ନେହେରୁଙ୍କ ୮ଟି ବଡ ଭୁଲ୍ ! ଯାହାକୁ ଆଜିବି ଭୋଗୁଛି ଭାରତ

10,407

ମଧ୍ୟରାତ୍ରି କାଳରେ ଯେତେବେଳେ ସାରା ଦୁନିଆ ଶୋଇ ରହିଥିବ ସେତେବେଳେ ଭାରତ ଜୀବନ ଏବଂ ସ୍ୱତନ୍ତ୍ରତାପାଇଁ ଚେହିଁ ଉଠିବ । ତେବେ ଏହି ଶକ୍ତିଶାଳୀ ଉକ୍ତିଟି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍ ନେହେରୁ ଆଜିଠୁ ପାଖାପାଖି ୭୦ ବର୍ଷ ପୂର୍ବରୁ ଭାରତର ସ୍ୱାଧିନତା କାଳରେ କହିଥିଲେ । ତେବେ ଆପଣ ଅନେକ ଆର୍ଟିକିଲମାନଙ୍କରେ ତାଙ୍କ ସଂପର୍କରେ ଅନେକ ଖବର ଜାଣିଥିବେ । ମାତ୍ର ଆଜି ଆମେ ତାଙ୍କର କେତୋଟି ବଡ ଭୁଲ ବିଷୟରେ ଆଲୋଚନା କରିବୁ ଯାହାର ଦଣ୍ଡ ଏବେ ମଧ୍ୟ ଭାରତକୁ ଭୋଗିବାକୁ ପଡୁଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

• କୋକୋ ଆଇଲାଣ୍ଡ 

୧୯୫୦ରେ ନେହେରୁ ଭାରତର କୋକୋ ଦ୍ୱୀପକୁ ମିଆଁମାରକୁ ଉପହାର ସଦୃଶ୍ୟ ଦେଇଦେଇଥିଲେ । ତେବେ ଏହି ଦ୍ୱୀପଟି କଲିକତାରୁ ମାତ୍ର ୯୦୦ କିଲୋମିଟର ଦୂରରେ ଅବସ୍ଥିତ । ଏହାପରେ ଏହି ଦ୍ୱୀପଟିକୁ ମାଆଁମାର ଚୀନକୁ ଭଡାରେ ଦେଇଥିଲା ଏବଂ ବର୍ତ୍ତମାନ ଚୀନ ଏହାରି ମାଧ୍ୟମରେ ହିଁ ଭାରତର ସମସ୍ତ ଗତିବିଧି ଉପରେ ନଜର ରଖୁଛି ।

• କାବୁବେଲି ମଣିପୁର

ପଣ୍ଡିତ ନେହେରୁ ୧୩ ଜାନୁୟାରୀ, ୧୯୫୪କୁ ଭାରତର ମଣିପୁର ପ୍ରାନ୍ତର କାବୁବେଲିକୁ ପୁଣି ଥରେ ମିଆଁମାରକୁ ବନ୍ଧୁତାପୂର୍ବକ ଦେଇଦେଇଥିଲେ । ଏହାପରେ ତାହା ହୋଇଥିଲା ଯାହାର ଭୟ ଥିଲା ଅର୍ଥାତ୍ ମିଆଁମାର କାବୁବେଲିର କିଛି ଅଂଶ ଚୀନକୁ ଭଡା ଆକାରରେ ଦେଇ ରଖିଛି । ଆଉ ଯେଉଁଠି ଚୀନ ଭାରତ ଉପରେ ନଜର ରଖିଆସୁଛି । ତେବେ କାବୁ ବିଶ୍ୱର ସବୁଠାରୁ ଆକର୍ଷଣୀୟ ସ୍ଥାନ ମଧ୍ୟରୁ ଗୋଟିଏ ଯାହାର ତୁଳନା କାଶ୍ମୀର ସହ କରାଯାଏ ।

• ଭାରତ- ନେପାଳ ବିଭାଜନ

୧୯୫୨ରେ ନେପାଳର ତତକାଳୀନ ରାଜା ତ୍ରୀଭୂବନ ବିକ୍ରମ ଶାହ ନେପାଳକୁ ଭାରତ ସହ ମିଶ୍ରଣ ତଥା ମିଶାଇବାକୁ ପ୍ରସ୍ତାବ ରଖିଥିଲେ ମାତ୍ର ପଣ୍ଡିତ ନେହେରୁ ତାଙ୍କୁ ପରାମର୍ଶ ଦେଇ କହିଥିଲେ କି ଯଦି ଏହି ଦୁଇ ଦେଶ ମିଶିଯାଏ ତେବେ କ୍ଷତି ଛଡା କୌଣସି ଫାଇଦା ମିଳିବ ନାହିଁ ।

• ୟୁଏନ ପର୍ମାନେଂଟ ସିଟ୍ 

ନେହେରୁ ୧୯୫୩ରେ ଆମେରିକାରର ସେହି ପ୍ରସ୍ତାବଟିକୁ ଗ୍ରହଣ କରି ନଥିଲେ ଯାହା ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ରୂପେ ସାମିଲ ହେବାପାଇଁ କୁହାଯାଇଥିଲା । ତେବେ ଏହି ସ୍ଥାନରେ ନେହେରୁ ଚୀନକୁ ସୁରକ୍ଷା ପରିଷଦରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଯାହାଫଳରେ ଆଜିକା ଦିନରେ ଚୀନ ପାକିସ୍ତାନ ମିଶି ଭାରତର ଅନେକ ପ୍ରସ୍ତାବକୁ ୟୁଏନରେ ନାମଞ୍ଜୁର କରୁଛି ।

