ଟିକେଟ୍ ନକରି ଟ୍ରେନରେ ଚଢିଲେ ବି ଧରିବ ନାହିଁ ଟିଟି ! ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଦେଉଛି ଏବେ ଏଭଳି କିଛି ସୁବିଧା

184

ରେଳରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ ଅନେକ ଥର ବିଭିନ୍ନ ଅପ୍ରିତିକର ପରିସ୍ଥିତିର ସାମନା କରିବାକୁ ପଡିଥାଏ । ଏଭଳି ହୋଇଥାଏ କି, ଟ୍ରେନ ଛାଡିବା ଉପରେ ଥିବ ହେଲେ ଟିକେଟ୍ କାଉଂଟରରେ ଲାଗିଥିବା ଲମ୍ବା ଲାଇନ୍ କାରଣରୁ ଆପଣ ଟିକେଟ୍ କରିବାରେ ଅକ୍ଷମ ହୋଇଥିବେ । ତେଣୁ ବିନା ଟିକେଟରେ ଟ୍ରେନରେ ଚଢିବା ପରେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମାୁଖୀନ କରିବାକୁ ପଡିଥାଏ । ତେବେ ଏଣିକି ଏଥିପାଇଁ ଆପଣଙ୍କୁ ଆଉ ବ୍ୟସ୍ତ ବିବ୍ରତ ହେବାକୁ ପଡିବନି । କାରଣ ଭାରତୀୟ ରେଳ ମନ୍ତ୍ରାଳୟ ତରଫରୁ କିଛି ଖାସ୍ ନିୟମ ରହିଛି, ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ, ଏହାଦ୍ୱାରା ଆପଣଙ୍କୁ ରେଳରେ ଯାତ୍ରା କରିବା ସମୟରେ ଆଉ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିନଥାଏ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ…

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱ ପୂର୍ଣ୍ଣ ହୋଇପାରେ । କାରଣ ରେଳ ବିଭାଗର ନୂଆ ନିୟମ ଅନୁସାରେ ଭାରତୀୟ ରେଳ ବିଭାଗର ରିଜର୍ଭେସନରେ ଅନେକ ଲୋକଙ୍କୁ ଆଶ୍ୱସ୍ତି ତଥା ରିହାତି ମିଳିଥାଏ । ଏଥିସହିତ ହିଁ ଅନେକ ଲୋକଙ୍କୁ ତ ଭରାତୀୟ ରେଳ ମନ୍ତ୍ରାଳୟ ମାଗଣା ରେଳ ଯାତ୍ରା କରିବାର ସୁଯୋଗ ମଧ୍ୟ ଦେଇଥାଏ । ଆସନ୍ତୁ ଜାଣିବା ରେଳ ମନ୍ତ୍ରାଳୟର ଏହି ନୂଆ ନିୟମ ସଂପର୍କରେ…

ଆପଣଙ୍କୁ ବୋଧହୁଏ ଜ୍ଞାନ ଥିବ କି ଟ୍ରେନରେ ଯାତ୍ରା କରିବାରେ କେବଳ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ହିଁ ରିତାତି ମିଳିଥାଏ । ହେଲେ ଏହି ବର୍ଗରେ ଏଣିକି ବେରୋଜଗାରୀ ଯୁବକ ଯୁବତୀମାନେ ବି ସାମିଲ ଅଛନ୍ତି । ଆଜ୍ଞା ହଁ , ଭାରତୀୟ ରେଳ ମନ୍ତ୍ରାଳୟ ଏଭଳି ଲୋକଙ୍କୁ ମଧ୍ୟ ଶସ୍ତାରେ ଯାତ୍ରା କରାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ବେରୋଜଗାରୀ ଯୁବକ ଯୁବତୀଙ୍କ ଟିକେଟ ଉପରେ ଭାରତୀୟ ରେଳ ମନ୍ତ୍ରାଳୟ ୫୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଂଟ ଦେଇରଖିଥାଏ । ତେବେ ଜାଣନ୍ତୁ ଭାରତୀୟ ରେଳବାଇ ଏହି ଲୋକମାନଙ୍କୁ କେଉଁ ଉଦ୍ଦେଶ୍ୟରେ ଏବଂ କେଉଁ କ୍ଲାସରେ ଯାତ୍ରା କରିବା ପାଇଁ ଶସ୍ତା ଟିକେଟ୍ ଦେଇଥାଏ ।

