ଏଣିକି କୌଣସି ଗାଡିକୁ ଅଧା ଘଂଟାରୁ ଅଧିକ ସମୟ ରୋକିଲେ ପୁଲିସକୁ ଦେବାକୁ ପଡିବ କୈଫତ୍ ! ଜାଣନ୍ତୁ କାହିଁକି

42

ଏପ୍ରିଲ ୧ରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି ଇ-ୱେ ବିଲ୍ । ତେବେ ଜିଏସଟି ବ୍ୟବସ୍ଥା ଆଧାରରେ ଏହି ଗୁରୁତ୍ୱପୂର୍ଣ୍ଣ ଇ-ୱେ ବିଲକୁ ଚଳିତ ମାସରୁ କାର୍ଯ୍ୟକାରୀ ହେବାକୁ ଥିବାବେଳେ, କୌଣସି କାରଣ ପାଇଁ ତାହା ହୋଇପାରିନଥିଲା । ଏହି ବିଲ ଲାଗୁ ହେବା ପରେ ଦେଶରେ ବଡ ପରିବର୍ତ୍ତନ ହେବ ବୋଲି ଆଶା ରହିଛି । ସବୁଠାରୁ ବଡ ପରିବର୍ତ୍ତନ ଟାକ୍ସ ଚୋରି ଉପରେ ହିଁ ଲାଗିବ । ଏଠାରେ ଆମେ କହି ରଖୁଛୁ କି, ଇ-ୱେ ବିଲକୁ ସାଧାରଣତଃ ୪ଟି ଭାଗରେ ବିଭକ୍ତ କରାଯାଇଛି ।, ଇ-ୱେ ବିଲ-୧, ଇ-ୱେ ବିଲ୍-୧ ଗୁଡସ ପାଇଁ ଅଟେ । ଅର୍ଥାତ୍ ଡିଲର, ବ୍ୟବସାୟ, ଏକ୍ସପୋର୍ଟର, ଟ୍ରେଡର, ଯାହା ୫୦ ହଜାରର ଷ୍ଟକ୍ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ପଠାଇଥାନ୍ତି, ସେମାନଙ୍କୁ ଇ-ୱେ ବିଲ-୧ ଫର୍ମ ଭରିବାକୁ ହେବ । ସେହିଭଳି ଇ-ୱେ ବିଲ-୨ ଟ୍ରାନ୍ସପୋଟର୍ସକୁ ଭରିବାକୁ ହେବ । କନସଲିଡେଟେଡ ଇ-ୱେ ବିଲ, ଇ-ୱେ ବିଲ-୨ ଫର୍ମ ଜରିଆରେ ଭରା ଯିବ । ଇ-ୱେ ବିଲ-୩ ଭେରିଫିକେସନ ଫର୍ମ ଅଟେ, ଯାହାକୁ ଜିଏସଟି ଅଧିକାରୀ ଭରିବେ । ଏହି ଫର୍ମରେ ଜିନିଷ ନେଇ ଯାଉଥିବା ବାହାନର ସୂଚନା ତଥା ଗାଡି ନମ୍ବର, ଟ୍ରାନ୍ସପୋର୍ଟର ଏବଂ ଡିଲରର ନାଁ ଏବଂ ନମ୍ବର ଦେବାକୁ ପଡିବ ।

ଇ-ୱେ ବିଲ୍ କଣ

ଜିଏସଟି ଲାଗୁ ହେବା ପରେ ପରେ ୫୦ ହଜାର ଟଙ୍କା କିମ୍ବା ତାଠାରୁ ଅଧିକ ମାଲକୁ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ କିମ୍ବା ରାଜ୍ୟ ଭିତରର ୧୦ କିଲୋମିଟର କିମ୍ବା ଅଧିକ ଦୂର ପର୍ଯ୍ୟନ୍ତ ପରିବହନ ପାଇଁ ଇଲେକ୍ଟ୍ରୋନିକ୍ ପରମିଟର ଆବଶ୍ୟକତା ପଡିବ । ଏହି ଇଲେକ୍ଟ୍ରୋନିକ୍ ବିଲକୁ ହିଁ ଇ-ୱେ ବିଲ କୁହାଯାଏ । ଯାହାକି ଜିଏସଟିଏନ ନେଟୱର୍କ ପରିସରର୍ଭୁକ୍ତ ଅଟେ ।

