ଗୁଗଲ ପାଇଁ କରନ୍ତୁ ମାତ୍ର ୩ଟି କାମ ! ଘରେ ବସି ପ୍ରତିଦିନ ରୋଜଗାର କରିପାରିବେ ୧ହଜାର ଟଙ୍କା

179

ଏପର୍ଯ୍ୟନ୍ତ ଆପଣ ଗୁଗଲର ସର୍ଚ୍ଚ ଇଂଜିନ ପ୍ରୟୋଗ କେବଳ ସୂଚନା ବା ତଥ୍ୟ ଖୋଜିବା ଉଦ୍ଦେଶ୍ୟରେ କରିଥିବେ । ହେଲେ ଆପଣ ଗୁଗଲ ସହ ଭାଗୀଦାର ହୋଇ ରୋଜଗାର ବି କରିପାରିବେ । ତେଣୁ ଏଥିପାଇଁ ଆପଣଙ୍କୁ ମାତ୍ର ୩ଟି କାମ କରିବା ସହିତ କିଛି ସମୟ ବି ଖର୍ଚ୍ଚ କରିବାକୁ ପଡିବ । ଏହି କାମ ଆପଣ ଅବସର ସମୟରେ ବି କରିପାରିବେ ଆଉ ଏଥିପାଇଁ ଗୁଗଲ ଆପଣଙ୍କୁ ଦେବ ହଜାର ହଜାର ଟଙ୍କା । ତେବେ କେମିତି ଆସନ୍ତୁ ଜାଣିବା ସେ ସଂପର୍କରେ ଅଧିକ ସୂଚନା ।

ଗୁଗଲକୁ ଦିଅନ୍ତୁ ନିଜର ରାୟ

ଗତ ଜୁଲାଇରୁ ଗୁଗଲ ଭାରତରେ ଲଂଚ କରିଛି ଗୁଗଲ ଓପିନିୟନ ରିୱାର୍ଡସ୍ । ଯେଉଁଥିରେ ଆପଣଙ୍କୁ କିଛି ସର୍ଭେ ପାଇଁ ଆପଣଙ୍କର ମତାମତ ଦେବାକୁ ପଡିବ ଏବଂ ବଦଳରେ ଗୁଗଲ ଆପଣଙ୍କୁ ଦେବ ପ୍ରତି ସର୍ଭେ ପାଇଁ ୧୦ ଟଙ୍କା । ଖାଲି ସେତିକି ନୁହେଁ ଏଭଳି ଭାବେ ପ୍ରତିଦିନ ଯଦି ଆପଣ ୧୦ଟି ସର୍ଭେ ବି କରନ୍ତି ତେବେ ଆପଣ ଗୋଟିଏ ମାସରେ ୩୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଆପଣଙ୍କର ଆକାଉଂଟରେ କ୍ରେଡିଟ୍ ହୋଇଥିବା ଏହି ଟଙ୍କାରୁ ଆପଣ ଗୁଗଲ ପ୍ଲେ ଷ୍ଟୋରରେ ଗେମ, ମ୍ୟୁଜିକ, ସମେତ ଅନେକ ଜିନିଷ ବି କିଣି ପାରିବେ । ଏହି ଆପଟିକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରେ ସହଜରେ ଡାଉନଲୋଡ କରିପାରିବେ ।

ଆପକୁ ଡାଉନଲୋଡ କରିବା ପାଇଁ ମିଳିବ ଟଙ୍କା

ସ୍କ୍ରିନୱାଇଜ ମିଡିଆ ପ୍ୟାନେଲ । ଗୁଗଲର ଏହି ଆପଟିକୁ ଆପଣଙ୍କୁ କେବଳ ନିଜ ଫୋନରେ ରଖିବାକୁ ପଡିବ । ଏଥିରେ କେବଳ ସାଇନଅପ କରିବା ପାଇଁ ଆପଣଙ୍କୁ ମିଳିବ ୩୦୦ଟଙ୍କା । ପ୍ରତିମାସ ୧୦ରୁ ୧୦ ଟଙ୍କା ବୃଦ୍ଧି କରିଦିଆଯିବ । ଏହି ଆପ ଜରିଆରେ ଆପଣ କେଉଁ କେଉଁ ସାଇଟକୁ ଯାଉଛନ୍ତି ଏବଂ କଣ କଣ ସର୍ଚ୍ଚ କରୁଛନ୍ତି ସେ ସଂପର୍କରେ ଗୁଗଲ ଟ୍ରାକ୍ କରିଥାଏ । ଯଦି ଆପଣଙ୍କୁ ସୂଚନା ବୁଝିବା ଓ ବୁଝାଇବାରେ ସମସ୍ୟା ଥାଏ ତେବେ ଏହି ଆପ ଆପଣଙ୍କୁ ଫାଇଦା ଦେଇପାରେ । ଖାଲି ସେତିକି ନୁହେଁ ଏହି ଆପକୁ ବ୍ୟବହାର କରି ଆପଣଙ୍କର ଆକାଉଂଟରେ ଯେଉଁ ଟଙ୍କା କ୍ରେଡିଟ ହେବ, ସେ ସବୁକୁ ଗୁଗଲ ବିଭିନ୍ନ ସପିଂ ସାଇଟରେ ସପିଂ ପାଇଁ କୁପନ ଦେଇଥାଏ । ଯାହାର ବ୍ୟବହାର ଆପଣ ସପିଂ କରିବାରେ ବ୍ୟବହାର କରିପାରିବେ ।

ଗୁଗଲ ମାପରେ ଫଟୋ ଅପଲୋଡ କରିବା

ଗୁଗଲ ମ।।ପ ଗାଇଡ ଜରିଆରେ ଆପଣଙ୍କୁ ଗୁଗଲ ମ୍ୟାପରେ କିଛି ପ୍ରଶ୍ନର ଜବାବ ଦେବାକୁ ପଡିବ । ଏହାବ୍ୟତୀତ ଅନ୍ୟଙ୍କୁ ଗାଇଡ କରିବା ସହିତ ଆପଣ ମାର୍କେଟ ପ୍ଲେସର ଫଟୋ ଏବଂ ରିଭ୍ୟୁ ମଧ୍ୟ ଅପଲୋଡ କରିବାକୁ ପଡିବ । ଏହାଦ୍ୱାରା ଗୁଗଲ ମ୍ୟାପରେ ସର୍ଚ୍ଚ କରୁଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା ମିଳିବ । ଏହି ନୂଆ ବ୍ୟବସ୍ଥାକୁ ସାର୍ବଜନୀନ ଆଧାରରେ ଲଂଚ କରିବା ପୂର୍ବରୁ ଆପଣଙ୍କୁ ଆକ୍ସେସ ମିଳିବ । ଟପ ଲୋକାଲ ଗାଇଡ୍ସକୁ ଓଲା ସିଲେକ୍ଟ ଆକ୍ସେସ କୁପନ ବି ଦିଆଯାଇଥାଏ ।

ଏହା ଜରିଆରେ ଆପଣ ଓଲାର ପ୍ରାଇମ କାରକୁ କମ ଭଡାରେ ବୁକ୍ କରି ପାରିବେ । ଏଥିସହିତ ଆପଣଙ୍କୁ ଓଲା ଏୟାରପୋର୍ଡ ଲାଇନ ଆକ୍ସେସ ବି ମିଳିପାରିବ । ହେଲେ ଏଥିପାଇଁ ଆପଣଙ୍କୁ ୫୩୯ଟଙ୍କା ପରିଶୋଧ କରିବାକୁ ପଡିବ ।

ସୌଜନ୍ୟ: ଆଜତକ୍