ଗରିବଙ୍କ ପାଇଁ ଦେବଦୂତ! ଚିକିତ୍ସା ପାଇଁ ନିଅନ୍ତି ମାତ୍ର ୨ ଟଙ୍କା, ସହରର ଚାକଚକ୍ୟ ଛାଡି ଆଦିବାସୀଙ୍କ ଗ୍ରହଣରେ ରହି ଯୋଗାଉଛନ୍ତି ୨୪ ଘଂଟିଆ ସେବା

35

ଡା. ରବିନ୍ଦ୍ର କୋହ୍ଲେ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏ କି ନିଜ ଜୀବନକୁ ଗରିବଙ୍କ ସେବା ପାଇଁ ସମର୍ପିତ କରିଦେଇଛନ୍ତି । ରବିନ୍ଦ୍ର ପେଶାରେ ଜଣେ ଡାକ୍ତର, ସେ ଚାହିଁଥିଲେ ଟାଉନରେ ନିଜର ଏକ ଆଲିଶାନ ବଙ୍ଗଳା କରି ସେଥିରେ ରହିପାରିଥାନ୍ତେ ଆଉ ରୋଗୀଙ୍କଠାରୁ ମୋଟା ଅଙ୍କର ଫିସ୍ ମଧ୍ୟ ନେଇପାରିଥାନ୍ତେ ହେଲେ ରବିନ୍ଦ୍ର କିନ୍ତୁ ସେଭଳି ନୁହଁନ୍ତି କାରଣ, ସେ ନିଜର ଏହି ପେଶାକୁ ଗରିବଙ୍କ ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଆଉ ତାଙ୍କର ଏହି ମହତ କାର୍ଯ୍ୟରେ ତାଙ୍କ ସାଥ ଦେଇଛନ୍ତି ପତ୍ନୀ ସମିତା କୋହ୍ଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରବିନ୍ଦ୍ର ନିଜ ଫିସରେ ମାତ୍ର ୨ ଟଙ୍କା ହିଁ ନିଅନ୍ତି ଏବଂ ବଂ ଦ୍ୱିତୀୟ ଥର ଗଲେ ଟଙ୍କାଟିଏ ନିଅନ୍ତି । ରବିନ୍ଦ୍ର ମହାରାଷ୍ଟ୍ରର ଏକ ଆଦିବାସୀ ତଥା ଦୁଗର୍ମ ଅଂଚଳରେ ଗତ ୨୪ ବର୍ଷ ହେଲା କାମ କରିଆସୁଛନ୍ତି ।

ରବିନ୍ଦ୍ର କୋହ୍ଲେ ଯେତେବେଳେ ଏମବିବିିଏସର ପାଠପଢା ସାରି ମେଲଘାଟର ଅତି ପଛୁଆ ବର୍ଗ ଅଂଚଳରେ ଚାକିରି କରିଥିଲେ ସେତେବେଳେ ତାଙ୍କୁ ଅନୁଭବ ହୋଇଥିଲା କି ଏହି ଆଦିବାସୀମାନଙ୍କର ଆବଶ୍ୟକତା ବହୁତ ଭିନ୍ନ । ଯେଉଁଥିପାଇଁ ସେ ସେଠାରୁ ଫେରି ଆସିଥିଲେ ଏବଂ ଏମଡିର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ମେଲଘାଟ ଆସି ଏହି ଆଦିବାସୀଙ୍କ ଗ୍ରହଣରେ ରହି ସେମାଙ୍କର ଚିକିତ୍ସା କରିଥିଲେ । ରବିନ୍ଦ୍ରଙ୍କ ନିକଟକୁ ଯଦି କୌଣସି ରୋଗୀ ପ୍ରଥମ ଥର ପାଇଁ ଚିକିତ୍ସିତ ପାଇଁ ଆସନ୍ତି ତେବେ ରବିନ୍ଦ୍ର ତାଙ୍କଠାରୁ ମାତ୍ର ୨ ଟଙ୍କା ଫିସ ନିଅନ୍ତି ଆଉ ଦ୍ୱିତୀୟ ଥର ପାଇଁ ଆସିଲେ ୧ ଟଙ୍କା ନିଅନ୍ତି । ଖାଲି ଏତିକି ନୁହେଁ ରବିନ୍ଦ୍ର ନିଜ ହାତରୁ ଟଙ୍କା ଖର୍ଚ୍ଚକରି ଏକ କ୍ଲିନିକ ମଧ୍ୟ ସେଠାରେ ଖୋଲିଛନ୍ତି । ଯେଉଁଠାରେ ସେ ନିଜେ ରହି ରୋଗୀଙ୍କୁ ୨୪ ଘଂଟିଆ ସେବା ଉପଲବ୍ଧ କରାଉଛନ୍ତି ।