ସାବଧାନ ! ମା’ଙ୍କ ନାଁ କହିବା କ୍ଷଣି ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଂଟ୍, ଜାଣନ୍ତୁ କିପରି . . .

39

ଆପଣ ଆପଣଙ୍କର ଡେଭିଟ୍ କାର୍ଡର ପାସୱାର୍ଡ ଯଦି ସରଳ ତଥା ସହଜିଆ ରଖିଛନ୍ତି । ତେବେ ସତର୍କ ହୋଇଯାଆନ୍ତୁ । କାରଣ ଆପଣ ଏଥିପାଇଁ କୌଣସି ଏକ ବଡ ସମସ୍ୟାରେ ମଧ୍ୟ ଫସି ପାରନ୍ତି । ତେବେ ଏଥିପାଇଁ କିପରି ଆପଣ ସଚେତନ ରହିବେ ସେ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଯଦି ଆପଣଙ୍କ ଆକାଉଂଟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିଛି ତେବେ ଏହି ଖବରଟି ନିଶ୍ଚୟ ପଢନ୍ତୁ । ନଚେତ୍ ଆଗାମୀ ଦିନରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଆଜ୍ଞା ହଁ ! ଏସବିଆଇ ନିଜର ପାଖାପାଖି ୧୭ କୋଟି ଡେଭିଟ୍ କାର୍ଡ ହୋଲ୍ଡର୍ସଙ୍କ ପାଇଁ ଏକ ଚେତାବନୀ ଜାରି କରିଛି । ଏସବିଆଇ ନିଜ ଡେଭିଟ୍ କାର୍ଡ ହୋଲ୍ଡର୍ସଙ୍କୁ କହିଛି କି ସେମାନେ ତାଙ୍କ ମାଆଙ୍କର ସରନେମକୁ କୌଣସି ବି ବ୍ୟକ୍ତିଙ୍କ ସହିତ ସେୟାର ନକରନ୍ତୁ ବୋଲି । କାହିଁକି ନା ଯେବେ ଆପଣ ଆପଣଙ୍କର ଡେଭିଟ୍ କାର୍ଡର ପାସୱାର୍ଡ ରିସେଟ୍ କରୁଛନ୍ତି ତେବେ ସିକ୍ୟୁରିଟି କ୍ୱଶ୍ଚିନରେ ମାଆଙ୍କ ସରନେମ କିମ୍ବା ନାମ କିମ୍ବା ଆପଣଙ୍କର ପ୍ରିୟ ବ୍ୟକ୍ତିଙ୍କର ନାଁ ଦେଇଥାନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ଏହି ନାଁକୁ କୌଣସି ବି ବ୍ୟକ୍ତିଙ୍କ ସେୟାର କରିବା ଉଚିତ୍ ନୁହେଁ । ଏହାଦ୍ୱାରା କେହି ଆପଣଙ୍କ ପାସୱାର୍ଡ ବଦଳାଇ ଆପଣଙ୍କୁ କ୍ଷତି ପହଂଚାଇପାରେ ।

ଏସବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ହ୍ୟାକର ଏବଂ ଫ୍ରଡରୁ ବଂଚିବା ପାଇଁ ଇଂଟରନେଟ୍ ବ୍ୟାଙ୍କିଂର ୟୁଜର ଆଇଡି ଏବଂ ପାସୱାର୍ଡକୁ ଗୋପନୀୟ ରଖନ୍ତୁ । ସବୁବେଳେ ଜଟିଳ ପାସୱାର୍ଡ ବ୍ୟବହାର କରନ୍ତୁ । କାରଣ ସରଳ ପାସୱାର୍ଡକୁ ହ୍ୟାକରମାନେ ଅତି ସହଜରେ କ୍ରାକ୍ କରିଦେଇଥାନ୍ତି । ଏହାବ୍ୟତୀତ ସମୟ ସମୟରେ ପାସୱାର୍ଡ ବଦଳାନ୍ତୁ ।

ସୌଜନ୍ୟ: ଅମର ଉଜାଲା