ବଦଳିଲା ଫେସବୁକର ଢାଂଚା: ଏଣିକି ୟୁଜର୍ସଙ୍କ ଏହି ଗୋଟିଏ ଭୁଲ ଯୋଗୁଁ ସବୁଦିନ ପାଇଁ ବନ୍ଦ ହୋଇଯିବ ଆକାଉଂଟ

40

ଫେସବୁକରେ ଆମେ ଆମର ପ୍ରତିଟି ମୁହୂର୍ତ୍ତକୁ ପୋଷ୍ଟ ଏବଂ ସେୟାର କରିଥାନ୍ତି ଆଉ ଏହି ସମୟରେ ଆମେ ଭୁଲି ଯାଇଥାନ୍ତି କି, ଫେସବୁକର ପଲିସି କଣ ରହିଛି । ଏଭଳି ପରିସ୍ଥିତିରେ ଫେସବୁକ ଆମ ଆକାଉଂଟ ସବୁଦିନ ପାଇଁ ବ୍ଲକ୍ କରିଦେଇପାରେ । ତେବେ ଆସନ୍ତୁ ଜାଣିବା ଫେସବୁକରେ ଆପଣଙ୍କୁ କଣ କଣ ସେୟାର ନକରିବା ଉଚିତ ।

ଭୁଲ ପାସୱାର୍ଡ

ଲଗାତର ଭାବରେ ଭୁଲ ପାସୱାର୍ଡ ଦେବା ଦ୍ୱାରା ଆପଣଙ୍କ ଆକାଉଂଟ ବ୍ଲକ କରାଯାଇପାରେ । ତେଣୁ ଭଲ ହେବ କି ପାସୱାର୍ଡ ମନେ ରଖନ୍ତୁ ଏବଂ ପୁଣି ଆକାଉଂଟରୁ ମୋବାଇଲ ନମ୍ବର ଲିଙ୍କ ନିଶ୍ଚୟ କରନ୍ତୁ । ଯାହାଦ୍ୱାରା ପାସୱାର୍ଡ ଭୁଲିଗଲେ ଓଟିପି ଜରିଆରେ ରିସେଟ କରିପାରିବେ ।

ଆପତିଜନକ କଂଟେଂଟ

ଅଧିକାଂଶ ସମୟରେ ଆମେ ଫେସବୁକରେ ଆଡୁ ସାଡୁ ପୋଷ୍ଟରେ କମେଂଟ କରିପକାନ୍ତି । କିଛି ଲୋକ ତ ଏଭଳି ପୋଷ୍ଟଗୁଡିକୁ ସେୟାର ମଧ୍ୟ କରି ପକାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଏଭଳି କରିବା ଦ୍ୱାରା ଆପଣଙ୍କର ଆକାଉଂଟ ବ୍ଲକ ହୋଇପାରେ । ଆପତିଜନକ କଂଟେଂଟ ସେୟାର ଏବଂ ପୋଷ୍ଟ କରନ୍ତୁ ନାହିଁ । ଫେସବୁକରେ କାହାକୁ ଗାଳି ଗୁଲଜ ମଧ୍ୟ କରନ୍ତୁ ନାହିଁ ।

ପୋକ୍ କରିବା

ସାଧାରଣତଃ ଆମେ ଆମର ବନ୍ଧୁମାନଙ୍କୁ ନିଜ କଥା ମନେ ପକାଇଦେବା ପାଇଁ ତାଙ୍କୁ ପୋକ କରିଦେଇଥାନ୍ତି କିନ୍ତୁ ଅଧିକ ଲୋକଙ୍କୁ ପୋକ କରିବା ଦ୍ୱାରା ଆପଣଙ୍କର ଫେସବୁକ୍ ଆକାଉଂଟ ବ୍ଲକ ବି ହୋଇପାରେ ।

ଦେ ଦନା ଗ୍ରୁପ ଜଏନ କଲେ

ଫେସବୁକରେ ଆପଣଙ୍କର ଆକାଉଂଟ ନିଶ୍ଚୟ ରହିଥିବ, ତେବେ ଆପଣ କୌଣସି ନା କୌଣସି ଗ୍ରୁପ ମଧ୍ୟ ଜଏନ କରିଥିବେ , କିନ୍ତୁ ଆପଣଙ୍କୁ ବୋଧହୁଏ ଜଣାଥିବ କି ୨୦୦ ରୁ ଅଧିକ ଗ୍ରୁପ ଫେସବୁକ ଗ୍ରୁପରେ ଜୋଡି ହେବା ପରେ ଆପଣଙ୍କର ଆକାଉଂଟ ସବୁଦିନ ପାଇଁ ବ୍ଲକ ତଥା ବନ୍ଦ ହୋଇପାରେ ।

ଅବୈଧ କଂଟେଟେ

କାହାକୁ ଅପମାନିତ କଲା ଭଳି କଂଟେଂଟ ଫେସବୁକରେ ପୋଷ୍ଟ କରନ୍ତୁ ନାହିଁ । ଏଥିସହିତ ହିଁ ଏଭଳି କଂଟେଂଟ ସହିତ କେହି ଆପଣଙ୍କୁ ଟ୍ୟାଗ କରିଥିଲେ େତେବେ ତାକୁ ନିଜ ଟାଇମ ଲାଇନରୁ ଆସିବାକୁ ଦିଅନ୍ତୁ ନାହିଁ ।