ଫେସବୁକ୍ ୟୁଜର୍ସଙ୍କ ପାଇଁ ବଢିଲା ବିପଦ । ଏଣିକି ସବୁଦିନ ପାଇଁ ବ୍ଲକ୍ ହୋଇଯିବ ଆକାଉଂଟ୍

34

ଆଜିକା ଦିନରେ ସୋସିଆଲ ମିଡିଆ ମଣିଷ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ପାଲଟିଯାଇଛି । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସସସ୍ତେ ସବୁବେଳେ ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍ । ତେବେ ଏସବୁଗ୍ରହଣରେ ସବୁଠାରୁ ବେଶି ଲୋକପ୍ରିୟ ସାଜିଛି ଫେସବୁକ୍ । ଯାହାର ୟୁଜର୍ସଙ୍କ ସଂଖ୍ୟା ବର୍ତ୍ତମାନ ୨ ଆରବରୁ ଅଧିକ ଛୁଇଁଚି । ପ୍ରତିଦିନ ଆମେ ଫେସବୁକରେ ଅନେକ ଫଟୋ-ଭିଡିଓ ପୋଷ୍ଟ-ସେୟାର କରିଥାନ୍ତି, କମେଂଟ କରିଥାନ୍ତି ଏବଂ ଅନେକ ଗ୍ରୁପକୁ ମଧ୍ୟ କ୍ରିଏଟ୍ କରିଥାନ୍ତି ହେଲେ ଆପଣ ଜାଣିଛନ୍ତି କି ଆପଣଙ୍କର ଗୋଟିଏ ଭୁଲ ପାଇଁ ଆପଣଙ୍କର ଆକାଉଂଟ୍ ବନ୍ଦ ବା ବ୍ଲକ୍ ହୋଇପାରେ । ତେବେ ଆସନ୍ତୁ ଜାଣିବା ଆପଣଙ୍କୁ ଫେସବକୁରେ କଣ କରିବା ଉଚିତ ଆଉ କଣ ନକରିବା ଉଚିତ ।

ପୋକ୍ କରିବା

ସାଧାରଣତଃ ଆମେ ଆମର ବନ୍ଧୁମାନଙ୍କୁ ନିଜ କଥା ମନେ ପକାଇବାଦେବା ପାଇଁ ବା ଆପଣଙ୍କ ପ୍ରତି ଆପଣଙ୍କର ବନ୍ଧୁଙ୍କ ଆଟେନସନ ଆଣିବା ଉଦ୍ଦେଶ୍ୟରେ ତାଙ୍କୁ ପୋକ୍ କରିଦେଇଥାନ୍ତି ହେଲେ ବହୁତ ଲୋକଙ୍କୁ ଏଭଳି ପୋକ୍ କରିବା ଦ୍ୱାରା ଫେସବୁକ ଆକାଉଂଟ ବ୍ଲକ୍ ମଧ୍ୟ ହୋଇପାରେ ।

ଗ୍ରୁପ ଜଏନ କରିବା

ଫେସବୁକରେ ଆପଣଙ୍କର ଆକାଉଂଟ ନିଶ୍ଚୟ ରୂପେ ରହିଥିବ ତେବେ ଆପଣ କେଉଁଠି ନା କେଉଁଠି କୌଣସି ଗ୍ରୁପ ବି ଜଏନ କରିଥିବେ ହେଲେ ଆପଣ ବୋଧହୁଏ ଜାଣିନାହାଁନ୍ତି କି ୨୦୦ରୁ ଅଧିକ ଫେସବୁକ୍ ଗ୍ରୁପରେ ଯୋଡିବା ଦ୍ୱାରା ଆପଣଙ୍କର ଆକାଉଂଟ ସବୁଦିନ ପାଇଁ ବ୍ଲକ ବା ବନ୍ଦ ହୋଇପାରେ ।

ଆପତ୍ତିଜନକ କମେଂଟ

ଅଧିକାଂଶ ସମୟରେ ଆମେ ଫେସବୁକରେ ଆପତିଜନକ ପୋଷ୍ଟରେ କମେଂଟ ଦେଇଥାନ୍ତି । ଅନେକ ଲୋକେ ତ ଏଭଳି ପୋଷ୍ଟକୁ ସେୟାର ମଧ୍ୟ କରିପକାନ୍ତି ହେଲେ ଏପରି କରିବା ଦ୍ୱାରା ଆପଣଙ୍କର ଫେସବୁକ୍ ଆକାଉଂଟକୁ ବନ୍ଦ ହୋଇପାରେ । ଅର୍ଥାତ୍ ଆପତିଜନକ କମେଂଟ ସେୟାର ଏବଂ ପୋଷ୍ଟ କରିବା ଦ୍ୱାରା ଆକାଉଂଟ ବ୍ଲକ୍ ହୋଇଯିବ । ତେଣୁ ଏଭଳି କମେଂଟ ସେୟାର କି ପୋଷ୍ଟ କରନ୍ତୁ ନାହିଁ ।

ଅବୈଧ କମେଂଟ

କାହାକୁ ଅପମାନିତ କଲା ଭଳି କମେଂଟ ଫେସବୁକରେ ଆଦୌ ପୋଷ୍ଟ କରନ୍ତୁ ନାହିଁ । ଏଥିସହିତ ହିଁ ଏଭଳି କମେଂଟ୍ ସହ କେହି ଯଦି ଆପଣଙ୍କୁ ଟ୍ୟାଗ କରିଛନ୍ତି ତେବେ ଆପଣଙ୍କର ଟାଇମଲାଇନରେ ତାଙ୍କୁ ଆସିବାକୁ ଦିଅନ୍ତୁ ନାହିଁ ।

ଭୁଲ ପାସୱାର୍ଡ

ଲଗାତର ଭାବେ ଭୁଲ ପାସୱାର୍ଡ ଦେବା ଦ୍ୱାରା ମଧ୍ୟ ଆପଣଙ୍କର ଫେସବୁକ୍ ଆକାଉଂଟ ବ୍ଲକ୍ ହୋଇପାରେ । ତେଣୁ ଉଚିତ ହେବକି ଆପଣ ଆପଣଙ୍କର ପାସୱାର୍ଡକୁ ମନେ ରଖନ୍ତୁ କିମ୍ବା ଆକାଉଂଟକୁ ନିଜର ମୋବାଇଲ ନମ୍ବର ସହିତ ଲିଙ୍କ କରନ୍ତୁ । ଯାହାଦ୍ୱାରା ପାସୱାର୍ଡ ଭୁଲିଗଲେ ବି ଓଟିପି ଜରିଆରେ ତାକୁ ରିସେଟ କରିପାରିବେ ।