ନିଆରା ସଂପ୍ରଦାୟର ଗୋପନୀୟ ରୀତି ! ଜାଣନ୍ତୁ କେମିତି ହୁଏ କିନ୍ନର ମାନଙ୍କ ଅନ୍ତିମ ସଂସ୍କାର

164

ସାଧାରଣତଃ କିନ୍ନର ସଂପ୍ରଦାୟକୁ ନେଇ ଆପଣ ଅନେକ ଗୁଡିଏ କଥା ଶୁଣିବାକୁ ପାଇଥିବେ । ଯାହାକୁ ଆପଣ ଥାର୍ଡ ଜେଣ୍ଡର ବା ଟ୍ରାନ୍ସ ଜେଣ୍ଡର ନାମରେ ଜାଣିବାକୁ ପାଉଛନ୍ତି । ତେବେ ସେମାନଙ୍କ ଦୁନିଆ ଯେପରି ସମସ୍ତଙ୍କଠାରୁ ଅଲଗା ହୋଇଥାଏ । ସେହିପରି ସେମାନଙ୍କ ରୀତିନୀତି ମଧ୍ୟ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ । ମାତ୍ର କିନ୍ନରଙ୍କୁ ନେଇ ଆଜି ବି ଅନେକ ରହସ୍ୟମୟ କଥା ରହିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କିନ୍ନରଙ୍କ ଅନ୍ତିମ ସଂସ୍କାର ସଂକ୍ରାନ୍ତରେ । ଯାହାକୁ ଜାଣିଲେ ଆପଣ ନିଶ୍ଚୟ ଭାବରେ ବିସ୍ମୟ ହେବାକୁ ବାଧ୍ୟ ହେବେ ।

କିନ୍ନରଙ୍କ ଅନ୍ତିମ ସଂସ୍କାର ସାଧାରଣତଃ ଗୋପନୀୟ ଭାବରେ କରାଯାଇଥାଏ । ଆଉ ଏହି କର୍ମରେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ସଂପ୍ରଦାୟର କିନ୍ନରମାନଙ୍କୁ ସାମିଲ କରାଯାଇ ନଥାଏ । ତେବେ, ସେମାନଙ୍କ ବିଶ୍ୱାସ ଥାଏ ଯେ, ଯଦି ଅନ୍ୟ ସଂପ୍ରଦାୟର କିନ୍ନର ତାଙ୍କର ଏହି କର୍ମରେ ସାମିଲ ହୁଅନ୍ତି ତେବେ ମୃତକଟି ତାର ପର ଜନ୍ମରେ କିନ୍ନର ହିଁ ହୋଇ ଜନ୍ମ ହୋଇଥାଏ ।

କିନ୍ନରଙ୍କ ଶବ ଯାତ୍ରା ସାଧାରଣତଃ ରାତି ସମୟରେ ହିଁ କରାଯାଇଥାଏ । ଆଉ ଏହା ପୂର୍ବରୁ ମୃତକକୁ ଜୋତା ଚପଲରେ ମାଡ ମଧ୍ୟ ମରା ଯାଇଥାଏ । ଏହା କରିବାଦ୍ୱାରା ସେ ଆଉ ପର ଜନ୍ମରେ କିନ୍ନର ହୋଇ ଜନ୍ମ ନେଇ ନ ଥାଏ ବୋଲି ତାଙ୍କର ଗଭୀର ବିଶ୍ୱାସ ରହିଛି । ଏମାନଙ୍କର ଆଉ ଏକ ବିଶେଷତା ରହିଛି ଯେ, ଯଦି କୌଣସି କିନ୍ନରର ମୃତ୍ୟୁ ହୋଇଯାଏ ତେବେ ତାର ବିୟୋଗରେ ସେମାନେ ଦୁଃଖ ପ୍ରକାଶ କରି ନଥାନ୍ତି ବରଂ ସେ ଏଭଳି ନର୍କ ତଥା ଅଭିଶକ୍ତ ଜନମରୁ ମୋକ୍ଷ୍ୟ ଲାଭ କରିଥିବା ଖୁସି ପାଳନ କରିଥାନ୍ତି । ଖାଲି ସେତିକି ନୁହେଁ ସେମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ତାର ସ୍ୱର୍ଗପ୍ରାପ୍ତି କାମନା କରି ବିଭିନ୍ନ ଦାନ ଧର୍ମ ମଧ୍ୟ କରିଥାନ୍ତି ।