ରାତି ପାହିଲେ ରକ୍ଷାବନ୍ଧନ : ନିଜ ସୁନା ଭଉଣୀକୁ ଉପହାର କରିପାରିବେ ଏହି ସ୍କୁଟି, ଦାମ ୫୦ ହଜାର ଟଙ୍କାରୁ ବି ବହୁତ କମ୍

50

ରାତି ପାହିଲେ ପବିତ୍ର ରକ୍ଷାବନ୍ଧନ । ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ସଂପର୍କର ବନ୍ଧନ । ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନେ୍ଧ ଉଭଣୀ । ଆଉ ଏହା ବଦଳରେ ଭାଇ ମଧ୍ୟ ଭଉଣୀକୁ କିଛି ଉପହାର ଦେଇଥାଏ । ତେବେ ସେ ଡ୍ରେସ ହେଉ ଅବା ଅଳଙ୍କାର । ଯଦି ଆପଣ ମଧ୍ୟ ରକ୍ଷାବନ୍ଧନରେ ନିଜ ସୁନାଲାଖି ଭଉଣୀକୁ କିଛି ଉପହାର ଦେବାକୁ ଇଚ୍ଛା କରିଛନ୍ତି ତେବେ ଆପଣ ଆପଣଙ୍କ ଭଉଣୀକୁ ଏକ ଗାଡି ଉପହାର କରିପାରିବେ ଆଉ ସେ ବି ପୁଣି ଆପଣଙ୍କ ବଜେଟ୍ ଭିତରେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଗାଡିର ତାଲିକା ଦେବୁ ଯାହାକୁ ଆପଣ ଆପଣଙ୍କ ଭଉଣୀକୁ ଉପହାର ଦେଇପାରିବେ ଏବଂ ସେ ବି ପୁଣି ଆପଣଙ୍କ ବଜେଟ୍ ଭିତରେ…

ହିରୋ ଡୁଏଟ

ହିରୋ ଡୁଏଟ ଉଭୟ ବଜେଟ ଏବଂ ଫିଚର୍ସ ହିସାବରେ ବହୁତ ଭଲ ସ୍କୁଟର ଭାବେ ପ୍ରମାଣିତ । ଏହି ସ୍କୁଟରରେ ୧୧୦ସିସିର ଏୟରକୁଲ୍ଟ, ଫୋରଷ୍ଟ୍ରୋକ, ସିଙ୍ଗିଲ ସିଲିଣ୍ଡର ଇଂଜିନ ଦିଆଯାଇଛି । ଏହି ଗାଡିର ସବୁଠୁ ଭଲ କଥା ହେଲା କି, ଏଥିରେ ଅଣ୍ଡରସିଟ ବଲ୍ୱ ସହିତ ଚାର୍ଜିଂ ୩.୦ ୟୁଏସବି ପୋର୍ଟ ଦିଆଯାଇଛି । ଏହି ଗାଡିର ଦାମ ୪୭, ୨୫୦ ରୁ ଆରମ୍ଭ କରି ୫୩ ହଜାର,୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଟିଭିଏସ ସ୍କୁଟି ପେପ ପ୍ଲସ

ଟିଭିଏସ ସ୍କୁଟି ପେପ ପ୍ଲସ ନିଜ ବ୍ରାଣ୍ଡ ଡିଜାଇନ ଏବଂ କମ ଓଜନକୁ ନେଇ ବେଶ ଚର୍ଚ୍ଚିତ । ଏଥିରେ ୮୭.୮ସିସିର ୪-ଷ୍ଟ୍ରୋକ, ସିଙ୍ଗିଲ ସିଲିଣ୍ଡର , ଫୋସର୍ଡ ଏୟାର କୁଲ୍ଡ ଇଂଜିନ ଦିଆଯାଇଛି । ଏହି ସ୍କୁଟରର ମାଇଲେଜ ମଧ୍ୟ ୬୮କେଏମପିଏଲ ରହିଛି । ସ୍କୁଟର ଇଂଜିନ ୫ପିଏଚପିର ପାୱାର ଏବଂ ୬ଏନଏମର ଟର୍କ ଜେନେରେଟ କରିଥାଏ । ଯାହାର ଦାମ ରହିଛି ମାତ୍ର ୪୦ ହଜାର ୯୮୭ ଟଙ୍କା ।

ହୋଣ୍ଡା ଆକ୍ଟିଭା ଆଇ

ହୋଣ୍ଡା ଆକ୍ଟିଭା ଆଇକୁ ତାର କମ ଓଜନ ପାଇଁ ମହିଳାଙ୍କ ଭିତରେ ବେଶ ଆଦୃତ । ଏହା ଗାଡି ମହିଳାଙ୍କ ପାଇଁ ବେଷ୍ଟ । ଏଥିରେ ୧୦୯ସିସିର ଫେନକୁଲ୍ଡ, ୪ ଷ୍ଟ୍ରୋକ୍, ଏସଆଇ, ବିଏସ-ଆଇଭି ଇଂଜିନ ବ୍ୟବହୃତ ହୋଇଛି । ଇଂଜିନ ୮ବିଏଚପିର ପାୱାର ଏବଂ ୮.୯୪ଏନଏମର ଟର୍କ ଜେନେରେଟ କରିଥାଏ । ତେବେ ଏହାର ଦାମ ରହିଛି ମାତ୍ର ୪୯,୫୭୦ ଟଙ୍କା ।