ଅଧା ଘଂଟା ଅଟକାଇ ଯିବା ଉପରେ ଅଧିକାରୀଙ୍କୁ ଦେବାକୁ ପଡିବ ଉତ୍ତର

ସ୍ଥିତି ଏହାଥିଲା କି ବ୍ୟବସାୟୀମାନେ ନିଜର ମାଲର କନସାଇନମେଂଟକୁ ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରକୁ ପଠାଉଥିବା ସମୟରେ ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କର ସେଲ୍ସ ଟାକ୍ସ , ଏକ୍ସାଇଜ୍ ଟାକ୍ସର ଅଧିକାରୀ ଏବଂ ଇନସପେକ୍ଟର ତାଙ୍କୁ ତଦନ୍ତ ଆଳରେ ଦୀର୍ଘ ସମୟ ଧରି ଅଟକାଇ ରଖୁଥିଲେ । ଯାହାକି ଏବେ ଆଉ ଚଳିବ ନାହିଁ । କାରଣ ଇ-ୱେ ବିଲ ଲାଗୁ ହେବା ପରେ ଯଦି କୌଣସି ଅଧିକାରୀ କୌଣସି ମାଲବାହୀ ଗାଡିକୁ ଅଧା ଘଂଟାରୁ ଅଧିକ ସମୟ ଯାଏଁ ଅଟକାଇ ରଖନ୍ତି ତେବେ ତାଙ୍କର କାମ ସଂପର୍କରେ ସମସ୍ତ ସୂଚନା ଦେବାକୁ ପଡିବ । ଅଧିକାରୀଙ୍କୁ ଅନଲାଇନ ଡିଟେନସନ ଅର୍ଡର ଦେଇ ଜଣାଇବାକୁ ହେବ କି ସେମାନେ କନସାଇନମେଂଟକୁ ରୋକିଲେ କାହିଁକି, ଏହାପରେ ସେମାନେ କେଉଁ ଦସ୍ତାବିଜ ତଦାରଖ କରିଛନ୍ତି, କେତେବେଳ ଯାଏ ତଦନ୍ତ ଜାରି ରଖିଥିଲେ ଏବଂ ଏହାର ଫଳାଫଳ କଣ ଆସିଲା ଇତ୍ୟାଦି ।

ଏସଏମଏସ ହୋଇଯିବ ଇ-ୱେ ବିଲ୍

ବ୍ୟବସାୟୀ ଏବଂ ଟ୍ରାନ୍ସପୋଟର୍ସଙ୍କୁ କୌଣସି ବି ଟାକ୍ସ ଅଫିସର କିମ୍ବା ଚେକ୍ ପୋଷ୍ଟକୁ ଯିବାକୁ ପଡିବ ନାହିଁ । ଇ-ୱେ ବିଲ ଇଲେକ୍ଟ୍ରୋନିକ ବ୍ୟବସାୟୀ ସ୍ୱୟଂ ବାହାର କରିପାରିବେ । ବ୍ୟବସାୟୀ ଅଫଲାଇନରେ ମଧ୍ୟ ଏସଏମଏସ ଜରିଆରେ ଇ-ୱେ ବିନା କରିପାରିବେ । ଯେଉଁ ବ୍ୟବସାୟୀମାନଙ୍କ ନିକଟରେ ଇଂଟରନେଟର ସୁବିଧା ନଥିବ ଏବଂ ତାଙ୍କୁ ଗୋଟିଏ ଦିନରେ ଅଧିକ ଥର ଇ-ୱେ ବିଲ୍ ଜେନେରେଟ କରିବାକୁ ପଡିବ ନାହିଁ । କାରଣ, ସେମାନେ ଏସଏମଏସ ସର୍ଭିସରୁ ଇ-ୱେ ବିଲ ଜେନରେଟ୍ କରିପାରିବେ । ଏଥିପାଇଁ ବ୍ୟବସାୟୀଙ୍କୁ ନିଜ ମୋବାଇଲ ନମ୍ବର ରେଜିଷ୍ଟର କରିବାକୁ ପଡିବ ଆଉ ଏହି ନମ୍ବରରୁ ହିଁ ଏସଏମଏସ ଜରିଆରେ ଇ-ୱେର ରିକ୍ୱେଷ୍ଟ ଡିଟେଲ ଦେଇ ଜେନରେଟ କରିପାରିବେ ।