କିଛି ଦିନ ତଳେ ବଲିଉଡ ଅଭିନେତା ଇରଫାନ ଖାନ ଭୟଙ୍କର କ୍ୟାନସର ରୋଗରେ ପୀଡିତ ହେବା ନେଇ ଖବର ସାମ୍ନାକୁ ଆସିବା ପରେ ଏବେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ମଧ୍ୟ ଏହି ରୋଗରେ ପୀଡିତ ଥିବା ନେଇ ଜଣାପଡିଛି । ତେବେ ଯଦି କୋଟି କୋଟି ଟଙ୍କାର ମାଲିକ, ଫିଟନେସ ପ୍ରତି ଧ୍ୟାନ ରଖୁଥିବା ଏବଂ ନିଜ ଖାଦ୍ୟପେୟ ଉପରେ ପାଣି ଭଳି ଟଙ୍କା ବୁହାଉଥିବା ଲୋକଙ୍କୁ କ୍ୟାସନର ନିଜ କାବୁରେ ରଖିପାରୁଛି ତେବେ ଆମ ଭଳି ସାଧାରଣ ଲୋକ , ଯେଉଁମାନଙ୍କ ନିକଟରେ କି ନା ଭଲ ଖାଇବା ପିଇବା ପାଇଁ ଟଙ୍କା ଅଛି ନା ହିଁ ସମୟ, ଏଭଳି ପରିସ୍ଥିତିରେ ଆମ ଅବସ୍ଥା କଣ ଯେ ହୋଇପାରିବ ତାହା ଆପଣଙ୍କୁ ଭଲ ଭାବରେ ଜଣାଥିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ତଥା ଉପଚାର ସଂପର୍କରେ ଅବଗତ କରାଇବୁ ଯାହା କ୍ୟାନସର ଭଳି ବଡ ରୋଗକୁ ଦୂର କରିବାରେ ସହାୟକ କରିପାରେ ।

ଗୋମୂତ୍ର

ଆୟୁର୍ବେଦରେ ଏହାର ବ୍ୟବହାର ଅନେକ ରୋଗର ଚିକିତ୍ସା ପାଇଁ କରାଯାଇଥାଏ । କିଛି ବୈଜ୍ଞାନିକଙ୍କ ଦାବି ରହିଛି କି, ଗୋ-ମୂତ୍ରରୁ ମୁହଁ, କଲିଜା,କିଡନୀ, ତ୍ୱଚା ଏବଂ ସ୍ତନ୍ୟ କ୍ୟାନସର ଭଳି ବଡ ବଡ ରୋଗର ଚିକିତ୍ସା ସମ୍ଭବ । ଏହି ଅଧ୍ୟୟନ ସହ ଜଡିତ ଅନ୍ୟ ସଦସ୍ୟଙ୍କ କହିବା କଥା ହେଲା କି, କିମୋଥେରପି ହେଲ୍ଦି ସେଲ୍ସକୁ ବି ନଷ୍ଟ କରିଦେଇଥାଏ , ଯେବେକି ଗୋ-ମୂତ୍ର କେବଳ ସଂକ୍ରମିତ କୋଷିକାଗୁଡିକୁ ହିଁ ନଷ୍ଟ କରିଥାଏ ।

ଗାଇର ରାସାୟନିକ ସଂରଚନା କଣ

ଗୋ ମୂତ୍ରରେ କ୍ୟାଲସିୟମ , ଆଇରନ, ଫସଫରସ, ପୋଟାସିୟମ, କାର୍ବୋନିକ ଏସିଡ, ନାଇଟ୍ରୋଜେନ , ମାଗନିଜ, ଅନୋନିଆ, ଫରସ୍ଫେଟ, ୟୁରିଆ, ୟୁରିକ୍ ଏସିଡ, ସାଇଟୋକିନ ଏବଂ ଲେକ୍ଟୋଜ ଉପଲବ୍ଧ । ଗୋମୂତ୍ରରେ ୯୫ ପ୍ରତିଶତ ପାଣି ସହିତ ୨.୫ ପ୍ରତିଶତ ୟୁରିଆ, ୨.୫ ପ୍ରତିଶତ ଏନଜାଇମ୍ସ ହର୍ମୋନ ଏବଂ ୨୪ ପ୍ରକାରର ଲୁଣ ଉପଲବ୍ଧ ।

ଗୋମୂତ୍ରର ଔଷଧିୟ ଗୁଣ

ଏଥିରେ ଦ୍ରୁତ ଆଂଟିମାଇକ୍ରୋବିୟଲ ଶକ୍ତି ରହିଥାଏ, ଯାହାକି ବିଭିନ୍ନ ରୋଗସୃଷ୍ଟିକାରୀ ଜୀବାଣୁ ତଥା ଭୂତାଣୁକୁ ରୋକିଥାଏ । ଗୋମୂତ୍ର ଡାଡ୍ରଫର ଚିକିତ୍ସାରେ ନିମ ପତ୍ର ଏବଂ ଲେମ୍ବୁ ରସଠାରୁ ଅଧିକ ପ୍ରଭାବଶାଳୀ ଅଟେ । ଗୋମୂତ୍ରର ଆହୁରି ଏକ ଫାଇଦା ମଧ୍ୟ ରହିଛି, ଏହାର ପ୍ରାକୃତିକ ଆଂଟିସେପ୍ଟିକ ହୋଇଥାଏ । ଘା ଉପରେ ଗୋମୂତ୍ର ଲଗାଇବା ଦ୍ୱାରା ତାହା ଖୁବ୍ ଶୀଘ୍ର ଭଲ ହୋଇଯାଇଥାଏ ।

ସେହିପରି କ୍ୟାନସର ପାଇଁ ମଧ୍ୟ ଗୋମୂତ୍ର ରାମବାଣ ଚିକିତ୍ସା ଭଳି କାମ ଦେଇଥାଏ । ଏହା ବହୁତ ଭଲ ଏବଂ ଶସ୍ତା ଉପଚାର । ଯାହାକୁ ଜଣେ ଗରିବ ବ୍ୟକ୍ତି ବି ବ୍ୟବହାର କରିପାରିବେ । ଯଦି ଆପଣ ପ୍ରତିଦିନ ଗୋମୂତ୍ର ସେବନ କରିବେ ତେବେ କ୍ୟାନସର ସହିତ ଅନେକ ପ୍ରକାରର ରୋଗବିମାରୀରୁ ରକ୍ଷା ପାଇପାରିବେ । ବଜାରରେ ଅନେକ କଂପାନୀ ଗୋମୂତ୍ର ପ୍ୟାକ୍ କରି ବିକ୍ରି କରିଥାନ୍ତି । ଏହା ପରିଷ୍କାର ଏବଂ ଶୁଦ୍ଧ ଅଟେ । ତେଣୁ ଆପଣ ଏହାର ବ୍ୟବହାର କରିପାରିବେ ।