ସିବିଆଇ ଉପରେ ଚଡ଼କ ! ଆଲୋକ ବର୍ମାଙ୍କ ପରେ ରାକେଶ ଅସ୍ତାନାଙ୍କ ଉପରେ ଆକସନ୍, କାର୍ଯ୍ୟକାଳ ଶେଷ ପୂର୍ବରୁ ପଦବୀରୁ ହଟାଇଲେ କେନ୍ଦ୍ର ସରକାର ।

175

କନକ ବୁରୋ: ସିବିଆଇ ବିବାଦରେ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମା ବହିଷ୍କାର ପରେ ଏବେ ସିବିଆଇ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ତାନାଙ୍କ ଉପରେ କେନ୍ଦ୍ର ସରକାରଙ୍କ କୋପ । ଅସ୍ତାନାଙ୍କୁ ସିବିଆଇ ସ୍ଵତନ୍ତ୍ର ନିର୍ଦ୍ଦେଶକ ପଦବୀରୁ ହଟାଇଛନ୍ତି କେନ୍ଦ୍ର ସରକାର। ଅସ୍ତାନାଙ୍କ ସମେତ ଚାରି ଜଣ ଅଫିସରଙ୍କ ସିବିଆଇର ଅନ୍ୟ ତିନି ଜଣ ଅଫିସରଙ୍କ କାର୍ଯ୍ୟକାଳ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ରାକେଶ ଅସ୍ତାନାଙ୍କ ସହ ସିବିଆଇ ଅଧିକାରୀ ଯୁଗ୍ମ ନିର୍ଦ୍ଦେଶକ ଅରୁନ କୁମାର ଶର୍ମା, ଡିଆଇଜି ମନିଷ କୁମାର ସିହ୍ନା ଓ ଏସପି ଜୟନ୍ତ ନାଇକନାବରେଙ୍କୁ ପଦରୁ ହଟାଯାଇଛି । ଏନେଇ କ୍ୟାବିଟେରେ ଏହି ସମ୍ବନ୍ଧରେ ଆଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର।


ଗତ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସଂପନ୍ନ ଚୟନ କମିଟି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପଦବୀରୁ ହଟାଇଥିଲେ । ସମିତିରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ମଲିକାର୍ଜୁନ ଖଡ଼ଗେ ଓ ଜଷ୍ଟିସ ଏକେ ସିକରୀ ସାମିଲ ଥିଲେ। ତେବେ ଏହି ସବୁ ଅଧିକାରୀଙ୍କୁ କାର୍ଯ୍ୟକାଳସରିବା ପୂର୍ବରୁ ରାକେଶ ଅସ୍ତାନାଙ୍କୁ ସିବିଆଇ ସ୍ଵତନ୍ତ୍ର ନିର୍ଦ୍ଦେଶକ ପଦବୀରୁ ହଟାଇଛନ୍ତି ମୋଦି ସରକାର ।

ସୂଚନା ମୁତାବକ ଏହା ପୂର୍ବରୁ ସିବିଆଇର ଦୁଇ ଜଣ ବରିଷ୍ଠ ଅଫିସର ପରସ୍ପର ଉପରେ ଗମ୍ଭୀର ଆରୋପ ଲଗାଇବା ପରେ ଉଭୟଙ୍କୁ ପଦମୁକ୍ତ କରାଯାଇ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଛୁଟିରେ ପଠାଇ ଦିଆଯାଇଥିଲା । ଏହା ପରେ ସୁପ୍ରିମକୋର୍ଟ ନିକଟରେ ଆଲୋକ ବର୍ମାଙ୍କୁ ତାଙ୍କ ପଦରେ ପୁନଃ ଅବସ୍ଥାପିତ କରିଥିଲେ। ମାତ୍ର ଗୋଟିଏ ଦିନ ପରେ ଉଚ୍ଚ କ୍ଷମତା ଚୟନ କମିଟି ବର୍ମାଙ୍କୁ ହଟାଇ ଅଗ୍ନିଶମ ଓ ନିରାପତା ବିଭାଗକୁ ବଦଳି କରିଥିଲେ। ପରେ ଚାକିରୀ ଇସ୍ତଫା ଦେଇଥିଲେ ଆଲୋକ ବର୍ମା ।