ଇପିଏଫଓର ବଡ ଉପହାର: ଚାକିରି କରିବାର ମାତ୍ର ଏତିକି ଦିନରେ କର୍ମଚାରୀ ପାଇବେ ୨୦ ଲକ୍ଷ ଟଙ୍କାର ଫାଇଦା

13,919

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫଓ ନିଜର ୫ କୋଟିରୁ ଅଧିକ ଅଂଶୀଦାରଙ୍କୁ ଖୁବ ଶୀଘ୍ର ହିଁ ଏକ ବଡ ଉପହାର ଦେବାକୁ ଯାଉଛି । ଏହା ଅନୁସାରେ, ଗ୍ରାଚ୍ୟୁଟି ପାଇଁ ସମୟ ସୀମା ହ୍ରାସ କରିବା ଏବଂ ପେନସନ ବୃଦ୍ଧି କରିବା ଆଦି ସାମିଲ ରହିଛି । ବର୍ତ୍ତମାନ ଏକ ସଂସ୍ଥାରେ ଲଗାତର ୫ ବର୍ଷ କାମ କରିବା ଦ୍ୱାରା ପିଏଫ ଅଂଶ ଧାରକଙ୍କୁ ଗ୍ରାଚ୍ୟୁଟି ମିଳିଥାଏ । ଏବେ ଇପିଏଫଓ ଏହି ସମୟ ସୀମାକୁ କମାଇ ୩ ବର୍ଷ କରିବାକୁ ଯାଉଛି । ତେବେ ନୂଆ ନିୟମ ମୁତାବକ, ଏବେ ଅଂଶଧାରକଙ୍କୁ ୨୦ ଲକ୍ଷ ଟଙ୍କା ଗ୍ରାଚ୍ୟୁଟି ଆଧାରରେ ମିଳିବ । ଏହାଦ୍ୱାରା କର୍ମଚାରୀଙ୍କୁ ବଡ ଫାଇଦା ମିଳିବାର ସମ୍ଭାବନା ରହିଛି । ମିନିମମ ପେନସନ ୨ ହଜାର ଟଙ୍କା କରିବାକୁ ବୈଠକରେ ନିଷ୍ପତି ନିଆଯିବାର ଆଶା ରହିଛି । ତେବେ ଅର୍ଥ ମନ୍ତ୍ରାଳୟ ତରଫରୁ ସର୍ବନିମ୍ନ ପେନସନ ଉପରେ ମଂଜୁରୀ ମିଳିସାରିଛି ।

ଫିକ୍ସ ଟର୍ମ ବାଲାଙ୍କୁ ବି ମିଳିବ ଲାଭ

ଏବେ ଫିକ୍ସ ଟର୍ମ କର୍ମଚାରୀଙ୍କୁ ବି ଗ୍ରାଚ୍ୟୁଟିର ଫାଇଦା ମିଳିପାରେ । ଏଥିରେ ସେହି ସମସ୍ତ କର୍ମଚାରୀ ରହିଛନ୍ତି, ଯେଉଁମାନଙ୍କୁ ଏକ ଅନୁବନ୍ଧ ଉପରେ ଦୁଇ ବର୍ଷରୁ ଅଧିକ ସମୟ ପାଇଁ ରଖାଯାଇଥାଏ । ଏଭଳି କର୍ମଚାରୀ ଙ୍କୁ ଚାକିରି କରିବା ସମୟର ଅନୁପାତରେ ଗ୍ରାଚ୍ୟୁଟି ମିଳିବ ବୋଲି ସବୁଜ ସଂକେତ ମିଳିପାରେ । ପିଏଫ ଆଧାରରେ ଗ୍ରାଚ୍ୟୁଟି ପାଇଁ ୟୁଏଏନ ଭଳି ଖାତା ଖୋଲା ଯାଇପାରେ ।

୪ ଡିସେମ୍ବରରେ ହେବ ବୈଠକ

ଇପିଏଫଓର ସେଂଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି (ସିବିଟି)ର ଆଗାମୀ ୪ ଡିସେମ୍ବରକୁ ବୈଠକ ହେବ , ଯେଉଁଥିରେ ଏସମସ୍ତ ପ୍ରସ୍ତାବକୁ ସବୁଜ ସଂକେତ ମିଳିବାର ସମ୍ଭାବନା ରହିଛି । କାହିଁକି ନା ଏହି ପ୍ରସ୍ତାବ ସରକାରଙ୍କ ତରଫରୁ ଶ୍ରମ ମନ୍ତ୍ରାଳୟ ପ୍ରସ୍ତୁତ କରିଛନ୍ତି । କେବଳ ଏହି ପ୍ରସ୍ତାବକୁ ବୈଠକରେ ପାରିତ ହେବାରେ ବାକି ରହିଛି । ଆଉ ପ୍ରସ୍ତାବଟି ପାରିତ ହୋଇଯିବା ପରେ ଏହି ସୁବିଧା କୋଟି କୋଟି ଅଂଶଧାରକଙ୍କୁ ମିଳିବ ।