ଘରେ ଲଗାଇଛନ୍ତି କି ଡିସ୍ ଆଂଟିଣା ? ତେବେ ଆପଣଙ୍କ ଟିଭିରେ ହେବାକୁ ଯାଉଛି ଏକ ବଡଧରଣର ପରିବର୍ତ୍ତନ

90

ଆଜିର ଦିନରେ ପ୍ରତ୍ୟେକଙ୍କ ଘରେ ଡିସ୍ ଆଂଟିଣା ଏବଂ ଟିଭି ରହିଥିବ ନିଶ୍ଚୟ । ଯାହାକୁ ଲୋକେ ମନୋରଂଜନ ପାଇଁ ବ୍ୟବହାର କରିଥାନ୍ତି । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଙ୍କ ପାଇଁ ଟିଭି ଦେଖିବା ଏକପ୍ରକାରେ ଜରୁରୀ ହୋଇପଡିଛି । ବ୍ୟସ୍ତ ବହୁଳ ଜୀବନରେ କିଛି ଅବସର ମୁହୂର୍ତ୍ତକୁ ହସ ଖୁସିରେ ବିତାଇବା ପାଇଁ ଲୋକେ ଟିଭିର ଆଶ୍ରୟ ନେଇଥାନ୍ତି । ତେବେ ଟିଭିକୁ ନେଇ ହେବାକୁ ଯାଉଛି ଏକ ବଡ ଧରଣର ପରିବର୍ତ୍ତନ । କାରଣ ଆଜିର ଦିନରେ ଏଭଳି ଅନେକ ଲୋକ ରହିଛନ୍ତି ଯେଉଁମାନଙ୍କ ଘରେ ଡିସ ଆଂଟିଣା ଏବଂ ଟିଭି ରହିଛି । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ଘରେ ଡିସ ଆଂଟିଣା ଲଗାଯାଇଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ ।

ସୂଚନା ମୁତାବକ, ଆଜିର ଦିନରେ ବିଶ୍ୱର ପ୍ରତିଟି ଲୋକଙ୍କ ଘରେ କେବୁଲଠାରୁ ଆରମ୍ଭ କରି ଡିସ୍ ଟିଭି ଉପଲବ୍ଧ । ସେହିପରି କେବୁଲ ଅପେକ୍ଷା ଡିସ ଆଂଟିଣା ବ୍ୟବହାରକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । କାହିଁକି ନା କେବୁଲ ତୁଳନାରେ ଡିସ ଟିଭିରେ ବହୁତ କମ ମୂଲ୍ୟରେ ଅଧିକ ଚ୍ୟାନେଲ ଉପଲବ୍ଧ । କେବୁଲଠାରୁ ବି ଭଲ ତଥା ଉନ୍ନତ ମାନର ସୁବିଧା ଉପଲବ୍ଧ କିନ୍ତୁ ଏବେ ଡିସ ଆଂଟିଣାକୁ ନେଇ ଏକ ନୂଆ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ କାରଣରୁ ମହଙ୍ଗା ମାଡ ଅପେକ୍ଷାକୃତ ବୃଦ୍ଧି ପାଇପାରେ ।
ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଟେଲିଭିଜନ ତଥା ଡିସ୍ ଆଂଟିଣାରେ ଯେଉଁସବୁ ଫ୍ରି ଚ୍ୟାନେଲ ଆସୁଥିଲା. ଏବେ ସେଗୁଡିକ ଆଉ ଆସିବ ନାହିଁ ।

କାରଣ ଏହିସବୁ ଚ୍ୟାଲେନଗୁଡିକୁ ଏବେ ପ୍ରିମିୟମ କରାଯାଉଛି । ଯାହାକୁ ପ୍ରସିଦ୍ଧ ବ୍ରୋର୍ଡକାଷ୍ଟ କଂପାନୀମାନଙ୍କ ଦ୍ୱାରା ବର୍ତ୍ତମାନ ମାଗଣା ଚ୍ୟାନଲେଗୁଡିକୁ ଚଲାଇବା ପାଇଁ ଟଙ୍କା ଦେବାକୁ ପଡିବ । ତେବେ ଏଭଳି ନିଷ୍ଟତି କୋର୍ଟ ଦ୍ୱାରା ନିଆଯାଇଛି । ସୋନି ଜି ଷ୍ଟାର ଏବଂ ୱାୟାକମ ୧୮ ଭଳି ଫ୍ରି ଚ୍ୟାନେଲଗୁଡିକୁ ପ୍ରିମିୟମ କରିଦିଆଯିବ । ଯେଉଁ କାରଣରୁ ଏଣିକି ଆପଣଙ୍କୁ ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ ମଧ୍ୟ ଟଙ୍କା ଦେବାକୁ ପଡିବ ।