ପୃଥିବୀ ପାଇଁ ସୁନାମୀ ଭୟ: ସମୂଦ୍ର ଆଡୁ ବଡ ବିପଦର ଆଶଙ୍କା, କୌଣସି ବି ମୁହୂର୍ତ୍ତରେ ଆସିପାରେ ସୁନାମୀ ବୋଲି ସତର୍କ କରାଇଲେ ବୈଜ୍ଞାନିକ

109

କେରଳରେ ବନ୍ୟା ବିଭିଷିକା । ୧୨ ଦିନ ଭିତରେ ବଦଳି ଯାଇଛି କେରଳର ନକ୍ସା । ପାଣି ଭିତରେ ବୁଡି ରହିଛି ଗାଁ, ସହର ଓ ମହାନଗର । ଆକାଶମାର୍ଗରୁ ଦେଖିଲେ ଲାଗୁଛି ଯେମିତି ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି ଜନବସତି । ବର୍ତମାନ ସୁଦ୍ଧା କେରଳ ବନ୍ୟାରେ ୩୭୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏପଟେ ବର୍ଷାର ତାଣ୍ଡବ ଦେଶର ବାକି ରାଜ୍ୟମାନଙ୍କରେ ମଧ୍ୟ ଜାରି ରହିଛି । କେଉଁଠି ବନ୍ୟା ପରିସ୍ଥିତ ଉପୁଜିଲାଣି ତ ପୁଣି କେଉଁଠି ଭୂମିକମ୍ପର ଝଟକା ଅନୁଭୂତ ହେଲାଣି ।

ଏଭଳି ପରିସ୍ଥିତିରେ ସମୂଦ୍ରର ଜଳସ୍ତରରେ ସାମାନ୍ୟତମ ବୃଦ୍ଧି ପାଇବା ସାରା ବିଶ୍ୱ ପାଇଁ କୌଣସି ବଡ ବିପଦରୁ ବି କମ ନୁହେଁ । ଏପରିକି ଜଳବାୟୁର ଏଭଳି ପରିବର୍ତ୍ତନ କାରଣରୁ ସୁନାମୀର ଭୟ ମଧ୍ୟ ରହିଛି । ତେବେ ଏକଥା ଆମେ କହୁନାହୁଁ ବରଂ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ରିପୋର୍ଟରେ ପ୍ରକାଶିତ ଖବର ମୁତାବକ, ଉପକୂଳବର୍ତ୍ତୀ ଅଂଚଳମାନଙ୍କରେ ସମୂଦ୍ରର ଜଳସ୍ତର ବୃଦ୍ଧି ପାଇବା ସଂପର୍କରେ ସମସ୍ତ ସୂଚନା ରହିଛି ସତ ହେଲେ ଦେଶରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେବା କାରଣରୁ ସୁନାମୀ ପରିସ୍ଥିତି ଉପୁଜିବା ନେଇ ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଏହି ନୂଆ ଅଧ୍ୟୟନରୁ ଯାହା ଜଣାପଡିଛି ।

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ୨୦୧୧ ପରେ ତୋହୋକୁ-ଓକିରେ ଅନୁଭୂତ ହୋଇଥିବା ଭୂମିକମ୍ପ ପରେ ପରେ ଆସିଥିବା ସୁନାମୀ କାରଣରୁ ଉତ୍ତର ଜାପାନର ଅନେକ ଅଂଶ ନାରଖାର ହୋଇଯାଇଥିଲା । ଯାହାଦ୍ୱାରା Nuclear Plantକୁ ବି ଭୟଙ୍କର କ୍ଷତି ପହଂଚିଥିଲା । ଆମେରିକାର ଭର୍ଜିନିଆ ଟେକର ଜଣେ ସହାୟକ ପ୍ରଫୋସର ତଥା ରବର୍ଟ ବେସଙ୍କ କହିବା ଅନୁସାରେ, ଆମ ଅଧ୍ୟୟନ କହୁଛି କି, ସମୂଦ୍ରର ଜଳସ୍ତର ବୃଦ୍ଧି ପାଇବା କାରଣରୁ ସୁନାମୀର ଭୟ ବହୁ ପରିମାଣରେ ବଢିଯାଇଛି , ଯାହାର ଅର୍ଥ ହେଲା କି, ଭବିଷ୍ୟତରେ ଏକ କ୍ଷୁଦ୍ର ସୁନାମୀର ପ୍ରଭାବ ସାରା ବିଶ୍ୱ ପାଇଁ ମଧ୍ୟ ବଡ ବିପଦ ସୃଷ୍ଟି କରିପାରେ ।