ଚାକିରିଆଙ୍କୁ ମୋଦି ସରକାରଙ୍କ ନୂଆ ବର୍ଷ ଭେଟି ! ପିଏଫରେ ଆଣୁଛନ୍ତି ଏକ ବହୁତ ବଡ ପରିବର୍ତ୍ତନ

394

ଇପିଏଫଓ ସହ ଜଡିତ କର୍ମଚାରୀଙ୍କୁ ଚଳିତ ବର୍ଷ ତଥା ୨୦୧୯ରେ ଏକ ବହୁତ ଭଲ ବିକଳ୍ପ ମିଳିପାରେ । ଯେଉଁଥିରେ ସେମାନେ ସେୟାର ବଜାରରେ ନିଜ ନିବେଶକୁ ବୃଦ୍ଧି ଏବଂ ହ୍ରାସ କରିପାରିବେ । ଏଥିରେ ତାଙ୍କୁ ନିଜର ରିଟାୟରମେଂଟ ଫଣ୍ଡ ନିଜ ହିସାବରେ ମ୍ୟାନେଜ କରିବାର ବିକଳ୍ପ ମିଳିବ । ଇପିଏଫଓ ବର୍ତ୍ତମାନ ୧୫ ପ୍ରତିଶତ ରକମ ସେୟାର ବଜାର ସହ ଜଡିତ ଫଣ୍ଡ(ଇଟିଏଫ)ରେ ନିବେଶ କରିଥାଏ ।

ସାଧାରଣତଃ ଇଟିଏଫରେ ନିବେଶର ରକମ ଇପିଏଫ ଖାତାଧାରକଙ୍କର ଆକାଉଁଟରେ ଦେଖାଯାଇନଥାଏ । ନା ହିଁ ସେମାନଙ୍କ ନିକଟରେ ଏହି ବିକଳ୍ପ ରହିଛି କି ସେମାନେ ରିକ୍ସ ନେବାର କ୍ଷମତା ଆଧାରରେ ଏହି ରକମକୁ କମାଇ କିମ୍ବା ବଢାଇ ପାରିବେ । ହେଲେ ଇପିଏଫଓ ଏଭଳି ଏକ ସଫ୍ଟଓୟାର ପ୍ରସ୍ତୁତ କରିଛି , ଯେଉଁଥିରେ ଉଭୟ କ୍ୟାସ ଏବଂ ଇଟିଏଫର ରକମକୁ ପୃଥକ ପୃଥକ ନଜର ଆସିବ ।

କ୍ୟାସ ଏବଂ ଇପିଏଫର କମ୍ପୋନେଟ ପୃଥକ ପୃଥକ ଦେଖାଯିବା ପରେ ଇପିଏଫଏର ପରବର୍ତ୍ତୀ ପଦକ୍ଷେପ ଏହା ରହିବ କି ସେମାନେ ଉପଭୋକ୍ତାଙ୍କୁ ସେୟାର ବଜାରରେ ନିବେଶ ହ୍ରାସ ଏବଂ ବୃଦ୍ଧିର ବିକଳ୍ପ ଉପଲବ୍ଧ କରାଇବା । ତେବେ ଇପିଏଫର ସେଂଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି ।