ସାବଧାନ ! ମୋବାଇଲକୁ ଆସୁଛି ଦୁଇଟି ନମ୍ବରରୁ ରହସ୍ୟମୟୀ କଲ୍, ଉଠାଇବା କ୍ଷଣି ବ୍ୟାଙ୍କ ଖାତାରୁ ଗାଏବ ହୋଇଯାଉଛି ଟଙ୍କା

38

କିଛି ଦିନ ହେଲା ସାରା ଦେଶରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି ଏକ ଫେକ୍ କଲ୍ । ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କଠାରୁ ସେମାନଙ୍କ ବ୍ୟାଙ୍କ ଖାତା ସଂପର୍କରେ ତଥ୍ୟ ମାଗୁଛି । ଯଦି କେହି ତା କଥାରେ ରାଜି ନହୁଅନ୍ତି ତେବେ ଲକି ଡ୍ର ଭଳି ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବାକୁ ଚେଷ୍ଟା କରୁଛି ଆଉ ଯଦି ଏହି କଥାରେ ଫସି ଯାଉଛନ୍ତି ତେବେ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୋଇଯାଉଛି ।

ସୂଚନା ମୁତାବକ, ଏହି ଆତଙ୍କି ନମ୍ବରଟି ହେଉଛି ୭୦୫୯୭୯୭୧୩୨୮ । ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ଏସବିଆଇର ମୁଖ୍ୟ କାର୍ଯ୍ୟାଳୟର ମ୍ୟାନେଜର ବୋଲି ସମ୍ବୋଧନ କରି ଲୋକଙ୍କୁ ସେମାନଙ୍କର ବ୍ୟାଙ୍କ ଖାତା ବନ୍ଦ ହୋଇଯିବା ନେଇ ଚେତାବନି ଦେଉଛି । ଖାଲି ଏତିକି ନୁହେଁ ଖାତା ଚାଲୁ ରଖିବା ପାଇଁ ହେଲେ ତାକୁ କିଛି ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଦେବାକୁ କହୁଛି । ଆଉ ତଥ୍ୟ ଦେବା ମାତ୍ରକେ ହିଁ ଉକ୍ତ ଅଜଣା ବ୍ୟକ୍ତି ଜଣକ ଲୋକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଚଳୁ କରିନେଉଛି ।

ସେହିପରି ଅନ୍ୟ ଏକ ଫେକ୍ ନମ୍ବର ହେଉଛି ୯୨୩୦୪୯୫୧୯୦୩୬  । ଯେଉଁଥିରେ ଜଣେ ବ୍ୟକ୍ତି କଲ କରି କହୁଛି କି, ‘ଆପଣଙ୍କୁ ଜିଓ କଂପାନୀ ପକ୍ଷରୁ ଲକି ଡ୍ରର ବିଜେତା ଭାବରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି ।  ଯଦି ଆପଣ ଏସଂପର୍କରେ ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ୦୦୯୨୩୦୨୭୪୪୮୫୬୬ ନମ୍ବରକୁ ଏକ ମିସଡ କଲ କରିବାକୁ ପଡିବ । କାରଣ, ଏସବିଆଇର ବ୍ୟାଙ୍କ ମ୍ୟାନେଜର ଆକାଶ ଶର୍ମା ଆପଣଙ୍କ କଲର ଅପେକ୍ଷାରେ ରହିଛନ୍ତି ଏବଂ ସେ ହିଁ ଉକ୍ତ ପୁରସ୍କାର ରାଶି ମିଳିବା ନେଇ ସବିଶେଷ ବିବରଣୀ ପ୍ରଦାନ କରିବେ’ । ତେବେ ନିକଟରେ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିବାରୁ ଏକଥା ସାମ୍ନାକୁ ଆସିଥିଲା ।

ସୌଜନ୍ୟ: ଅମର ଉଜାଲା