ବାରମ୍ବାର ଦୌଡିବାକୁ ପଡିବନି କୌଣସି ବି କାର୍ଯ୍ୟାଳୟ । ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ଆରସି ଟ୍ରାନ୍ସଫର ପର୍ଯ୍ୟନ୍ତ ସବୁ କାମ କରିପାରିବେ ଅନଲାଇନ୍ । ଜାଣନ୍ତୁ ପୂରା ପ୍ରକ୍ରିୟା

42

ରାସ୍ତାରେ ଗାଡି ଚଲାଇବାକୁ ହେଲେ ଚାଳକଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଅପରିହାର‌୍ୟ୍ୟ । କାରଣ ବିନା ଲାଇସେନ୍ସରେ ଡ୍ରାଇଭିଂ କରିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଆପଣଙ୍କୁ ମୋଟା ରକମର ଫାଇନ ମଧ୍ୟ ଦେବାକୁ ପଡିଥାଏ । ତେଣୁ ଏହିସବୁ ସମସ୍ୟାରୁ ଦୂରରେ ରହିବା ପାଇଁ ଯଦି ଚାହୁଁଛନ୍ତି ତେବେ ତୁରନ୍ତ ଆପଣ ଡ୍ରାଇଭିଂ ଲାଇସେନ୍ସ ବନାଇଦିଅନ୍ତୁ । ସେହିପରି ଡିଏଲ ବନାଇବା ମଧ୍ୟ ପୂର୍ବପେକ୍ଷା ଆହୁରୀ ସହଜ ହୋଇପଡିଛି । କାହିଁକି ନା ପୂର୍ବରୁ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ବାରମ୍ବାର ଡିଏଲ ଅଫିସର ଚକ୍କର କାଟିବାକୁ ପଡୁଥିଲା କିନ୍ତୁ ଏବେ ଏହି କାମ ଆପଣ ଘରେ ବସି ବି ହୋଇପାରୁଛି ।

ଅନ୍ୟପକ୍ଷରେ ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ହରିୟାଣା ଏବଂ ଗୋଆ ପରେ ଏବେ ଦିଲ୍ଲୀରେ ବି ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବାର ସୁଯୋଗ ଦିଆଗଲାଣି । ଯାହାଦ୍ୱାରା ଦିଲ୍ଲୀବାସୀ ଏବେ ଘରେ ବସି ଅନଲାଇନ ଜରିଆରେ ଡିଏଲ ବନାଇପାରିବେ । ଖାଲି ଡିଏଲ ନୁହେଁ ବରଂ ଆରସି ଟ୍ରାନ୍ସଫର କରିବାର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । ତେବେ ଏହି ସୁବିଧା ଦିଲ୍ଲୀବାସୀଙ୍କୁ ଚଳିତ ମାସ ପହିଲାରୁ ହିଁ ଯୋଗାଇ ଦିଆଗଲାଣି । ଯାହାଦ୍ୱାରା ଲୋକେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡିର ପଂଜିକରଣ ଅନଲାନ ଜରିଆରେ ହିଁ କରିପାରିବେ । ରାଜଧାନୀ ଦିଲ୍ଲୀର ନାଗରିକମାନଙ୍କ ପାଇଁ ଏହି ସେବା ଚଳିତ ମାସର ପ୍ରଥମ ତାରିଖରୁ ହିଁ ଲାଗୁ କରିଦିଆଯାଇଛି । ଏହା ପୂର୍ବରୁ ଦେଶର କିଛି ରାଜ୍ୟମାନଙ୍କରେ ଏହି ସେବା ପୂର୍ବରୁ ହିଁ ଲାଗୁ ହୋଇସାରିଛି । ଧିରେ ଧିରେ ଦେଶର ବାକି ରାଜ୍ୟର ଆରଟିଓରୁ ଆପଣ ଅନଲାଇନ ହିଁ ଏହି ସେବାର ଲାଭ ଉଠାଇପାରିବେ ।

ଏହାଛଡା ଦିଲ୍ଲୀ ପରିବହନ ବିଭାଗର କାର୍ଯ୍ୟାଳୟରେ ମଧ୍ୟ ସବୁ ପ୍ରକାରର ପେମେଂଟ କେବଳ ଅନଲାଇନ ଜରିଆରେ ହିଁ କରାଯାଇପାରିବ । ଦିଲ୍ଲୀ ସରକାର ଆଧାର ହେଲପ ଡେକ୍ସ ଅନୁସାରେ ହିଁ ଆରଡିଓ ହେଲପ ଡେକ୍ସ ଖୋଲିବା ଉପରେ ବିଚାର ବିମର୍ଷ କରୁଛନ୍ତି । ଏହି ହେଲପ ଡେକ୍ସ ଜରିଆରେ ମାତ୍ର ୬୦ ଟଙ୍କା ଖର୍ଚ୍ଚ କରି ହିଁ ଲୋକେ ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବାଗୁଡିକର ଲାଭ ଉଠାଇ ପାରିବେ । ଏଥିସହିତ ହିଁ

• ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ

• ଲାଇସେନ୍ସ ଏବଂ ଆରସିରେ ଦିଆଯାଇଥିବା ଠିକଣା ପରିବର୍ତ୍ତନ କରିବାର ସେବା

• ଡ୍ୟୁପ୍ଲିକେଟ୍ ଡ୍ରାଇଭିଂ ଲାଇସେନ୍ସ ବଦଳାଇବା

• କାରର ଓନରର୍ସିପ ଟ୍ରାନ୍ସଫର

ଏଠାରେ ଆମେ କହି ରଖୁଛୁ କି, ଗତବର୍ଷ ତଥା ୨୦୧୭ରେ ଦିଲ୍ଲୀରେ ପାଖପାଖି ୭ ଲକ୍ଷ ଗାଡିମାନଙ୍କର ପଂଜିକରଣ କରାଯାଇଥିଲା । ଯେଉଁଥିରେ ୫ ଲକ୍ଷ ଲର୍ଣ୍ଣିଂ ଲାଇସେନ୍ସ ଏବଂ ସାଢେ ୨ ଲକ୍ଷ ପର୍ମାନେଟ ଡ୍ରାଇଭିଂ ଲାଇସେନ୍ସ ଅନଲାଇନ ଇସ୍ୟୁ କରାଯାଇଥିଲା ।