ନିଆରା ଦଂପତି ! ଦୀର୍ଘ ୧୮ ବର୍ଷ ଧରି ନିଜ ସନ୍ତାନ ଭଳି ପାଳି ଆସୁଛନ୍ତି ଏକ ଗରିଲାକୁ

66

ସାଧାରଣତଃ ଲୋକମାନେ ଘରମାନଙ୍କରେ କୁକୁର ,ବିରାଡି ଆଦି ଘରୋଇ ଜୀବଜନ୍ତୁଙ୍କ ପାଳନ କରିବାକୁ ପସନ୍ଦ କରିଥାନ୍ତି । ମାତ୍ର ଏଭଳି ଏକ ଅଦ୍ଭୁତ ଦଂପତି ଯେ ,କି ନିଜ ଘରେ ଏକ ଗରିଲାକୁ ପାଳିଥିବାର ଖବର ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ବୃଦ୍ଧ ଦଂପତି ହେଲେ ଫ୍ରାନ୍ସର ପିଏରୈ ଓ ଏଲେନେ ।

ସୂଚନା ଅନୁସାରେ, ଏହି ବୃଦ୍ଧ ଦଂପତି ଦୀର୍ଘ ୧୮ ବର୍ଷ ଧରି ଏକ ଗରିଲାଟିକୁ ନିଜ ଘରେ ପାଳି ଆସିଛନ୍ତି । ସବୁଠାରୁ ବଡ କଥା ହେଲା ଏହି ଦଂପତି ଜଣଙ୍କ ଗରିଲାଟିକୁ ନିଜ ସନ୍ତାନ ଭଳି ଲାଳନପାଳନ କରିବା ସହ ତାର ସଂପୂର୍ଣ୍ଣ ଧ୍ୟାନ ମଧ୍ୟ ରଖିଆସିଛନ୍ତି । ଖାଲି ସେତିକି ନୁହେଁ ସେମାନେ ଏହି ଗରିଲାଟିକୁ ପାଖରେ ଶୁଆଇବାଠାରୁ ଆରମ୍ଭକରି ତାକୁ ଖୁଆଇ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି ।

ତେବେ ଏହି ଗରିଲାଟିର ନାଁ ରଖାଯାଇଥିଲା ଡିଜିଟ୍ । ଯେତେବେଳେ ଏହି ବୃଦ୍ଧ ଦଂପତି ଡିଜିଟକୁ ଘରକୁ ଆଣିଥିଲେ ସେତେବେଳେ ସେ ବହୁତ ଛୋଟ ଓ ଦୁର୍ବଳ ଥିଲା । ମାତ୍ର ଏବେ ଏହି ଗରିଲାଟି ସଂପୂର୍ଣ୍ଣ ଭାବରେ ବଡ ହୋଇଯାଇଛି କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା ଗରିଲାଟି ଏହି ଦଂପତିଙ୍କ କୌଣସି ବି କ୍ଷତି କରି ନଥିବା ଦେଖିବାକୁ ମିଳିଛି ।

ଗରିଲାଟି ରହିବାପାଇଁ ଏହି ବୃଦ୍ଧ ଦଂପତି ଏକ ଚିଡିଆଖାନା ମଧ୍ୟ ନିର୍ମାଣ କରିଛନ୍ତି । ମାତ୍ର ଆଶ୍ଚର୍ଯ୍ୟକର ପ୍ରସଙ୍ଗ ହେଲା ପ୍ରାୟ ୧୩ ବର୍ଷ ହେଲା ଏହି ବୃଦ୍ଧ ଦଂପତି ବାହାରକୁ କେଉଁଆଡେ ଯାଇନାହାନ୍ତି । ତାଙ୍କର କହିବା କଥା ହେଲା, ‘ଯଦି ସେ ବାହାରକୁ ଯାଉଛନ୍ତି ତେବେ ଗିଜିଟର ଧ୍ୟାନ ରଖିବାକୁ କେହି ନାହାଁନ୍ତି ଆଉ ଏପରି ସ୍ଥଳରେ ସେ ବହୁତ ଏକୁଟିଆ ମନେକରିବ । ବିଶେଷ କଥା ହେଲା ଗିଜିଟ୍ ବର୍ତ୍ତମାନ ବଡ ହୋଇ ଗଲାଣି ତାପାଇଁ ଏକ ବଡ ଚିଡିଆଖାନା ପ୍ରସ୍ତୁତ କରିବାକୁ ପଡିବ କାରଣ, ଏବେ ସେ ଦଂପତିଙ୍କ ପାଖରେ ଶୋଇବାରେ ସମସ୍ୟା ହେଉଛି ।’

ଏହା ସହ ଦେଖନ୍ତୁ ଏହି ଭିଡିଓ-