ବଡ ଖବର! ଆପଣଙ୍କର ଅବସର ଦିନ ହିଁ ମିଳିବ ଇପିଏଫ୍ ଏବଂ ପେନସନ ବାବଦ ଅର୍ଥ

122

ରିଟାୟରମେଂଟ୍ ଫଣ୍ଡ ବଡି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ କର୍ମଚାରୀମାନଙ୍କୁ ଅବସର ନେବା ଦିନ ହିଁ ପେନସନ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସଂସଦରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ । ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ସେ ଏହି ସୂଚନା ଦେଇଛନ୍ତି । ଇପିଏଫଓ ଦ୍ୱାରା ନିଜର ସମସ୍ତ ଅଧିକାରୀମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ କୁହାଯାଇଛି, ଇପିଏଫ ସ୍କିମ୍ ୧୯୫୨ ଏବଂ କର୍ମଚାରୀ ପେନସନ ଯୋଜନା ବା ଇପିଏସ ସ୍କିମ୍ ୧୯୯୫ ବାବଦ ଅର୍ଥ ଅବସର ନେବା ଦିନ ହିଁ ପ୍ରଦାନ କରିବେ ।

ସେହିଭଳି ଗ୍ରାଚ୍ୟୁଟି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଗ୍ର୍ରାଚ୍ୟୁଟି ପ୍ରଦାନ ନିୟମ ୧୯୭୨ ଅନୁସାରେ ଯେଉଁ ବ୍ୟକ୍ତି ଯେବେ ଏହି ଅର୍ଥ ପାଇବାକୁ ହକଦାର ହୋଇଥନା୍ତି ତାର ତା’ର ୩୦ ଦିନ ମଧ୍ୟରେ କଂପାନୀ ଉକ୍ତ ଅର୍ଥ ପ୍ରଦାନ କରିବ । ଦେଶରେ ପାଖାପାଖି ୪୮.୮୫ ଲକ୍ଷ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ୫୫.୫୧ ଲକ୍ଷ ପେନସନ ଉପଭୋକ୍ତା ଅଛନ୍ତି ।

ଇପିଏଫ ସଂପର୍କରେ କିଛି ଜରୁରୀ କଥା

ସରକାରୀ ଚାକିରିଆଙ୍କ ପାଇଁ ଏହା ହେଉଛି ସୋସିଆଲ୍ ସିକ୍ୟୁରିଟି ସ୍କିମ୍ । ଯଦି ଆପଣଙ୍କ ଦରମା ମାସ ପ୍ରତି ୧୫,୦୦୦ଟଙ୍କା ରହିଛି ତେବେ ଆପଣ ଏହି ସ୍କିମରେ ସାମିଲ ହେବା ପାଇଁ ବାଧ୍ୟ ଅଟନ୍ତି । ଆପଣ ଯଦି ଚାକିରୀ କରୁଛନ୍ତି ତେବେ ଆପଣଙ୍କ କଂପାନୀ ଆପଣଙ୍କ ଦରମାର କିଛି ଅଂଶ କାଟି ଆପଣଙ୍କ ଇପିଏଫ ଖାତାରେ ଜମା କରିଦେଇଥାନ୍ତି । ଏହି ଟଙ୍କାକୁ କେନ୍ଦ୍ର ସରକାରଙ୍କ ଫଣ୍ଡରେ ଜମା କରିଦିଆଯାଇଥାଏ ଓ ଦରକାରୀ ସମୟରେ ସୁଧ ସହିତ ଏହି ଟଙ୍କା ଆପଣ ବାହାର କରିପାରିଥାନ୍ତି ।
ଆପଣଙ୍କ କଂପାନୀ ଆପଣଙ୍କୁ ଇପିଏଫ ଆକାଉଂଟ ନମ୍ବର ଦେଇଥାନ୍ତି । ଏହି ଆକାଉଂଟ ନମ୍ବର ମଧ୍ୟ ଆପଣଙ୍କ ପାଇଁ ବ୍ୟାଙ୍କ ଆକାଉଂଟ ଭଳି ସମାନ । କାରଣ ଏଥିରେ ଆପଣଙ୍କ ଭବିଷ୍ୟତ ପାଇଁ ଟଙ୍କା ଜମା ରହିଥାଏ ।

ସେହିପରି ୟୁଏଏନ୍ ନମ୍ବର ମାଧ୍ୟମରେ ଆପଣ ନିଜ ଖାତାରେ କେତେ ଟଙ୍କା ଜମା ରହିଛି ଜାଣିପାରିବେ ଓ ଜମା ରାଶି ବାହାର କରିବାକୁ ଚାହିଁଲେ ଏହି ନମ୍ବର ଆପଣଙ୍କ ପାଇଁ ଆବଶ୍ୟକ ରହିଥାଏ ।

ଆପଣ ଆପଣଙ୍କର ୟୁଏଏନ୍ ନମ୍ବର ସେହି କଂପାନୀଠାରୁ ନେଇ ପାରିବେ ଯେଉଁଠାରେ ଆପଣ ଚାକିରୀ କରୁଛନ୍ତି କିମ୍ବା ଚାକିରୀ କରୁଥିଲେ । ଆପଣ ଆପଣଙ୍କ ମୋବାଇଲ୍ ନମ୍ବରକୁ ଇପିଏଫଓ ସହିତ ସଂଯୋଗ କରିପାରିବେ । ତେବେ ରେଜିଷ୍ଟର କରିବା ପାଇଁ କଂପାନୀରୁ ମିଳଥିବା ୟୁଏଏନ୍ ନମ୍ବରକୁ ଆପଣଙ୍କୁ ଦେବାକୁ ପଡିବ ।

ସୌଜନ୍ୟ: ଇଣ୍ଡିଆ ଟୁଡେ