ଏ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ଅରବିନ୍ଦ ମୋଦି । ଯିଏକି ଆଜିବି ଆବର୍ଜନା ବିକି ଚଳାଉଛନ୍ତି ପରିବାର

1,462

ନରେନ୍ଦ୍ର ମୋଦି, ଯିଏକି ବର୍ତ୍ତମାନ ଦେଶର ସବୁଠାରୁ ବଡ ଆସନରେ ତଥା ପ୍ରଧାନମନ୍ତ୍ରୀ ପଦବୀରେ ଅଛନ୍ତି । ବଡ ବଙ୍ଗଳାରେ ରହୁଛନ୍ତି । ମୋଦିଙ୍କର ଗୋଟିଏ ମାତ୍ର ଇସାରାରେ ହିଁ ତାଙ୍କର ସବୁ କାମ ହୋଇପାରୁଛି । ସେହିପରି ଯଦି କୌଣସି ବ୍ୟକ୍ତି ନେତା ବନିଯାଏ ତେବେ ତାଙ୍କର ଜୀବନର ସବୁ କଷ୍ଟ ସବୁ ଦୁର୍ଦ୍ଦିନର ଅନ୍ତ ଘଟିଲା ବୋଲି ଜାଣ । କାରଣ ନେତା ବନିବା ପରେ ତାଙ୍କୁ ନୂଆ ଦାୟିତ୍ୱ ସହ ଅନେକ ସୁବିଧା ମଧ୍ୟ ମିଳିଥାଏ । ରହିବାରୁ ଆରମ୍ଭ ପିଇବା ପାଣି ପର୍ଯ୍ୟନ୍ତ ସବୁକିଛି ହାତ ପାହାନ୍ତାରେ ଏବଂ ମାଗଣାରେ ମିଳିଯାଇଥାଏ । ଖାଲି ସେ ନୁହଁନ୍ତି ତାଙ୍କର ପ୍ରିୟପରିଜନଙ୍କୁ ବି ଏହି ସୁବିଧା ପ୍ରତ୍ୟେକ୍ଷରେ ମିଳିଯାଇଥାଏ କିନ୍ତୁ ଆପଣ ଜାଣି ଚକିତ ହେବେ କି ମୋଦିଙ୍କଠାରେ ଏହାର ବ୍ୟତକ୍ରମ ଦେଖିବାକୁ ମିଳିଛି । ଆପଣ ବୋଧ ହୁଏ ଜାଣି ନଥିବେ କି ପ୍ରଧାନମନ୍ତ୍ରୀଙ୍କ ପରିବାର ଭଲରେ ରହିବା ତ ଦୁରର କଥା ଦୁଇ ଓଳି ଭଲରେ ଦୁଇ ମୁଠା ଖାଇବାକୁ ବି ପାଉନାହାଁନ୍ତି ।

ଆଜ୍ଞା ହଁ ! ଆପଣଙ୍କୁ ଆମ କଥାଟା ନିଶ୍ଚୟ ଅଜବ ଲାଗୁଥିବ ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରଧାନମନ୍ତ୍ରୀଙ୍କୁ ଛାଡି ଦେଲା ପରେ ତାଙ୍କର ସଂପର୍କୀୟମାନଙ୍କୁ ଏବେବି ଦୁର୍ଦ୍ଦିନର ଦିନ ବିତାଇବାକୁ ପଡୁଛି । ମୋଦିଙ୍କର ଭାଇ ଅରବିନ୍ଦଭାଇ ମୋଦି ସାରା ଦିନ ଆବର୍ଜନା ବିକ୍ରି କରି ନିଜ ପରିବାର ପାଳୁଛନ୍ତି । ନରେନ୍ଦ୍ର ମୋଦି ଯେଉଁଠି ବିମାନରେ ବିଭିନ୍ନ ôଦେଶ-ବିଦେଶ ଭ୍ରମଣ କରୁଛନ୍ତି ସେଇଠି ତାଙ୍କର ଭାଇ କାନ୍ଧରେ ଗୋଟିଏ ଅଖା ବ୍ୟାଗ ଧରି ଗଳି କନ୍ଦିରେ ବୁଲି ବୁଲି ଅଳିକା ଗୋଟାଇ ନିଜ ପରିବାର ଚଳାଉଛନ୍ତି । ଅରବିନ୍ଦଭାଇ ମୋଦି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସଂପର୍କୀୟା ଭାଇ । ତେବେ ଭାଇ ତ ଭାଇ ହୋଇଥାଏ ନା, ତେବେ ସେ ନିଜର ହେଉ ଅବା ସଂପର୍କୀୟା ।

