ରେଳରେ ବାହାରିଲା ଚାକିରୀ । ୨୯୦୭ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦଶମ ଏବଂ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀ କରିପାରିବେ ଆବେଦନ

196

ବେରୋଜଗାରୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରେ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ଯଦି ଆପଣ ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ସୂଚନା ଅନୁସାରେ ଆବେଦନ କରିପାରିବେ । ସେହିପରି ପଶ୍ଚିମବଙ୍ଗ ପୂର୍ବ ରେଲୱେ ତରଫରୁ Act prenticeପଦବୀ ପାଇଁ ପ୍ରକାଶ ପାଇଥିବା ସରକାରୀ ଚାକିରୀ ପାଇଁ ଆବେଦନ କରିବା ପୂର୍ବରୁ ଆବଶ୍ୟକୀୟ ସୂଚନା ସଂପର୍କରେ ଜାଣିରଖିବା ଉଚିତ । ଯାହା ପରେ ହିଁ ଆପଣ ଏଥିପାଇଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ଆଶାୟୀପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଦଶମ ପାସ୍ କିମ୍ବା ଆଇଟିଆଇ ପାସ୍ ହେବା ନିହାତି ଆବଶ୍ୟକ ।

ପଦବୀ ସଂଖ୍ୟ।: ୨୯୦୭

ପଦବୀ ସଂପର୍କିତ ଖବର: Act prentice

ଆବେଦନ କରିବାର ଶେଷ ତାରିଖ: ୧୪ ନଭେମ୍ବର ୨୦୧୮

ବୟସ ସୀମା: ଆଶାୟୀପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

କିଭଳି କରିବେ ଆବେଦନ: ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥୀ ଏହାର ଆଧିକାରୀକ ୱେବସାଇଟକୁ ତଥା https://rrcer.inକୁ ଯାଇ ଆବେଦନ କରିପାରିବେ ।