଆର ! ହ୍ୱାଟସଆପ ଜରିଆରେ ଆପଣଙ୍କର ପ୍ରତ୍ୟେକଟି ଗତିବିଧିକୁ କରାଯାଉଛି ଟ୍ରାକ୍

29

ଇନଷ୍ଟାଂଟ୍ ମେସେଜିଂ ଆପ ହ୍ୱାଟସଆପରେ ନିକଟରେ ଜାରି କରାଯାଇଥିବା ଅନଲାଇନ ଷ୍ଟାଟସ ଫିଚର ଦ୍ୱାରା ଏକ ବ୍ୟତିକ୍ରମ ସାମ୍ନାକୁ ଆସିଛି । ଆମେରିକାର ଜଣେ ଟେକନିକ ବିଶଷେଜ୍ଞ ତଥା ରବର୍ଟ ହିଟାନ ଦାବି କରିଛନ୍ତି କି, ହ୍ୱାଟସଆପର ଅନଲାଇନ ଷ୍ଟାଟସ ଫିଚର ଜରିଆରେ ୟୁଜର୍ସଙ୍କର ପ୍ରତ୍ୟେକଟି ଗତିବିଧିକୁ ଟ୍ରାକ୍ କରାଯାଉଛି । ଅର୍ଥାତ୍ ହ୍ୱାଟସଆପର ଅନଲାଇନ ଷ୍ଟାଟସ ଫିଚର ଜରିଆରେ ୟୁଜର୍ସ କେତେବେଳେ ଅନଲାଇନ ରହିଥିଲେ ସେ ସଂପର୍କରେ ସୂଚନା ମିଳିଯାଇଥାଏ । ଯାହାଦ୍ୱାରା କି ୟୁଜର୍ସଙ୍କ ଗତିବିଧିର ସମୟସୀମାକୁ ଟ୍ରାକ୍ କରାଯାଇପାରେ । ତେବେ ଏହା କିପରି ସମ୍ଭବ, ଆସନ୍ତୁ ଜାଣିବା ।

ରବର୍ଟଙ୍କ କହିବା କଥା ହେଲା, ୟୁଜର୍ସଙ୍କର ଗତିବିଧିକୁ ଲ୍ୟାପଟପ, କ୍ରୋମ ଏକ୍ସଟେନସନ ଏବଂ ହ୍ୱାଟସଆପ ୱେବ ଜରିଆରେ ମଧ୍ୟ ଟ୍ରାକ୍ କରାଯାଇପାରିବ । ଏଥିସହିତ ରବର୍ଟ ଏକ ୪ଲାଇନର ଜାଭାକ୍ସିଷ୍ଟ କୋର୍ଡ ଦେଇଛନ୍ତି ଯାହାକି ୟୁଜରର ଲାଷ୍ଟ ସିନ୍ ସେଟିଂକୁ ଟ୍ରାକ କରିଥାଏ ଏବଂ ଏକ ପ୍ୟାଟର୍ନ ସୃଷ୍ଟି କରିଥାଏ । ରବର୍ଟ ସର୍ବଶେଷରେ ସୂଚିତ କରିଛନ୍ତି କି ଲାଷ୍ଟ ସିନକୁ ହାଇଡ କରାଯାଇ ପାରିବ କିନ୍ତୁ ଅନଲାଇନ ଷ୍ଟାଟସକୁ ହାଇଡ କରିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ବିକଳ୍ପ ନାହିଁ । ଏଭଳି ପରିସ୍ଥିତିରେ ଯଦି କେହି ଚାହାଁନ୍ତି ତେବେ ୟୁଜର୍ସଙ୍କ ନିକଟରେ ଅନଲାଇନ ଷ୍ଟାଟସ ଜରିଆରେ ନଜର ରଖିପାରିବେ ।

କିଭଳି କାମ କରିଥାଏ

ଯଦି ଆପଣଙ୍କର ମୋବାଇଲ ନମ୍ବର ଅନ୍ୟ କୌଣସି ଫୋନରେ ସେଭ ରହିଛି ତେବେ ସେ ଏହାଦ୍ୱାରା ଆପଣ ଅନଲାଇନ ଅଛନ୍ତି କି ନାହିଁ ଏସଂପର୍କରେ ଖବର ପାଇପାରନ୍ତି । ଏଥିପାଇଁ ଜରୁରୀ ଅଟେ କି ଆପଣଙ୍କର ମୋବାଇଲେ ମଧ୍ୟ ତାଙ୍କ ନମ୍ବର ସେଭ ରହିଥିବା ଆବଶ୍ୟକ ଅଟେ । ସୂଚନା ମୁତାବକ, ଏହାଦ୍ୱାରା ଏକାସାଥିରେ ଦୁଇ ଜଣ ଅନଲାଇନ ଅଛନ୍ତି କି ନାହିଁ ସେ ସଂପର୍କରେ ମଧ୍ୟ ସୂଚନା ମିଳିଯାଇଥାଏ । ଯଦିଓ ଏଥିପାଇଁ ଦୁଇଟି କୋର୍ଡର ଆବଶ୍ୟକତା ପଡିପାରେ । ତେବେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ହ୍ୱାଟସଆପ ପକ୍ଷରୁ କୌଣସି ବି ପ୍ରତିକ୍ରିୟା ମିଳିପାରିନାହିଁ ।

ସୌଜନ୍ୟ-ଦୈନିକ ଜାଗରଣ