ବେରୋଜଗାର ଯୁବକ ଯୁବତୀମାନଙ୍କୁ ରେଳ ମନ୍ତ୍ରାଳୟ ତରଫରୁ ସେତେବେଳେ ଯାଇ ରିହାତି ମିଳିବ ଯେତେବେଳେ ସେ ସେଚ୍ୟୁରିଟି ବର୍ଡି, ମ୍ୟୁନିସିପାଲ କର୍ପୋରେସନ , ଗର୍ଭମେଂଟ ଅଣ୍ଡରଟେକିଂ , ୟୁନିଭରର୍ସିଟି କିମ୍ବା ପବ୍ଲିକ ସେକ୍ଟରରେ କାମ କରିବାକୁ ଇଂଟରଭିୟୁ ଦେବାକୁ ଯାଉଥିଲେ । ତେବେ ଏମାନଙ୍କ ଟିକେଟରେ ୫୦ ପ୍ରତିଶତ ରିହାତି ଦିଆଯାଇଥାଏ । ଟିକେଟ ଉପରେ ଏହି ଡିସକାଉଂଟ ସେକେଣ୍ଡ କ୍ଲାସ ଏବଂ ସ୍ଲିପର କ୍ଲାସରେ ମିଳିଥାଏ ।

ଏହାଛଡା ବେରୋଜଗାରୀଙ୍କ ଟିକେଟରେ ସେତେବେଳେ ଯାଇ ରିହାତି ମିଳିଥାଏ , ଯେତେବେଳେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାକିରି ପାଇଁ ଇଂଟରଭିୟୁ ଦେବାକୁ ଯାଉଥିବେ । ଏଠାରେ ବି ତାଙ୍କୁ ସ୍ଲିପର କ୍ଲାସର ଟିକେଟରେ ୫୦ ପ୍ରତିଶତ ଏବଂ ସେକେଣ୍ଡ କ୍ଲାସର ଟିକେଟରେ ୧୦୦ ପ୍ରତିଶତ ରିହାତି ମିଳିଥାଏ ।

ସେହିପରି ଯଦି କୌଣସି ବ୍ୟକ୍ତି ବା ଯୁବକ କୌଣସି ନ୍ୟାସନାଲ ୟୁର୍ଥ ପ୍ରୋଜେକ୍ଟର ନ୍ୟାସନାଲ ଇଂଟିଗ୍ରେସନ କ୍ୟାମ୍ପରେ ଭାଗ ନେବାକୁ ଯାଉଛନ୍ତି ତେବେ ତାଙ୍କୁ ସେକେଣ୍ଡ ଏବଂ ସ୍ଲିପର କ୍ଲାସର ଟିକେଟ ଉପରେ ୫୦ ପ୍ରତିଶତ ରିହାତି ମିଳିଥାଏ । ଏହାବ୍ୟତୀତ ମାନବ ଉତ୍ଥାନ ସେବା ସମିତିର ନ୍ୟାସନାଲ ଇଂଟିଗ୍ରେସନ କ୍ୟାମ୍ପରେ ଭାଗ ନେବାକୁ ଯାଉଥିଲେ ଟିକେଟ ଉପରେ ୪୦ ପ୍ରତିଶତ ରାହାତି ମିଳିଥାଏ । ବର୍ତ୍ତମାନ ଏହି ସୂଚନାର ଲାଭ ଉଠାଇବା ସହିତ ଆପଣ ରେଳ ମନ୍ତ୍ରାଳୟର ଏହି ସବୁ ଶାନଦାର ସୁବିଧାର ଫାଇଦା ଉଠାନ୍ତୁ ।