କେବେ ଚିନ୍ତା କରିଛନ୍ତି କି ? କାହିଁକି ଟଙ୍କାଟିଏ କମାଇ ଧାର୍ଯ୍ୟ କରାଯାଇଥାଏ ବସ୍ତୁଗୁଡିକର ଦାମ୍

34

ଆପଣ ଜିନିଷ କିଣିବାକୁ ବଜାରକୁ ନିଶ୍ଚୟ ଯାଉଥିବେ । ମାତ୍ର କେବେ ଆପଣ ଧ୍ୟାନ ଦେଇଛନ୍ତି କି, ଆପଣ କିଣୁଥିବା ଅଧିକାଂଶ ସାମଗ୍ରୀର ଦାମ ଅଧାଖଣ୍ଡିଆ ରଖାଯାଇଥାଏ କାହିଁକି ? ଅର୍ଥାତ୍ ବଜାରରେ ବିକ୍ରି ହେଉଥିବା ଅନେକ ବସ୍ତୁ କିମ୍ବା ସାମଗ୍ରୀର ମୂଲ୍ୟ ୯୯, ୨୯୯, ୪୯୯ . . .. ଭଳି କାହିଁକି ହୋଇଥାଏ । ସବୁ ମୂଲ୍ୟ ଉପରେ ଟଙ୍କାଟିଏ କମେଇ କାହିଁକି ରଖାଯାଇଥାଏ । ମୁଣ୍ଡା ମୂଲ୍ୟ କାହିଁକି ରଖାଯାଇନଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇବୁ, ଯାହାଦ୍ୱାରା ଆପଣ ଜାଣିପାରିବେ କି ବାସ୍ତବରେ ଏଭଳି କାହିଁକି ହୋଇଥାଏ ।

ତେବେ ଏଭଳି ଦାମ ଧାର୍ଯ୍ୟ କରାଯିବା ପଛରେ ମୁଖ୍ୟତଃ ୨ଟି କାରଣ ରହିଛି । ପ୍ରଥମଟି ହେଲା, ସାଇକୋଲଜିକାଲ ମାର୍କେଟିଂରଷ୍ଟ୍ରାଟେଜି ଏବଂ ଅନ୍ୟଟି ହେଲା କଳାଧନ ଗଚ୍ଛିତ କରିବା ।

ସାଇକୋଲଡିକାଲ ମାର୍କେଟିଂ ଷ୍ଟ୍ରାଟେଜି

ଏହା ପଛରେ ସବୁଠାରୁ ବଡ କାରଣ ହେଲା, କୌଣସି ବି ବସ୍ତୁ ଉପରେ ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ଉପରେ ୧ ଟଙ୍କା କମ କରାଯିବା ପଛରେ ସାଇକୋଲଜିକାଲ ମାର୍କେଟିଂର ସୁପରିକଳ୍ପିତ ଷ୍ଟ୍ରାଟେଜି ରହିଛି । ମନୋବୈିଜ୍ଞାନିକ ଆଧାରରେ ଏହା ଏଥିପାଇଁ କରାଯାଇଥାଏ ଯାହାଦ୍ୱାରା ଗ୍ରାହକଙ୍କୁ ଏହି ବସ୍ତୁ କିଣିବା ପାଇଁ ଆକର୍ଷିତ କରାଯାଇପାରିବ । କିନ୍ତୁ ଏକଥାବି ସତ୍ୟ ଅଟେ କି, ଅଧିକାଂଶ ଗ୍ରାହକ ଏଭଳି ବି ଥାନ୍ତି , ଯେଉଁମାନେ କି କେବଳ ବସ୍ତୁର ଆଗାମୀ ଦରକୁ ଦୃଷ୍ଟିରେ ରଖି କିଣିଥାନ୍ତି, ଯେପରିକି-୪୯୯ଲେଖା ଯାଇଥିଲେ ସେମାନେ ତାକୁ ୪୦୦ ଟଙ୍କା ଭାବି କିଣିଥାନ୍ତି । ହେଲେ ଏହା ସତ୍ୱେବି ସେମାନେ ୪୯୯ଟଙ୍କା ହିଁ ଦେଇଥାନ୍ତି ।

କଳାଧନ ସହିତ ଜଡିତ

କୌଣସି ବି ବସ୍ତୁର ଦାମ ଉପରେ ଏକ ଟଙ୍କା କମେଇ ବିକ୍ରି କରିବା ଦୋକାନୀକୁ ଲାଭ ମିଳିଥାଏ । କାରଣ ଆପଣ ଟଙ୍କାଟିଏ ଭାବି ଦୋକାନୀକୁ ଟଙ୍କା ମାଗି ନଥାନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଏହି ଟଙ୍କା ପଛରେ ଦୋକାନୀ କେତେ ବ୍ଲାକ ମନି ଜମା କରିପକାଇଥାଏ । ଧରି ନିଅନ୍ତୁ ୧୦୦ ଦୋକାନୀଙ୍କ ନିକଟରେ ପ୍ରତିଦିନ ୧୦୦ ଜଣ ଗ୍ରାହଣ ଏଭଳି ଆସିଲେ ଯେଉଁମାନେ କି ବଳକା ଟଙ୍କା (୧ଟଙ୍କା) ଫେରସ୍ତ ନେଇନଥାନ୍ତି । ଏବେ ଗୋଟିଏ ବର୍ଷ ହିସାବ କରନ୍ତୁ ତେବେ ୧୦୦ ଗୁଣା ୧୦୦ ଗୁଣା ୩୬୫ = ୩୬୫୦୦୦୦ ଟଙ୍କା । ବର୍ତ୍ତମାନ ଆପଣ ଏକଥା ଅନ୍ଦାଜ ଲଗାଇପାରୁଥିବେ କି ଏକ ଏକ ଟଙ୍କା ଯୋଡୁଥିବା ମଣିଷ ନିକଟରେ କେତେ ପରିମାଣର ବ୍ଲାକ ମନି ବାବଦକୁ ଚାଲିଆସିଥାଏ ।

ଏଠାରେ ଆମେ କହି ରଖୁଛୁ କି, କୌଣସି ବି କଂପାନୀ ନିଜର ନୂଆ ପ୍ରଡକ୍ଟ ଲଂଚ କରିବା ପୂର୍ବରୁ ପ୍ରଥମେ ମାର୍କେଟ ଏକ୍ସପଟ୍ସଙ୍କର ପରାମର୍ଶ ଲୋଡିଥାନ୍ତି । ଆଉ ଏହି ଏକ୍ସପର୍ଟମାନେ ହିଁ କଂପମାନୀମାନଙ୍କୁ ଏଭଳି ଉପାୟ ଦେଇଥାନ୍ତି କି ଯାହାଦ୍ୱାରା ଉଭୟ ଗ୍ରାହକ ଏବଂ କଂପାନୀକୁ ଫାଇଦା ମିଳିଥାଏ ।