• ଜବାହର ଲାଲ୍ ନେହେରୁ ଏବଂ ଲେଡି ମାଉଂଟ ବାର୍ଟେନ

ଲେଡି ମାଉଂଟ ବାର୍ଟେନଙ୍କ ଝିଅ ପାମିଲା ନିଜର ଏକ ପୁସ୍ତକରେ ଉଲ୍ଲେଖ କରିଛନ୍ତି କି ନେହେରୁ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ତାଙ୍କ ବାପା ମଧ୍ୟ ଉଭୟଙ୍କୁ ଏକା ଏକାଠି ଛାଡି ଦେଉଥିଲେ । ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ଥିଲା ଏହାଦ୍ୱାରା ଲର୍ଡ ମାଉଂଟ ବାର୍ଟନ ନେହେରୁଙ୍କଠାରୁ ଭାରତୀୟ ସେନା ଏବଂ ଆର୍ଥିକନୀତି ସଂପର୍କିତ ରହସ୍ୟ ଆଦି ଜାଣିବାକୁ ।

• ପଂଚଶୀଳ ନୀତିରେ ବୁଝାମଣା

ନେହେରୁ ଚୀନସହ ବନ୍ଧୁତା ସ୍ଥାପନ କରିବା ପାଇଁ ବହୁତ ଉତ୍ସାହିତ ଥିଲେ । ନେହେରୁ ୧୯୫୪ରେ ଚୀନ ସହ ପଂଚଶୀଳ ନାତିର ବୁଝାମଣା କରିଥିଲେ । ତେବେ ଏହି ବୁଝାମଣା ସହିତ ଭାରତ ତିବତକୁ ଚୀନର ଏକ ଅଂଶ ଭାବି ନେଇଥିଲା । ନେହେରୁଙ୍କର ଚୀନ ସହ ବନ୍ଧୁତା ଦୃଷ୍ଟିରୁ ତିବତକୁ ବିଶ୍ୱାସ କରିଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଯେତେବେଳେ ୧୯ ୬୫ରେ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା ସେତେବେଳେ ଚୀନ ତିବତ ଦେଇ ହିଁ ଭାରତକୁ ପ୍ରବେଶ କରିଥିଲା ।

• ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ପରାମର୍ଶକୁ ଅଣଦେଖା କରିବା

ସର୍ଦ୍ଦାର ବଲ୍ଲବଭାଇ ପଟେଲ ୧୯୫୦ରେ ହିଁ ନେହେରୁଙ୍କୁ ଦେଇଥିବା ଏକ ଚିଠି ମାଧ୍ୟମରେ ସତର୍କ କରି କହିଥିଲେ କି ଚୀନକୁ କେବେ ହେଲେ ବି ବିଶ୍ୱାସ ନକରିବାକୁ । ଏଥିସହ ସେ ଆଉ ମଧ୍ୟ ଲେଖିଥିଲେ କି ଆମେ ଚୀନକୁ ନିଜର ବନ୍ଧୁବୋଲି ମାନୁଛୁ ମାତ୍ର ଚୀନ କେବେ ଆମକୁ ତଥା ଭାରତକୁ ନିଜ ବନ୍ଧୁଭାବରେ ଗ୍ରହଣ କରେନି । ଯେଉଁଥିପାଇଁ ଭାରତକୁ ଏବେଠୁ ଚୀନଠାରୁ ଦୂରେଇ ରହିବା ଉଚିତ୍ । ମାତ୍ର ନେହେରୁ ତାଙ୍କର ଏହି ପରାମର୍ଶକୁ ଗ୍ରହଣ କରି ନଥିଲେ । ଏବଂ ଚୀନକୁ ବିଶ୍ୱାସ କରିଥିଲେ ।

• ୧୯୬୨ ଭାରତ-ଚୀନ ମଧ୍ୟରେ ଯୁଦ୍ଧ

ଚୀନର ସେନା ଅରୁଣାଚଳପ୍ରଦେଶ,ଆସାମ,ସିକିମ ଆଦିରେ ପ୍ରବେଶ କରିନେବା ପରେ ମଧ୍ୟ ନେହେରୁ ଭାଇଚାର ଦେଖାଇ ଭାରତୀୟ ସେନାକୁ ଚୀନ ବିରୋଧରେ ଯୁଦ୍ଧ ପାଇଁ ରୋକି ଥିଲେ । ଯାହାର ଫଳସ୍ୱରୂପ କାଶ୍ମୀରଠାରୁ ପାଖାପାଖି ୧୪ ହଜାର ସ୍କୋୟାରଫୁଟ୍ ଭାଗ ଉପରେ ଚୀନ କବଜା କରିବସିଛି । ଯେଉଁଥିରେ କୈଳାଶ ପର୍ବତ,ମାନସରୋବର ଏବଂ ଅନ୍ୟ ତୀର୍ଥସ୍ଥାନମାନ ରହିଛି । ତେବେ ଚୀନର ସେନା ୧୯୬୫ରେ ଭାରତକୁ ପରାସ୍ତ କରିଥିଲା ।