ଅରବିନ୍ଦଭାଇ ମୋଦି ପ୍ରତିଦିନ ସକାଳୁ ଉଠି ଏକ ଅଖା ବ୍ୟାଗ ଧରି ବାହାରି ପଡନ୍ତି । ଏବଂ ବିଭିନ୍ନ ଗଳି କନ୍ଦି ବୁଲି ପ୍ଲାଷ୍ଟିକ, ଟିଣ ଆଦି ଜିନିାକୁ ଗୋଟାଇ ତାକୁ କବାଡିଆରେ ଦେଇ ଦିନକୁ ୧୦୦ରୁ ୨୦୦ ଟଙ୍କାର ରୋଜଗାର କରିନ୍ତି । ଆଉ ଏହି ଟଙ୍କାରେ ହିଁ ତାଙ୍କର ପୂରା ପରିବାର ଚଳେ । ତାଙ୍କ ପତ୍ନୀ ରଜନୀବେନ , ଯିଏକି ଦାମୀ ଶାଢୀ ଏବଂ ଅଳଙ୍କାରକୁ କେବଳ ଅନ୍ୟମାନେ ପିନ୍ଧୁଥିବାର ଦେଖିଛନ୍ତି । କିନ୍ତୁ ନିଜେ ଏସବୁକି ପରିଧାନ କରିବା ତାଙ୍କ ପାଇଁ କୌଣସି ସ୍ୱପ୍ନଠାରୁ ବି କମ ନୁହେଁ । ସେମାନଙ୍କର କୌଣସି ସନ୍ତାନ ନାହିଁ । ସେହି ପରି ତାଙ୍କର ଅନ୍ୟ ଜଣେ ଭାଇ ହେଲେ ଭରତଭାଇ ମୋଦି । ସେ ବି ଅରବିନ୍ଦଙ୍କ ଭଳି ଗରିବୀ ଜୀବନ ଅତିବାହିତ କରୁଛନ୍ତି । ସେ ବଡନଗରଠାରୁ ପାଖାପାଖି ୮୦ କିଲୋମିଟର ଦୂରରେ ଥିବା ପାଲନପୁର ନିକଟସ୍ଥ ଲାଲୱାର୍ଡାରେ ଥିବା ଏକ ପେଟ୍ରୋଲ ପମ୍ପରେ ମାସିକ ୬ ହଜାର ଟଙ୍କା ଦରମାରେ କାମ କରୁଛନ୍ତି । ଏବଂ ୧୦ ଦିନରେ ଥରେ ସେ ଘରକୁ ଆସନ୍ତି । ବଡନଗରରେ ସେ ନିଜ ପରିବାର ଧରି ଏକ ଭଡା ଘରେ ରୁହନ୍ତି ।

ଅରବିନ୍ଦଙ୍କ ତୃତୀୟ ଭାଇ ଚନ୍ଦ୍ରକାନ୍ତଭାଇ ଅହମଦାବାଦରେ ଜଣେ ପଶୁ ଗୃହରେ ହେଲପର ଭାବେ କାମ କରି ଚଳନ୍ତି । ମୋଦିଙ୍କର ସବୁଠାରୁ ସାନ ଭାଇ ପ୍ରହ୍ଲାଦ ମୋଦିଙ୍କଠାରୁ ଦୂରତା ବନାଇ ରଖିଛନ୍ତି । ସେ ଏକ ଛୋଟ ଦୋକାନ ଚଳାନ୍ତି ଏବଂ ସେ ଗୁଜୁରାଟର ଦୋକାନୀ ମାଲିକ ସଂଗଠନର ଅଧ୍ୟକ୍ଷ ଅଟନ୍ତି । ସେ ସାର୍ବଜନୀକ ବିତରଣ ପ୍ରଣାଳୀରେ ପାରଦର୍ଶିତା ଆଣିବା ମାମଲାରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକୁ ନେଇ ସବୁବେଳେ ଅସନ୍ତୁଷ୍ଟ ରୁହନ୍ତି ଏବଂ ଅଧି ସମୟରେ ବି ସେ ମୋଦିଙ୍କ ବିରୋଧରେ ପ୍ରତିବାଦ କରିଥାନ୍ତି । ତେବେ ମୋଦିଙ୍କୁ ଛାଡି ଦେଲା ପରେ ତାଙ୍କର ଅନ୍ୟ ପ୍ରିୟପରିଜନଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷମୟ ।