ବଜାରକୁ ଆସିଲା ସବୁଠୁ ଶସ୍ତା ଏବଂ ଶାନଦାର ବାଇକ୍ ! ୩୦ ମିନିଟ୍ ଚାର୍ଜ କରିବା ଦ୍ୱାରା ଚାଲିବ ୨୦୦ କିଲୋମିଟର, ଦାମ ମାତ୍ର ଏତିକି?

101

ମୋସୁମୀ ଭଳି ବଦଳିବାରେ ଲାଗିଛି ତୈଳ ଦର । କେତେ ବେଳେ ବଢୁଛି ତ ପୁଣି କେତେବେଳେ ରହୁଛି ସ୍ଥିର । ହେଲେ ଏସବୁ ଭିତରେ ପେସି ହୋଇଯାଉଛନ୍ତି ସାଧାରଣ ଜନତା । କାରଣ ଏଭଳି ପରିସ୍ଥିତିରେ ଗାଡି ଚଲାଇବାକୁ ଲୋକମାନଙ୍କ ପାଇଁ ବହୁତ ମୁସ୍କିଲ ହୋଇପଡିଛି । ତେଣୁ ଲୋକଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବଜାରରେ ଲଂଚ ହୋଇଛି ସବୁଠାରୁ ଶସ୍ତା ବାଇକ୍ । ଯାହାକି ଚାର୍ଜ କରିବା ଦ୍ୱାରା ହିଁ ଚାଲିଥାଏ । ତେବେ କଂପାନୀର ଦାବି ରହିଛି କି, ଏହି ବାଇକ୍ ଏଯାବତର ସବୁଠାରୁ ଶସ୍ତା ବାଇକ୍ ।
ତାମିଲନାଡୁର କୋୟମ୍ବୁଦର ସ୍ଥିତ କଂପାନୀ ଇ-ମୋସନ ମୋଟର୍ସ (eMotion Motors) ନିଜର ନୂଆ ଇଲେକ୍ଟ୍ରୋନିକ ମୋଟରବାଇକ ଲଂଚ କରିଛି । ଯାହାର ନାଁ ରହିଛି eMotion Surge  । କଂପାନୀ ଏହି ବାଇକକୁ ନିଜର ଅଫିସିଆଲ େଓବସାଇଟରେ ଉପଲବ୍ଧି କରାଇଛି । ଏହି ଇଲୋକ୍ଟ୍ରନିକ ବାଇକଟିକୁ ଷ୍ଟାଇଲିସ ଡିଜାଇନ ଏବଂ ଷ୍ଟ୍ରିଟଫାଇଟ ମଡେଲ କରା ଯାଇଛି ।

ତେବେ ଏହି eMotion Surge  ଉପରେ କଂପାନୀ ଦୀର୍ଘ ୭ ବର୍ଷ ଧରି କାମ କରିଆସୁଥିଲା । ଏବଂ ଏହାର ପାଖପାଖି ୩୦ ହଜାର କିଲୋମିଟର ଟେଷ୍ଟିଂ ଏଯାବତ୍ ହୋଇସାରିଛି । କଂପାନୀର ଦାବି ରହିଛି କି, ଏହି ବାଇକୁ ସିଗନାଲ ଚାର୍ଜ କରିବା ପରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚଲାଇପାରିବେ । ବାଇକ୍ ସହିତ ଏକ ଏକ୍ସଟ୍ରା ବ୍ୟାଟେରି ମଧ୍ୟ ଦିଆଯାଉଛି, ଯାହାଦ୍ୱାରା ବାଇକ୍ ସିଗନାଲ ଚାର୍ଜ ଉପରେ ୨୦୦ କିଲୋମିଟ ପର୍ଯ୍ୟନ୍ତ ଚାଲିବ ।

ଏଥିରେ 40Ah lithium-ion ବ୍ୟାଟେରୀ ବ୍ୟବହୃତ କରାଯାଇଛି, ଯାହା ୩୦ ମିନିଟରେ ଫୁଲ ଚାର୍ଜ ହୋଇଯାଇଥାଏ । ଏହାର ଫ୍ରଂଟରେ ସାର୍ପ ଲୁକିଂ ହେଡଲ୍ୟାପ ଦିଆଯାଇଛି । ସେହିପରି ଟପରେ ଛୋଟିଆ ଫ୍ଲାୟସ୍କ୍ରିନ ଦିଆଯାଇଛି । ବାଇକରେ ୪ ସ୍ପିଡଗିୟର ବକ୍ସ ଦିଆଯାଇଛି । ୦ରୁ ୬୦ କିଲୋମିଟର 60km/h  ବେଗରେ ୪ ସେକେଣ୍ଡରେ ଧରି ଦେବ ।

ଏହାର ଟପ ସ୍ପିଡ ରହିଛି 120km/h । ଏଥିରେ ଏତେ ସ୍ପେସ ଦିଆଯାଇଛି କି , ଆପଣ ଏଥିରେ ହେଲମେଟ ମଧ୍ୟ ଆରାମରେ ରଖିପାରିବେ । ତେବେ ଏହି ବାଇକ୍ ଦାମ ରହିଛି ମାତ୍ର ୫୦ ହଜାର ଟଙ୍କା ।