ମୋବାଇଲ ନମ୍ବରକୁ ଆଧାର ସହ ଯୋଡିବାର ସହଜ ଉପାୟ । ମୁହୂର୍ତ୍ତକ ମଧ୍ୟରେ ହୋଇଯିବ ଲିଙ୍କ୍, ଜାଣନ୍ତୁ ପୂରା ପ୍ରକ୍ରିୟା

59

୩୧ ମାର୍ଚ୍ଚ ପୂର୍ବରୁ ସମସ୍ତ ମୋବାଇଲ ୟୁଜର୍ସଙ୍କୁ ନିଜର ଆଧାର ନମ୍ବର ସହିତ ଲିଙ୍କ କରିବା ଏକ ପ୍ରକାରେ ଜରୁରୀ ହୋଇପଡିଛି । ଇତି ମଧ୍ୟରେ ଲୋକେ ବିକଳରେ ନିଜ ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବାରେ ଲାଗି ପଡିଛନ୍ତି । କାରଣ ଯଦି ଏପରି ନକରାଯାଏ ତେବେ ମୋବାଇଲ ନମ୍ବର ଅଚଳ ହୋଇଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ଏକ ସହଜ ତରିକା ସଂପର୍କରେ ଜଣାଇବାକୁ ଯାଉଛୁ, ଯାହାଦ୍ୱାରା ଆପଣ ଘରେ ଅତି ସହଜରେ ଆପଣଙ୍କର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିପାରିବେ । ତେବେ ଏହା ଜାଣନ୍ତୁ ପୂରା ପ୍ରକ୍ରିୟା . . .

ମୋବାଇଲକୁ ଆଧାର ସହ ଲିଙ୍କ କରିବାର ସବୁଠାରୁ ସହଜ ପଦ୍ଧତି ହେଉଛି ‘ଆଇଭିଆର’ । ଏହା ଜରିଆରେ ଆପଣ କେବଳ ଗୋଟିଏ କଲରୁ ଆପଣଙ୍କର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିପାରିବେ । ଏୟାରଟେଲ, ଆଇଡିଆ, ଭୋଡାଫୋନ ୟୁଜର୍ସ ୧୪୫୪୬ ନମ୍ବରରେ କଲ କରି ନିଜର ନମ୍ବରକୁ ଆଧାର ସହିତ ସଂଯୋଗ କରିପାରିବେ । ଏହା ଏକ ହେଲ୍ପ ଲାଇନ ଅଟେ । ଯାହାକୁ Interactive Voice Response  କୁହାଯାଏ ।

ସେହିପରି ଏହା ଏକ ଅଟୋମେଟିକ୍ ଟେଲିକମ ସିଷ୍ଟମ ଅଟେ, ଯାହାକି ଗ୍ରାହକମାନଙ୍କ ସହିତ କଥା ହୋଇଥାଏ । ଏହି ସିଷ୍ଟମରେ ଟେଲିଫୋନ ଇକ୍ୱିପମେଂଟ, ସଫ୍ଟଓୟାର ଆପ୍ଲିକେସନ, ଡାଟାବେସ ଏବଂ ସପୋର୍ଟିଂ ସଫ୍ଟଓୟାର ଏବଂ ଆଇଭିଆର ଆପ୍ଲିକେସନ ହୋଇଥାଏ । ତେବେ ଆଉ ବିଳମ୍ବ କରନ୍ତୁ ନାହିଁ ତୁରନ୍ତ ନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିଦିଅନ୍ତୁ ।