ମୃତ୍ୟୁର ରହସ୍ୟ ଖୋଜିବାକୁ ଆତ୍ମହତ୍ୟା ! ସୃଷ୍ଟିର ସବୁଠାରୁ ବଡ଼ ପ୍ରଶ୍ନର ଉତ୍ତର ଚାହୁଁଥିବା ଜଣେ ଇଂଜିନିୟରଙ୍କ କାହାଣୀ

41

‘ଜାତସ୍ୟ ହି ଧ୍ରୁବମ୍ ମୃତ୍ୟୁ’, ପୃଥିବୀ ପୃଷ୍ଠରେ ଆଜି ପର୍ଯ୍ୟନ୍ତ ଯେଉଁମାନେ ବି ଜନ୍ମ ନେଇଛନ୍ତି ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ ହୋଇଛି । ଆଉ ଏହି ଜନମ-ମରଣର ରହସ୍ୟକୁ ଜାଣିବା ପାଇଁ କାହିଁ କେତେ କାଳୁ ଅନେକ ମୁନୠଷି ପ୍ରସାୟ କରି ବିଫଳ ହୋଇଛନ୍ତି । ଏପରିକି ବୈଜ୍ଞାନିକମାନେ ବି ଏଯାବତ୍ ଏହି ରହସ୍ୟ ପଛରୁ ପରଦା ଉଠାଇ ପାରିନାହାଁନ୍ତି । ଇଶ୍ୱରଙ୍କର ଏହି ରହସ୍ୟର ରହସ୍ୟକୁ ଭେଦ କରିବାକକୁ ଯେଉଁଠି ଜ୍ଞାନୀଗୁଣି ବ୍ୟକ୍ତି ଫେଲ ମାରିଛନ୍ତି ସେଠି ଜଣେ ୨୫ ବର୍ଷୀୟ ଯୁବକ ଏହି ରହସ୍ୟକୁ ଜାଣିବା ପାଇଁ ଆତ୍ମହତ୍ୟା ଭଳି କଠୋର ରାସ୍ତାକୁ ଆପଣେଇ ନେଇଛନ୍ତି ।

ସୂଚନା ମୁତାବକ, ବିହାରର ଭାଗଲପୁରରେ ବାସକରୁଥିବା ନବଦୀପ ନାମକ ଯୁବକ ଦିଲ୍ଲୀର ପଟେଲନଗରରେ ଭଡା ନେଇ ରହୁଥିଲେ । ନବଦୀପଙ୍କର ବାପାମାଆ ଏବଂ ଭାଇ ହେଉଛନ୍ତି ଇଂଜିନିୟର ଏବଂ ସେମାନେ ସମସ୍ତେ ଆବୁଧାବୀରେ ରୁହନ୍ତି । ନବଦୀପ କିନ୍ତୁ କୋଲକତାରେ ଏକ ଘରୋଇ କଲେଜରୁ ଇଂଜିନିୟରିଂ ସାରି ଦେଢ ବର୍ଷ କାଳ ନାଭିରେ ଚାକିରି କରିଥିଲେ । ଏହାପରେ ସେ ଏମଟେକ କରିବା ପାଇଁ ସ୍ୱିଡନ ଚାଲିଯାଇଥିଲେ । ସେଠାରେ ସେ ପାଠପଢା ଶେଷ କରି ଗତବର୍ଷ ଭାରତ ଫେରିଆସିଥିଲେ । କିନ୍ତୁ ଭାରତ ଫେରିବା ପରେ ନବଦୀପ ଅଧିକାଂଶ ସମୟ ଡିପ୍ରେସନରେ ରହୁଥିଲେ । ଏପରିକି ନବଦୀପ ଅନେକ ଥର ଆତ୍ମହତ୍ୟା କରିବା ବିଚାର ମଧ୍ୟ କରିସାରିଛନ୍ତି । ଯାହା ସଂପର୍କରେ ଖୋଦ ନବଦୀପ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ନବଦୀପଙ୍କର ମାମୁଁ ତାଙ୍କୁ ବୁରାଡି ସ୍ଥିତ ଘରକୁ ନେଇ ଆସିଥିଲେ । ମାତ୍ର ଏହାସତ୍ୱେ ବି ନବଦୀପଙ୍କୁ ଆତ୍ମହତ୍ୟା କରିବାରୁ କେହି ବଂଚାଇ ପାରିନଥିଲେ । ଅର୍ଥାତ୍ ଗତ ସୋମାବାର ବିଳମ୍ବିତ ରାତିରେ ନବଦୀପ ଘରର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ତେବେ ନବଦୀପଙ୍କ ମୃତଦେହ ନିକଟରୁ ଦୁଇ ପେଜର ଏକ ସୁଇସାଇଡ ନୋଟ ଜବତ କରିଥିଲା ପୁଲିସ । ଯେଉଁଥିରେ ନବଦୀବ ତାଙ୍କର ଆତ୍ମହତ୍ୟାର କାରଣ ସଂପର୍କରେ ଲେଖିଥିଲେ । ଏଥିରେ ସେ ମୃତ୍ୟୁ ପରର ରହସ୍ୟ ଓ ପରବର୍ତ୍ତୀ ଜୀବନକୁ ଜାଣିବା ପାଇଁ ମରି ଥିବା ନେଇ ଲେଖିଥିଲେ । ଘଟଣାର ସତ୍ୟତା ଜାଣିବାକୁ ପୁଲିସ ଯେତେବେଳେ ନବଦୀପ ରହୁଥିବା ଭଡା ଘର ଯାଂଚ କରିଥିଲେ ସେତେବେଳେ ତାଙ୍କ ରୁମରୁ ଏକ ବହି ମିଳିଥିଲା । ଯାହାର ଶିର୍ଷକ ହେଉଛି ‘ଲାଇଫ ଆପ୍ଟର ଡେଥ୍’ । ଏଥିସହିତ ନବଦୀପ ବ୍ୟବହାର କରୁଥିବା ଲାପଟପର ସର୍ଚ୍ଚ ହିଷ୍ଟ୍ରି ଦେଖିବା ପରେ ଜଣା ପଡିଥିଲା କି ସେ ମୃତ୍ୟୁ ପରର ରହସ୍ୟକୁ ଜାଣିବା ପାଇଁ ଇଂଟରନେଟରେ ବିଭିନ୍ନ ସାଇଟକୁ ଯାଉଥିଲେ । ପୁଲିସ ନବଦୀପଙ୍କର ଲାପଟପ ସମେତ ସେ ବ୍ୟବହାର କରୁଥିବା ମୋବାଇଲକୁ ଜବତ କରି ତଦନ୍ତ ପ୍ରକ୍ରିୟା ଚଳାଇଛି ।

ସୌଜନ୍ୟ: ଅମର ଉଜାଲା