ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର ! ଖୁବଶୀଘ୍ର ବର୍ଦ୍ଧିତ ହେବାକୁ ଯାଉଛି ପେନସନ ବାବଦକୁ ମିଳୁଥିବା ଟଙ୍କା

82

ପେନସନଧାରୀଙ୍କ ପାଇଁ ଖୁସି ଖବର । ଏବେ ବର୍ଦ୍ଧିତ ହେବ ନ୍ୟୁନ ପେନସନଧାରୀଙ୍କ ଟଙ୍କା । ପୂର୍ବରୁ କ୍ୟାବିନେଟ୍ ଇପିଏସ୍ ଅନୁସାରେ ନ୍ୟୁନ ପେନସନପ୍ରାପ୍ତ ଅଧିକାରୀଙ୍କୁ ମାସିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ମଂଜୁରୀ ଦିଆଯାଇଥିଲା । ଏହାପରେ ଗତବର୍ଷ ଏହି ପ୍ରକ୍ରିୟାକୁ ଜାରି ରଖାଗଲା । ବର୍ତ୍ତମାନ କେନ୍ଦ୍ର ସରକାର ନ୍ୟୁନ ପେନସନକୁ ବର୍ଦ୍ଧିତ କରିବା ପାଇଁ ଇପିଏଫଓକୁ ୮୧୩ କୋଟି ଟଙ୍କା ଦେବାକୁ ଅଂଟା ଭିଡିଛନ୍ତି ।

ଏହି ଯୋଜନା ପ୍ରଚଳିତ ହେବା ପରେ ଲୋକଙ୍କୁ ନ୍ୟୁନ ପେନସନ୍ ରୂପେ ୨୦୦୦ ଟଙ୍କା ମିଳିବ । ଜଣେ ସରକାରୀ ଅଧିକାରୀଙ୍କ ମତରେ ଯଦି ଆଗକୁ ଏଭଳି ଯୋଜନା ପ୍ରଚଳିତ ହୁଏ ତେବେ ଦେଶରେ ୪୦ ଲକ୍ଷ ପେନସନଧାରୀଙ୍କୁ ଫାଇଦା ହେବ । କିନ୍ତୁ ଏହାର ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ସିଧାସଳଖ ପଡିବ । କେନ୍ଦ୍ର ସରକାର ୩୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଘାଟାରେ ପଡିପାରନ୍ତି । ଯେଉଁ ପେନସନଧାରୀମାନେ ୨୦୦୦ ଟଙ୍କାରୁ କମ୍ ପେନସନ୍ ପାଉଥିଲେ ସେମାନଙ୍କୁ ୨୦୦୦ ଟଙ୍କାରୁ ଦୁଇଗୁଣା ଅଧିକ ଟଙ୍କା ଦେବାକୁ ଇପିଏଫଓ ବିଭାଗକୁ କୁହାଯାଇଛି ।

ଶ୍ରମ ମନ୍ତ୍ରାଳୟ ଇପିଏଫଓକୁ ସମ୍ପୁର୍ଣ୍ଣ ନଗଦ ଏବଂ ଲାଭକାରୀଙ୍କ ସଂଖ୍ୟା ଗଣନା କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଖୁବଶୀଘ୍ର ପେନସନଧାରୀ ଏହାର ଲାଭ ଉଠାଇବାକୁ ଯାଉଛନ୍ତି । ବେତନଭୋଗୀ କର୍ମଚାରୀଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ଏବଂ ବିବିଧ ପ୍ରାବଧାନ ଅଧିନିୟମ ,୧୯୫୨ ଏବଂ ଇପିଏସ୍ ୧୯୯୫ ମୁତାବକ ଦୁଇଟି ରିଟାୟାର୍ମେଂଟ ସେଭିଙ୍ଗ୍ ସ୍କିମ୍ ରହିିଛି । ରିପୋର୍ଟକୁ ଯଦି ଲକ୍ଷ କରିବେ ପ୍ରାୟ ୬୦ ଲକ୍ଷ ଲୋକ ଇପିଏଫ୍ ୧୯୯୫ ସ୍କିମର ଲାଭ ଉଠାଉଛନ୍ତି । ଲାଭକାରୀଙ୍କ ମଧ୍ୟରୁ ୧୮ ଲକ୍ଷ ଲୋକ ୧୦୦୦ ଟଙ୍କାରୁ କମ୍ ପେନସନ୍ ପାଉଛନ୍ତି । ବର୍ତ୍ତମାନ ସରକାରଙ୍କ ପାଖରେ ଯୋଜନା ଅନୁସାରେ ୯୦୦୦ କୋଟି ଟଙ୍କା କୁଳ ବିତରଣ ସହ ତିନିଲକ୍ଷ କୋଟି ଟଙ୍କା ମହଜୁଦ୍ ହୋଇ ରହିଛି ।