କେତେ ଚିହ୍ନିଛନ୍ତି ନିଜକୁ ? ଜାଣନ୍ତୁ ମଣିଷର ୧୩ ରହସ୍ୟ

72

ପୃଥିବୀର ପ୍ରତିଟି ମଣିଷ ଏକାସଙ୍ଗେ ୧୩ଟି ରହସ୍ୟ ଗୋପନ ଭାବେ ନିଜ ଭିତରେ ରଖିଥାନ୍ତି । ସେଥି ମଧ୍ୟରୁ ୫ଟି ରହସ୍ୟ କୌଣସି ଅନ୍ୟ ଜୀବିତ ଆତ୍ମ ନିକଟରେ ପରିପ୍ରକାଶ କରି ନଥାଏ ବୋଲି ଏକ ଗବେଷଣାରୁ ଜଣା ପଡିଛି । ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ୧୦ଟି ଭିନ୍ନ ଭିନ୍ନ ଗବେଷଣାରୁ ୧୩,୦୦୦ ଅଧ୍ୟୟନ ଉପରେ ତର୍ଜମା କରିଥିଲେ । ଏହାଦ୍ୱାରା ସେମାନେ ୩୮ଟି ସର୍ବାଧିକ ବର୍ଗର ରହସ୍ୟକୁ ପ୍ରାଧାନ୍ୟ ଦେଇଥିଲେ । ପରେ ଗବେଷକମାନେ ଅଧ୍ୟୟନରେ ସାମିଲ୍ ହୋଇଥିବା ସମସ୍ତ ଲୋକଙ୍କୁ ୩୮ଟି ସାଧାରଣ ବର୍ଗର ରହସ୍ୟ ମଧ୍ୟରୁ ବାଛି ନିଜ ରହସ୍ୟ ସହ ଗୋପନ ରଖିବା ଲାଗି କହିଥିଲେ ।

ଜର୍ନାଲ୍ ଅଫ୍ ପର୍ସନାଲିଟି ଆଣ୍ଡ ସୋସିଆଲ୍ ସାଇକୋଲୋଜିରେ ପ୍ରକାଶିତ ଏହି ରିପୋର୍ଟ ମୁତାବକ, ଏକ ସମୟରେ ପ୍ରତିଟି ବ୍ୟକ୍ତି ୧୩ଟି ରହସ୍ୟ ଗୋପନ ରଖି ପାରୁଥିବା ସେମାନେ ଜାଣି ପାଇଥିଲେ । ସେଥିମଧ୍ୟରୁ ୫ଟି ସେମାନେ କେବେହେଲେ କାହାକୁ କହିବା ଲାଗି ଇଚ୍ଛୁକ ନଥିଲେ । ଉକ୍ତ ୫ଟି ଗୋପନ ତଥ୍ୟ ମଧ୍ୟରେ ରହିଛି ପରକୀୟା ପ୍ରୀତି ଇଚ୍ଛା ରଖିବା, ଯୌନ ସଂପର୍କ ଏବଂ ନିଜର ମିଥ୍ୟା ପ୍ରସଂଗ ଇତ୍ୟାଦି ।

ନିଜର ଏହି ଗୋପନ ତଥ୍ୟକୁ ମଣିଷ କାହା ସହ ବାଂଟି ନଥାଏ । ମନ ଭିତରେ ଗୋପନ ତଥ୍ୟ ରଖିବା ପ୍ରାଥମିକ ସ୍ତରରେ ଲୋକଙ୍କ ପାଇଁ ଏକ ନିଃସଙ୍ଗ ଅନୁଭୂତି ହୋଇଥାଏ । କିନ୍ତୁ ଲୋକେ ଯେତେବେଳେ ନିଜର ଲୁକ୍କାୟିତ ଗୋପନ ରହସ୍ୟ ସଂପର୍କରେ ବାରମ୍ବାର ଚିନ୍ତା କରିଥାନ୍ତି, ଏହା ସେମାନଙ୍କୁ ମାନସିକ ଭାବେ ଅଶାନ୍ତ କରି ଦେଇଥାଏ । ବାହାରକୁ ସେମାନେ ମନସ୍ତାତ୍ତ୍ୱିକ ବୋଝ ବଢିଯାଇଥିବା ଭଳି ଜଣା ପଡନ୍ତି ବୋଲି କଲମ୍ବିଆ ବିଜନେସ୍ ସ୍କୁଲର ପ୍ରଫେସର ମାଇକେଲ୍ ସ୍ଲପିଆନ୍ ପ୍ରକାଶ କରିଛନ୍ତି ।