ଜୁଲାଇରେ ସରିବନି ‘ସମର ସରପ୍ରାଇଜ’ର ବୈଧତା ! ଜାଣନ୍ତୁ କଣ ରହିଛି ଜିଓର ନୁଆ ଅଫର

29

ରିଲାଏନ୍ସ ଜିଓ ଅଧିକାଂଶ ସମୟରେ ଅନେକ ନୁଆ ନୁଆ ସରପ୍ରାଇଜ୍ ହିଁ ଭେଟି ଦେଇଥାଏ । ଯେଉଁଥି ପାଇଁ ଅନେକ ସମୟ ବିଭିନ୍ନ ଟେଲିକମ୍ କଂପାନୀମାନଙ୍କର ଜିଓକୁ ଟକ୍କର ଦେଲାଭଳି ଅନେକ ଅଫରଗୁଡିକ ମଧ୍ୟ ତା’ ସାମ୍ନାରେ ଫେଲ୍ ମାରିଥାଏ । ଇତି ମଧ୍ୟରେ ଜିଓ ତାର ୟୁଜର୍ସଙ୍କ ପାଇଁ ପୁଣି ଥରେ ଏକ ନୁଆ ଉପହାର ଭେଟିଦେଇଛି । ଯାହା ହେଉଛି ଆହୁରି ଗୋଟିଏ ମାସ ପାଇଁ ମାଗଣା ସେବାର ଅଫର । ଜିଓର ଏହି ସରପ୍ରାଇଜ୍ ଅଫର ସଂପର୍କରେ ଆପଣଙ୍କ ନିକଟରେ ବୋଧହୁଏ କୌଣସି ଖବର ନଥିବ କିନ୍ତୁ ଏହା ମିଛ ନୁହେଁ ବରଂ ସତ୍ୟ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

୩୧ ମାର୍ଚ୍ଚକୁ ରିଲାଏନ୍ସ ଜିଓ ତାର ସମର ସରପ୍ରାଇଜ୍ ଅଫର ଲଂଚ କରିଥିଲା କିନ୍ତୁ ଟ୍ରାଇର ବିରୋଧ ପରେ କଂପାନୀ ଏହି ପ୍ଲାନକୁ ବନ୍ଦ କରି ଧନ ଧନା ଧନ ପ୍ଲାନ ଲଂଚ କରିଥିଲା । ତେବେ ସେହି ସମୟରେ କଂପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା କି, ଯେଉଁ ୟୁଜର୍ସ ୩୦୩ ଟଙ୍କାର ସମର ସରପ୍ରାଇଜ୍ ରିଚାର୍ଜ କରିଛନ୍ତି ସେମାନଙ୍କୁ ଆହୁରୀ ଗୋଟିଏ ମାସ ଯାଏଁ ମାଗଣା ସେବା ଯୋଗାଇ ଦିଆଯିବ ।

ବର୍ତ୍ତମାନ ଜିଓ ନିଜର ଏହି ଧନ ଧନା ଧନ ଏବଂ ସମର ସରପ୍ରାଇଜର ବୈଧତା ଆହୁରି ଗୋଟିଏ ମାସକୁ ବୃଦ୍ଧି କରିଦିଆଯାଇଛି ଅର୍ଥାତ୍ ଆପଣଙ୍କୁ ଜିଓର ଅସୀମ ସେବାଗୁଡିକ ପୁଣି ୧ ମାସ ମାଗଣାରେ ମିଳିବ । ଏହି ଅଫରଟିକୁ ଆପଣ ‘ମାଇ ଜିଓ ଆପ’କୁ ଯାଇ ଚେକ୍ କରିପାରିବେ । ପୂର୍ବରୁ ଯେଉଁଠି ଆପଣଙ୍କର ସମର ସରପ୍ରାଇଜ୍ ଅଫରଟି ଜୁଲାଇ ମାସରେ ଶେଷ ହେବାକୁ ଥିଲା ତାହା ଏବେ ଗୋଟିଏ ମାସ ବୃଦ୍ଧି ପାଇ ତଥା ଅଗଷ୍ଟ ମାସକୁ ଶେଷ ହେବାକୁ ଯାଉଛି ।

ସୌଜନ୍ୟ: ଅମର ଉଜାଲା