ରାଜକୁମାରୀଙ୍କୁ ସଜା ! ଆରବର ୮ ରାଜକୁମାରୀଙ୍କୁ ୧୫ ମାସ ଜେଲ୍

24

ବେଲଜିୟମର ଏକ କୋର୍ଟ ‘ୟୁନାଇଟେଡ୍ ଆରବ ଇମାଇରେଟସ’ର ୮ ରାଜକୁମାରୀଙ୍କୁ ହ୍ୟୁମାନ ଟ୍ରାଫିକିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି । ତେବେ ସେମାନଙ୍କ ବିରୋଧରେ ଘରେ କାମ କରୁଥିବା ଚାକରାଣୀମାନଙ୍କୁ ଅମାନବୀୟ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଥିଲା । ଯେଉଁଥିପାଇଁ ଅଦାଲତ ଉକ୍ତ ରାଜକୁମାରୀମାନଙ୍କୁ ୧୫ ମାସ କାଳ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ୧,୮୫,୦୦୦ ଡଲାରର ଜରିମାନା ଦେବାକୁ ନିଦ୍ଦେର୍ଶ ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମ ବିବିସିରେ ପ୍ରକାଶିତ ଖବର ମୁତାବକ, ଏହି ରାଜକୁମାରୀମାନଙ୍କ ବିରୋଧରେ ପାଖାପାଖି ୨୦ ଜଣ ସେବିକା ତଥା ଚାକରାଣୀଙ୍କୁ ଗୁଲାମ୍ ବନେଇ ରଖିଥିବା ଭଳି ଏକ ସଙ୍ଗୀନ୍ ଅଭିଯୋଗ ଆସିଥିଲା । ଆଉ ମାମଲାଟିର ସମାଧାନ ପାଇଁ ଲାଗିଥିଲା ପାଖିପାଖି ୯ ବର୍ଷ ।

ସୂଚନା ମୁତାବକ, ସମସ୍ତ ଚାକରାଣୀ ୨୦୦୮ରେ ରାଜକୁମାରୀମାନଙ୍କ ସହିତ ବ୍ରସେଲ୍ସ ଯାତ୍ରାରେ ଯାଇଥିଲେ । ତେବେ ଏହି ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଚାକରାଣୀ ସେଠାରୁ ଖସି ଆସିଥିଲା । ରାଜକୁମାରୀମାନେ ହୋଟେଲରେ ଏକ ସଂପୂର୍ଣ୍ଣ ଲଜ୍ୟୁରୀ ଫ୍ଲୋର୍ ଭଡାରେ ନେଇରଖିଥିଲେ ।

ଚାକରାଣୀମାନଙ୍କ କହିବା କଥା ହେଲା, ସେମାନଙ୍କୁ ୨୪ ଘଂଟା କାମ କରିବାକୁ କୁହାଯାଉଥିଲା । ଏଥିସହିତ ତଳେ ଶୋଇବାକୁ କୁହାଯାଉଥିଲା । ଖାଲି ସେତିକି ନୁହେଁ ସେମାନଙ୍କୁ ଛୁଟି ମଧ୍ୟ ଦିଆଯାଉନଥିଲା । ହୋଟେଲ୍ ବାହାରକୁ ମଧ୍ୟ ଛଡା ଯାଉନଥିଲା । ଏବଂ ରାଜକୁମାରୀଙ୍କ ଅଇଁଠା ଖାଇବାକୁ ବାଧ୍ୟ କରାଯାଉଥିଲା । ତେବେ ଉକ୍ତ ରାଜକୁମାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସୌଜନ୍ୟ: ବିବିସି

ଏହା ସହ ମଧ୍ୟ ପଢନ୍ତୁ –ବାସ୍ତବ ଜୀବନରେ ମଧ୍ୟ ଠେକୁଆକୁ ମାତ୍ ଦେଲା କଇଁଛ ! ଭାଇରାଲ୍ ହେଲା ଭିଡିଓ