ଫେସବୁକ ଆଣିଲା ସୁବିଧା, ଭୋଟର ଭାବେ କରିପାରିବେ ନାଁ ପଞ୍ଜିକରଣ ।

49

ଏଣିକି ମତଦାତାଙ୍କୁ ମତଦାନ ପଂଜିକରଣ କରିବା ପାଇଁ ମନେ ପକେଇଦେଉଛି ଫେସବୁକ୍ । ଏଥିପାଇଁ ଜୁଲାଇ ୧ରୁ ଫେସବୁକ ସହାୟତାରେ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି ‘ଭୋଟର ରେଜିଷ୍ଟ୍ରେସନ ରିମାଇଣ୍ଡର’ । ଫେସବୁକ ଓ ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଛି ଏହି କ୍ୟାମ୍ପନିଂ । ଭାରତୀୟ ଭୋଟର ଯେଉଁମାନେ ନିର୍ବାଚନ କମିଶନଙ୍କ ନିକଟରେ ନିଜର ନାଁ ପଂଜିକରଣ କରିନାହାନ୍ତି ସେମାନେ ଫେସବୁକ ସହାୟତାରେ ନିଜ ନାଁକୁ ରେଜିଷ୍ଟର କରିପାରିବେ ।

ଏହି ବ୍ୟବସ୍ଥା ପାଇଁ ଜୁଲାଇ ୧ରୁ ୪ତାରିଖ ପର୍ଯ୍ୟନ୍ତ ଫେସବୁକରେ ରେଜିଷ୍ଟର ନାଓ ବଟନର ସୁବିଧା ରହିଛି । ତେବେ ଏହି ରିମାଇଣ୍ଡର ଓଡ଼ିଆ ସମେତ ୧୩ଟି ଭାଷା ଉପଲବ୍ଧ ଅଛି । ଏଥିରେ ରହିଛି ଓଡ଼ିଆ, ଇଂରାଜୀ, ହିନ୍ଦି, ଗୁଜରାଟୀ, ତାମିଲ, ତେଲୁଗୁ, ମଲୟଲମ, କନ୍ନଡ, ପଂଜାବୀ,ବଙ୍ଗାଳୀ, ଉର୍ଦ୍ଦୁ, ଆସାମୀ ଓ ମରାଠୀ ।

ରେଜିଷ୍ଟର ନାଓ ବଟନରେ କ୍ଲିକ କରିବା ପରେ ନ୍ୟାସନାଲ ଭୋଟର୍ସ ସର୍ଭିସ ପୋର୍ଟାଲକୁ ଯାଇ ଆପଣ ନିଜ ନାଁକୁ ମତଦାନ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ପୂର୍ବରୁ ମଧ୍ୟ ଏହିପରି ଏକ କ୍ୟାମ୍ପନିଂ ଆରମ୍ଭ କରିଥିଲେ ନିର୍ବାଚନ କମିଶନ । ୨୦୧୬ ଓ ୨୦୧୭ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଫେସବୁକ ଜରିଆରେ ନାଁ ପଂଜିକରଣ କରିବାର ସୁବିଧା ଯୋଗାଇଥିଲା ନିର୍ବାଚନ କମିଶନ ।

ସୌଜନ୍ୟ: ଇଣ୍ଡିଆନ୍ ଏକ୍ସପ୍ରେସ୍

ଏହାସହ ମଧ୍ୟ ପଢନ୍ତୁ- ଜିଏସଟି ଦଣ୍ଡ ! ଏଣିକି ୧୦୦ ଟଙ୍କାର ରିଚାର୍ଜ ଉପରେ ମିଳିବ ମାତ୍ର ଏତିକି ବାଲାନ୍ସ