ବିଜ୍ଞାନର କମାଲ ! ଏଣିକି ଟି-ସର୍ଟ ଦେଖାଇବ ଚାଳକଙ୍କୁ ରାସ୍ତା

49

ଟିକେ ଭାବନ୍ଟୁ ତ ଆପଣ ରାସ୍ତାରେ ଡ୍ରାଇଭିଂ କରୁଛନ୍ତି ଆଉ ଆପଣଙ୍କୁ ଜଣା ନଥିବ ଆଗକୁ କୌଣସି ଖାଲ କିମ୍ବା ମୋଡ ରହିଛି ବୋଲି । ଠିକ୍ ଏହି ସମୟରେ ଆପଣ ପିନ୍ଧିଥିବା ଟି-ସାର୍ଟଟି ଏହି ସଂପର୍କରେ ସୂଚନା ଦିଏ । ତେବେ କଥାଟା ଆପଣଙ୍କୁ କୌଣସି ସିନେମା ଭଳି ଲାଗୁଥିବ କିନ୍ତୁ ଏହା ବାସ୍ତବ ଅଟେ ।

ସୂଚନା ମୁତାବକ, ୱାଶିଂଟନ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିବା ଜଣେ ଭାରତୀୟ ଇଂଜିନିୟର ବିକ୍ରମ ଅୟର ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି । ସେ ଏକପ୍ରକାର ଟି-ସର୍ଟର ଆବିଷ୍କାର କରିଛନ୍ତି ଯାହା ଏକ ରେଡିଓ ଭଳି କାର୍ଯ୍ୟ କରିଥାଏ । ବିକ୍ରମଙ୍କ ସୂଚନା ମୁତାବକ, ଏହି ଟି-ସର୍ଟରେ ଅନେକ ରେଡିଓ ଟ୍ରାନ୍ସମିଟରସ ଲଗାଯାଇଛି ଯାହାକୁ ବ୍ରେକସ୍କେଟରିଂ ଆପ୍ ରେଡିଓ ସିଗନାଲ୍ସ ବୋଲି କୁହାଯାଏ । ଏହି ଟ୍ରାନ୍ସମିଟର ଉପଲବ୍ଧ ଥିବା ରେଡିଓ ସିଗଲାନ୍ସକୁ ସନ୍ଧାନ ଲଗାଇବାରେ ସହାୟକ ହେବାସହ ତାହା ମଧ୍ୟରେ କିଛି ପରିବର୍ତ୍ତନ ଆଣିଥାଏ । ଆଉ ପରେ ତାକୁ ଛାଡି ଦେଇଥାଏ ।

ସାଧାରଣତଃ ଏକ ରାସ୍ତାରେ ଅନେକ ସାରା ସିଗନାଲ୍ସ ଦେଖିବାକୁ ମିଳିଥାଏ କିନ୍ତୁ ଏହା କେବଳ ସେହି ସିଗନାଲ୍ସ ଛାଡିଥାଏ ଯାହା ଜରୁରୀ ଅଟେ । ଅର୍ଥାତ୍ ଲୋକେ ଏହି ଟି-ସର୍ଟ ମାଧ୍ୟମରେ ରାସ୍ତା ଆଗକୁ ରହିଥିବା କୌଣସି ମୋଡାଣି କିମ୍ବା ଖାଲ ଅଥବା ବିପଦ ସଂପର୍କରେ ପୂର୍ବରୁ ସୂଚନା ଦେଇଥାଏ ।