ଅଣ୍ଡାକୁ ଫ୍ରିଜରେ ରଖି ବ୍ୟବହାର କରୁଛନ୍ତିି କି ? ତେବେ ହୋଇଯାଆନ୍ତୁ ସାବଧାନ୍

89

ସାଧାରଣତଃ ଅଧିକାଂଶ ଲୋକେ ଫ୍ରିଜରେ ଅଣ୍ଡା ରଖି ତାକୁ ବ୍ୟବହାର କରିଥାନ୍ତି । ମାତ୍ର ଏଭଳି କରିବା ସଂପୂର୍ଣ୍ଣ ଭୁଲ ଅଟେ । ଏପରି କରିବା ଦ୍ୱାରା ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି । ଏକଥା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ।

• ରିପୋର୍ଟ ମୁତାବକ, ଅଣ୍ଡାରେ ସାଧାରଣତଃ ଭରପୂର ମାତ୍ରାରେ ପ୍ରୋଟିନ୍ ଏବଂ ଅନେକ ସ୍ୱାସ୍ଥ୍ୟ ହିତକର ଉପାଦାନ ମିଶିକରି ରହିଥାଏ । ଅଣ୍ଡାକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଏହି ସବୁ ଲାଭଦାୟକ ଗୁଣ ସବୁ ନଷ୍ଟ ହୋଇଯାଇଥାଏ ।

• ଫ୍ରିଜରେ ଅଣ୍ଡା ରଖି ଖାଇବା ଦ୍ୱାରା ଖାଦ୍ୟ ବିଷକ୍ରିୟା ଜନିଷ ସମସ୍ୟା ସହ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ ।

• ଫ୍ରିଜର କମ ତାପମାତ୍ରା ଅଣ୍ଡାରେ ଥିବା ଆକ୍ଟିଭ ଏନଜାଇମ୍ସକୁ ଏକ ପ୍ରକାର ନଷ୍ଟ କରି ଦେଇଥାଏ । ତେବେ ଯେତେବେଳେ ଏହାକୁ କମ୍ ତାପମାନରେ ଷ୍ଟୋର କରି ରଖାଯାଇଥାଏ । ଏହା ବ୍ୟାକ୍ଟେରିୟାଠାରୁ ତୀବ୍ର ଭାବରେ ବଢିବା କାରଣରୁ ଅଧିକ ଦୁଷିତ ହୋଇ ଯାଇଥାଏ । ଯାହା କି ଟାଇଫଏଡ, ପେଟ ଜନିତ ସମସ୍ୟା ଏବଂ ଖାଦ୍ୟ ବିଷକ୍ରିୟା ଭଳି ସମସ୍ୟା ଦେଖାଦେଇଥାଏ ।

• ଫ୍ରିଜରେ ରଖାଯାଉଥିବା ଅଣ୍ଡା ସଂପୂର୍ଣ୍ଣ ଭାବେ ବେକାର ହୋଇଯାଇଥାଏ । ଏବଂ ଏହାର ବ୍ୟବହାର କେକ୍ ତିଆରିରେ ମଧ୍ୟ ସଠିକ୍ ହୋଇ ନଥାଏ । କେକ୍ ତିଆରି ପାଇଁ ଯେତେବେଳେ ଏହି ଅଣ୍ଡାକୁ ମିଶ୍ରଣ କରାଯାଏ ତେବେ ଏହା ସେଥିରେ ସଂପୂର୍ଣ୍ଣ ରୂପେ ମିଶି ପାରି ନଥାଏ ।