ମାତ୍ର ୪୯୦ଟଙ୍କାରେ କିଣନ୍ତୁ ସାମସଙ୍ଗ ଗାଲାକ୍ସି ଜେ-୩ ପ୍ରୋ ! ନୋକିଆ-୬ ଏବଂ ନୋକିଆ-୮ରେ ବି ରହିଛି ଧମାକାଦାର ଅଫର

83

ଇ-କମର୍ସ କଂପାନୀ ଆମାଜନ ଇଣ୍ଡିଆରେ ଆୟୋଜିତ ହୋଇଛି ନୋକିଆ ୱିକ୍ ଫେଷ୍ଟିଭାଲ୍ । ଯାହାକି ୧୩ ନଭେମ୍ବରରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ଆଉ ଏହି ଅବସରରେ ନିକୋଆ-୬ ଏବଂ ନୋକିଆ ୮ ଉପରେ ମିଳୁଛି କ୍ୟାସବ୍ୟାକ୍ ଅଫର୍ସ । ସେହିପରି ଫ୍ଲିପକାର୍ଟ ମଧ୍ୟ ସାମସଙ୍ଗ ଗାଲାକ୍ସି ଜେ-୩ ପ୍ରୋ ଉପରେ ଧମାକାରଦାର ଅଫର ଦେଉଛି । ଯେଉଁଥିରେ ଆପଣ ଫୋନଟିକୁ ମାତ୍ର ୪୯୦ ଟଙ୍କାରେ କିଣି ପାରିବେ । ତେବେ ନିମ୍ନରେ ଏସଂପର୍କିତ ଅଧିକ ତଥ୍ୟ ଦିଆଯାଇଛି ।

ନୋକିଆ-୬ ଏବଂ ୮ରେ ରହିଛି କ୍ୟାସବ୍ୟାକ୍ ଅଫର

ଏହି ଅବସରରେ ନୋକିଆ ସ୍ମାର୍ଟଫୋନ ଉପରେ କ୍ୟାସବ୍ୟାକ ମିଳୁଛି । ଆମାଜନ ପେ ଜରିଆରେ ନୋକିଆ-୬କୁ କିଣିବା ଦ୍ୱାରା ପ୍ରାଇମ ୟୁଜର୍ସଙ୍କୁ ୨,୫୦୦ଟଙ୍କା ଏବଂ ନନ-ପ୍ରାଇମ ୟୁଜର୍ସଙ୍କୁ ୧,୫୦୦ଟଙ୍କାର କ୍ୟାସବ୍ୟାକ୍ ଦିଆଯାଉଛି । ଏହାବ୍ୟତୀତ ଯଦି ଗ୍ରାହକ ଅନ୍ୟ କୌଣସି ମାଧ୍ୟମରେ ପେମେଂଟ କରିବାକୁ ଚାହିଁବେ ତେବେ ପ୍ରାଇମ ୟୁଜର୍ସଙ୍କୁ ଏଥିରେ ୫୦୦ଟଙ୍କା ର କ୍ୟାସବ୍ୟାକ୍ ମିଳିବ । ସେହିପରି ନନ-ପ୍ରାଇମ ୟୁଜର୍ସଙ୍କୁ କୌଣସି କ୍ୟାସବ୍ୟାକ୍ ଦିଆଯିବ ନାହିଁ ।

ନୋକିଆ-୬ ଏବଂ ୮ର ବାସ୍ତବ ମୂଲ୍ୟ

ନୋକିଆ-୬ର ମୂଲ୍ୟ ରହିଛି ୧୪,୯୯୯ ଟଙ୍କା । ଏହାକୁ ଆପଣ ଏକ୍ସକ୍ଲୁସିଭ ଆଧାରରେ ଇ-କମର୍ସ ୱେବସାଇଟ ଆମାଜନ ଇଣ୍ଡିଆରୁ କିଣି ପାରିବେ । ସେହିପରି ନୋକିଆ-୮ଏକ୍ସକ୍ଲୁସିଭ ଆଧାରରେ ଆମାଜନ ଇଣ୍ଡିଆରୁ କିଣିପାରିବେ । ତେବେ ଏହି ଫୋନଟିର ଦାମ ରହିଛି ୩୬,୯୯୯ ଟଙ୍କା ।

ସାମସଙ୍ଗ ଗାଲାକ୍ସି ଜେ-୩ ପ୍ରୋର ଅଫର୍ସ

ଏହି ଫୋନର ଦାମ ହେଉଛି ୮,୪୯୦ଟଙ୍କା । ଯାହାକୁ ଆପଣ ୫୦୦ଟଙ୍କା ଫ୍ଲାଟ୍ ଡିସକାଉଂଟ ସହିତ ୭,୯୯୦ଟଙ୍କାରେ କିଣିପାରିବେ । ଏହି ଫୋନ ଉପରେ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ଅଫର ମଧ୍ୟ ରହିଛି । ଯଦି କୌଣସି ଗ୍ରାହକ ସଂପୂର୍ଣ୍ଣ ଏକ୍ସଚେଂଜ ଭ୍ୟାଲୁ ନେବାରେ ସଫଳ ହୋଇଯାଆନ୍ତି ତେବେ ତାଙ୍କୁ ଏହି ଫୋନଟିକୁ ମାତ୍ର ୮୯୦ଟଙ୍କାରେ ମିଳିଯିବ । ଏଥିସହିତ ହିଁ ଏହି ମୋବାଇଲ ଉପରେ ନୋ କଷ୍ଟ ଇଏମଆଇ ଅଫର ଉପଲବ୍ଧ । ଯଦି ଗ୍ରାହକ ଏହି ଫୋନକୁ ସିଟିବ୍ୟାଙ୍କର କାର୍ଡ ସହାୟତାରେ ପେମେଂଟ କରୁଛନ୍ତି ତେବେ ସେ ଏହି ଫୋନଟିକୁ ମାତ୍ର ୮୮୮ ଟଙ୍କାରେ ୯ଟି ଇଏମଆଇ ଉପରେ କିଣିପାରିବେ ।