ସାବଧାନ ! କ୍ୟାନସର କରାଉଛି ବିଜୁଳି ଆଲୁଅ, ନିଦ୍ରାହିନତା ସହ ହରମୋନ ସ୍ତରରେ ପକାଇଥାଏ ଖରାପ ପ୍ରଭାବ

99

ଦିନକୁ ଦିନ କର୍କଟର ସମସ୍ୟା ଦୁନିଆରେ ବଢ଼ିବାରେ ଲାଗିଛି। ଲକ୍ଷାଧିକ ଲୋକଙ୍କର କର୍କଟ ଯୋଗୁଁ ଜୀବନ ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାର ଅନେକ କାରଣ ରହିଛି। ଯେପରିକି, ଅବହେଳିତ ଖାଦ୍ୟପେୟ, ଧୂମପାନ ଓ ମଦ୍ୟପାନ ଇତ୍ୟାଦି । ତେବେ ଆପଣ ଜାଣିଛନ୍ତି କି ସାଧାରଣତଃ ସମସ୍ତ ସ୍ଥାନରେ ବ୍ୟବହାର ହେଉଥିବା ଏଲଇଡ଼ି ଲାଇଟ ହୋଇପାରେ କର୍କଟର କାରଣ । ନିକଟରେ ବ୍ରିଟେନ ୟୁନିଭରସିଟି ଏବଂ ବାର୍ସିଲୋନା ଇନଷ୍ଟିଟ୍ୟୁଟ୍ ଫର ଗ୍ଲୋବାଲ ହେଲଥର ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଏଲଇଡି ଲାଇଟ ଦ୍ୱାରା ସ୍ତନ ଏବଂ ମୂତ୍ରାଶୟଗ୍ରନ୍ଥି କର୍କଟ ହେବାର ଆଶଙ୍କା ବଢ଼ିଥାଏ।

ଗବେଷଣା ଅନୁଯାୟୀ , ବ୍ୟବହୃତ ଏଲଇଡ଼ି ଲାଇଟରୁ ସବୁଜ ରଙ୍ଗର ଏକ ରଶ୍ମି ବାହାରିଥାଏ, ଯାହା ଶରୀରରେ ନିଦର ପରିମାଣକୁ ତ୍ୱରାନିତ କରିଥାଏ। ଫଳରେ ଶରୀରରେ ହରମୋନ ସ୍ତରରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଦ୍ୱାରା କର୍କଟର ଆଶଙ୍କା ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ରାତିରେ କାମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାର ମୁଖ୍ୟ କାରଣ ହେଉଛି ରାତିରେ ବ୍ୟବହୃତ ହେଉଥିବା ଏଲଇଡ଼ି ଲାଇଟ । ୨୦ ରୁ ୮୫ ବର୍ଷ ବୟସ ବିଶିଷ୍ଟ ୪୦୦୦ ଲୋକଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଏଲଇଡ଼ି ଲାଇଟ ଦ୍ୱାରା ବଢ଼ୁଥିବା କର୍କଟ ସମସ୍ୟା ପ୍ରମାଣିତ ହୋଇଥିଲା ।

ଆପଣ ଜାଣି ରଖିବା ଉଚିତ କି, ଏଲଇଡି ବଲବ କିଭଳି ଭାବରେ କାମ କରିଥାଏ ଏବଂ କାହିଁକି ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାଜିଛି । ତେବେ ଏଲଇଡି ଏକ କମ ଭୋଲଟେଜ ଆବଶ୍ୟକ କରୁଥିବା light-emitting diode (LED) ଡିଭାଇସ, ଯାହା ଲ୍ୟାମ୍ପ ଭିତରେ ଲୁଚି ରହିଥିବା ସର୍କିଟ ଉପରେ କାମ କରିଥାଏ । ଏହି ବଲବରେ ସାଧାରଣ ବଲବ ଭଳି ଫିଲାମେଂଟର ବ୍ୟବହାର ହୋଇନଥାଏ । ତେଣୁ ଏହା ଗ୍ୟାସ ଜରିଆରେ ଆଲୋକ ବିକିରଣ କରିଥାଏ । ଅଧିକାଂଶ ସମୟରେ ଆପଣ ଦେଖିଥିବେ କି ଏଲଇଡି ବଲବ ଫ୍ଲିକ୍ କରିଥାଏ, ଏହା ଏଥିପାଇଁ ହୋଇଥାଏ କି, ଏହାର ସର୍କିଟରୁ ବଲବକୁ ପର୍ଯ୍ୟାପ୍ତ ଭୋଲ୍ଟେଜ ମିଳିପାରିନଥାଏ । କିଛି ଏଲଇଡି ତ ଗୁରୁତର ଭାବରେ ଫ୍ଲିକ୍ କରିଥାଏ । ସର୍କିଟ ବ୍ୟବହାର କରାଣରୁ ହିଁ ହାଲୋଜିନ ଲ୍ୟାମ୍ପର ଚୁଳନାରେ କମ କାର୍ବନ ବିକିରଣ କରିଥାଏ ।

ଶରୀର ଉପରେ ପଡିଥାଏ କି ପ୍ରଭାବ

ଏଲଇଡି ବଲବ ଦ୍ୱାରା ମାନସିକ ଜନିତ ରୋଗ ସହ ଆଖି ଜନତି ସମସ୍ୟା ଦେଖାଦେଇଥାଏ । ଆପଣଙ୍କ ଆଖିରେ ଜଳାପୋଡା ବି ଏଥିପାଇଁ ହୋଇପାରେ । ଏଥିସହିତ ହିଁ ଆଖିର ରଶ୍ମୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ । ଟ୍ୟୁବଲାଇଟ, ଏଲଇଡି ବଲବ ତୁଳନାରେ ଏକ ଭଲ ବିକଳ୍ପ ହୋଇପାରେ, ହେଲେ ଟ୍ୟୁବଲାଇଟ ଅଧିକ ବିଦ୍ୟୁତ୍ ନଷ୍ଟ କରିଥାଏ । ଯଦି ଆପଣ ଭଲ ଗୁଣବତାର ଏଲଇଡି ବଲବ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଆଦୌ ଚିନ୍ତା କରିବାକୁ ପଡିବନି ।