କୁକୁରକୁ ମିଳିଲା ବମ୍ ! ବାରମ୍ବାର ଭୁକିବା ପରେ ବି ଆସିଲେନି କେହି, ଶେଷରେ ନିଜ ବଳିଦାନ ଦେଇ ବଂଚାଇଦେଲା ହଜାର ହଜାର ଲୋକଙ୍କ ଜୀବନ

38

ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଛଚ୍ଛିଶଗଡର ରାଜନ୍ଦଗାଁଓ ଜିଲ୍ଲାରେ । ଏଠାରେ ଏକ କୁକୁର ବିସ୍ଫୋରକ ପଦାର୍ଥ ଖାଇ ଦେଇଥିଲା । ତେବେ ଏହି ବିସ୍ଫୋରକ ପଦାର୍ଥ ଖାଇବା କ୍ଷଣିି ହିଁ ଏକ ବିରାଟ କାୟ ଶଦ୍ଦ କରିବା ସହ ବିସ୍ଫୋରଣ ହୋଇଥିଲା ଏବଂ କୁକୁରଟିର ମୃତ୍ୟୁ ହୋଇଯାଇଥିଲା । ଯେହେତୁ ଘଟଣାଟି ଘଟିଥିବା ସ୍ଥାନରେ ଏକ ମନ୍ଦିର ରହିଥିଲା , ଯେଉଁଥିପାଇଁ ଚାହୁ  ଚାହୁଁ ଖବରଟି ଚାରି ଆଡେ ବ୍ୟାପି ଯାଇଥିଲା ।

ସୂଚନା ମୁତାବକ, ଛତିଶଗଡର ଏକ ସାର୍ବଜନୀକ ସ୍ଥାନରେ ଗତ ୫ ତାରିଖ ସନ୍ଧ୍ୟା ପାଖାପାଖି ସାଢେ ୫ଟା ସମୟରେ ହଠାତ୍ ବିସ୍ଫୋରଣ କାରଣରୁ ଆତଙ୍କ ଖେଳିଯାଇଥିଲା । ତେବେ ଏହି ବିସ୍ଫୋରଣଟି କୁକୁରଠାରୁ ହୋଇଥିଲା । ଯାହାଦ୍ୱାରା ଘଟଣାସ୍ଥଳରେ ହିଁ କୁକୁରଟିର ପ୍ରାଣବାୟୁ ଉଡି ଯାଇଥିଲା । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଏଭଳି ଆଉ ଏକ ଜୀବନ୍ତ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲା ।

କୁହାଯାଉଛି କି, ଏଭଳି ପ୍ରକାରର ବିସ୍ଫୋରକ ସାମଗ୍ରୀର ଜଙ୍ଗଲରେ ରହୁଥିବା ହିଂସ୍ର ବନ୍ତୁକୁ ମାରିବା ପାଇଁ ବ୍ୟବହାର କରାଯାଇଥାଏ । ହେଲେ ଏହି ବମଟି ଏକ ଜନଗହଳୀପୂର୍ଣ୍ଣ ଅଂଚଳରେ ପଡିରହିଥିଲା । ବମଟିକୁ ଦେଖିବା ମାତ୍ରକେ କୁକୁରଟି ଜୋର ଜୋରରେ ଭୁକିବାକୁ ଲାଗିଥିଲା ଆଉ ଯେତେବେଳେ କେହି ଆସିନଥିଲେ ସେତେବେଳେ କୁକୁରଟି ନିଜ ଜୀବନକୁ ବାଜି ଲଗାଇ ନିଜେ ସେହି ବିସ୍ଫୋରକକୁ ଖାଇ ଦେଇଥିଲା, ଯେଉଁକାରଣରୁ ତାର ମୃତ୍ୟୁ ଘଟିଥିଲା । ଆଉ କୁକୁର ଏହି ବଳିଦାନ ଯୋଗୁ ହଜାର ହଜାର ସଂଖ୍ୟକ ଲୋକଙ୍କ ଜୀବନ ବଂଚିଯାଇଇଥଲା ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ମନ୍ଦିର ନିକଟରେ ସନ୍ଧ୍ୟା ପାଖାପାଖି ସାଢେ ୫ଟା ବେଳେ ଏକ ପ୍ଲାଷ୍ଟିକ ଜାରରେ ରଖାଯାଇଥିବା ମିନି ବିସ୍ଫୋରକ ସାମଗ୍ରୀ ଯୋଗୁ କୁକୁରଟିର ମୃତ୍ୟୁ ଘଟିଛି । ଭୟଙ୍କର ଶଦ୍ଦ ଶୁଣି ଆଖପାଖରେ ବସିଥିବା ଦୋକାନୀ ଏବଂ ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ । ତେବେ ସାଙ୍ଗେ ସାଙ୍ଗେ କଥାଟା ଚାରିଆଡେ ବ୍ୟାପିଯାଇଥିଲା ଏବଂ ଖବର ପାଇ ପୁଲିସ ଘଟଣା ସ୍ଥଳରେ ଆସି ପହଂଚିଥିଲା ଏବଂ ସେହି ପରି ପୁଣି ଏକ ବିସ୍ଫୋରକ ସାମଗ୍ରୀ ଥିବା ଜାରକୁ ଠାବ କରିଥିଲା । କୁହାଯାଉଛି କି, ବିସ୍ଫୋରଣ ହେବା ପରେ କୁକୁରଟି ପାଖାପାଖି ୨୫ ମିନିଟ କାଳ ବଂଚିଥିଲା । ପୁଲିସ ସୁଚନା ମୁତାବକ, ଯଦି ଏହି ବିସ୍ପୋରକ ଅନ୍ୟ କାହା ସସ୍ପର୍ଶରେ ଆସିଥାନ୍ତା ତେବେ ଏକ ବହୁତ ବଡ ଦୁର୍ଘଟଣା ଘଟିଥାନ୍ତା । ଯାହାଦ୍ୱାରା ହଜାର ହଜାର ସଂଖ୍ୟକ ଲୋକଙ୍କର ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ରହିଥିଲା ।