ବିନା ଛୁଇଁ ବି କଂଟ୍ରୋଲ କରିପାରିବେ ଘରର ସମସ୍ତ ବୈଦ୍ୟୁତିକ ଉପକରଣ ! ଆପଣଙ୍କ ହାତରେ ବନାଇଥିବା ଟାଟୁ କରିବ ସହାୟତା

66

ଏଣିକି କୌଣସି ବି ଇଲେକ୍ଟ୍ରୋନିକ ଗ୍ୟାଜେଟ୍ସକୁ ବିନା ହାତ ଲଗାଇ ନିୟନ୍ତ୍ରଣ କରାଯାଇପାରିବ । ଆଜିକା ଦିନରେ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ସ ଏବଂ ଅଟୋଫିକ୍ସଲ ଇଂଟେଲିଜେନ୍ସ ପ୍ରତି ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏକ ଏଭଳି ଟାଟୁ ପ୍ରସ୍ତୁତ କରିଛନ୍ତି । ଯାହାକୁ ବିନା ହାତ ଲଗାଇ କୌଣସି ବି ବୈଦ୍ୟୁତିକ ଉପକରଣକୁ ନିୟନ୍ତ୍ରିତ କରାଯାଇପାରିବ । ତେବେ ଏହାର ନାଁ ହେଉଛି ଅଲ୍ଟ୍ରା ଇଲେକ୍ଟ୍ରୋନିକ ସ୍କ୍ରିନ ଟାଟୁ । ଯାହା ଜରିଆରେ ଗ୍ୟାଜେଟ୍ସ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣକୁ ହାତର ଅଙ୍ଗଭଙ୍ଗି ଜରିଆରେ କଂଟ୍ରୋଲ କରାଯାଇପାରିବ ।

ସୂଚନା ମୁତାବକ, ରିସଚର୍ସଙ୍କର ଏକ ଦଳ ଏକ ଏଭଳି ଇଲେକ୍ଟ୍ରୋନିକ୍ ସ୍କ୍ରିନ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ବୈଦ୍ୟୁତିକ ଉପକରଣକୁ ବିନା ଛୁଇଁ ଚଲାଇପାରିବେ । ଏଥିସହିତ ହିଁ ଏହି ସ୍କ୍ରିନର ବ୍ୟବହାର କରି ଭର୍ଚୁଆଲ ଜିନିଷଗୁଡିକୁ ବି କଂଟ୍ରୋଲ କରାଯାଇପାରିବ ।

କିପରି କରିବେ ବ୍ୟବହାର

ବୈଜ୍ଞାନିକଙ୍କ ମତରେ, ଏହି ଟେକ୍ନୋଲୋଜି ବ୍ୟବହାର କରି କମ୍ପ୍ୟୁଟରରେ ଥିବା ଭର୍ଚୁଆଲ ବଲବକୁ ମଧ୍ୟ କଂଟ୍ରୋଲ କରାଯାଇସାରିଛି । ଯେଉଁଥିପାଇଁ ସେମାନଙ୍କୁ ଗୋଟିଏ ପର୍ମାନେଂଟ ମ୍ୟାଗନେଟକୁ ଏକ ରିଂ-ସେପର ପ୍ଲାଷ୍ଟିକ ସ୍ଟ୍ରେଚରରେ ଫିଟ୍ କରିବାକୁ ପଡିଥିଲା । ଏହାକୁ ଏତେ ପତଳା କରି ତିଆରି କରାଯାଇଛି କି ଏହା ଆପଣଙ୍କ ସ୍କ୍ରିନ ସହିତ ଜାବୁଡି ହୋଇ ରହିବ । ଏଥିରେ ଏଭଳି ଏକ ସେନସର ଲଗାଯାଇଛି ଯାହା ଏକ ମ୍ୟାଗ୍ନେଟିକ ଫିଲ୍ଡ ସୃଷ୍ଟି କରିଥାଏ । ରିସଚର୍ସଙ୍କ କହିବା ମୁତାବକ, ଟାଟୁରେ ଲଗାଯାଇଥିବା ସେନସର ଏକ ପର୍ମାନେଂଟ୍ ମ୍ୟାଗନେଟ ଜରିଆରେ ବଡି ମୁଭମେଂଟକୁ ଅନୁଭବ କରିପାରେ । ଏଥିସହିତ ଏହି ସେନସର ଏତେ ଫେକ୍ସିବୁଲ କି ଏହା ହାତର କୌଣସି ବି ଅଙ୍ଗଭଙ୍ଗିରେ ପ୍ରଭାବିତ ହୋଇନଥାଏ ।