ପାଖେଇ ଆସୁଛି ନବରାତ୍ରୀ ! ଜାଣନ୍ତୁ କେବେ ଆଉ କେତେବେଳେ ରହିଛି ଶୁଭବେଳା

113

ପାଖେଇ ଆସୁଛି ନବରାତ୍ରୀ । ଚଳିତ ବର୍ଷ ଏହି ପବିତ୍ର ନବରାତ୍ରୀ ୨୧ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରୀର ଏହି ନ’ଟି ଦିନରେ ଦେବୀ ଦୁର୍ଗାଙ୍କୁ ନଅଟି ଭିନ୍ନ ଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଇଥାଏ ଏବଂ ଏହି ଦିନରେ ହିଁ ମାଆ ନିଜର ଭକ୍ତଙ୍କ ଉପରେ ମନଖୋଲି ଉଜାଡି ଦିଅନ୍ତି ଆର୍ଶୀବାଦର ଟୋକେଇ । ତେବେ ଏହି ପବିତ୍ର ନବରାତ୍ରୀର କଣ ରହିଛି ମହତ୍ତ୍ୱ ଏବଂ ପୂଜା କରିବାର ଶୁଭବେଳା ସେ ସଂପର୍କରେ ଆସନ୍ତୁ ଜାଣିବା ।

ଶୁଭ ମୁହୂର୍ତ୍ତ

ଚଳିତ ବର୍ଷ ତଥା ୨୧ ସେପ୍ଟେମ୍ବରକୁ ଦେବୀ ଦୁର୍ଗା ଶୈଳିପୁତ୍ରୀ ରୂପରେ ପୂଜା ପାଇବେ । ତେବେ ଭୋର ୬ଟା ୦୩ରୁ ପ୍ରାୟ ୮ଟା ୨୨ ପର୍ଯ୍ୟନ୍ତ ଏହାର ଶୁଭବେଳା ତଥା ସମୟ ନିଘଂଟ କରାଯାଇଛି ।

କଳସ ସ୍ଥାପନା

ଯଦି ଆପଣ ନିଜ ଘରେ କଳସ ସ୍ଥାପନା କରୁଛନ୍ତି ତେବେ ସର୍ବ ପ୍ରଥମେ କଳସ ଉପରେ ସ୍ୱସ୍ତିକ ବନାନ୍ତୁ । ଏହାପରେ କଳସରେ ବ୍ରତ ବାନ୍ଧନ୍ତୁ ଏବଂ ସେଥିରେ ଜଳ ଭରନ୍ତୁ । ଏହାପରେ କଳସରେ ଶ୍ରୀଫଳ ତଥା ନଡିଆ, ଫୁଲ, ଦୁବ, ବରକୋଳି ପତ୍ର ଆମ୍ବଡାଳ ଏବଂ ପଂଚରତ୍ନ ଓ ମୁଦ୍ରା ବା କଏନ୍ ପକାନ୍ତୁ । ଏଥିସହିତ ଅରୁଆ ଚାଉଳ ମଧ୍ୟ କଳସରେ ପକାନ୍ତୁ ।

ଅଖଣ୍ଡ ଦୀପ

ଶାସ୍ତ୍ର କହେ କି, ଏହି ପବିତ୍ର ନବରାତ୍ରୀ ସମୟରେ ଯେଉଁ ଘରମାନଙ୍କରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଏଁ ସେହି ଘରମାନଙ୍କରେ ମାଆଙ୍କ କୃପାଦୃ୍ଷ୍ଟି ପଡିଥାଏ । ମାଆଙ୍କ ଆର୍ଶୀବାଦରେ ବୃଦ୍ଧି ପାଇଥାଏ ଘରର ଯଶ ଆଉ ଧନଜନ । ତେବେ ଏଥିପାଇଁ କିଛି ନିୟମ ମଧ୍ୟ ରହିଛି । ଅଖଣ୍ଡ ଦୀପ ଜଳାଉଥିବା ବ୍ୟକ୍ତିବିଶେଷ ଜଣଙ୍କୁ ଏହି ନଅ ରାତି ଯାଏଁ ତଳେ ଶୋଇବାକୁ ପଡିବ । ଏବଂ ଧ୍ୟାନ ରଖିବାକୁ ପଡିବ କି ଯେପରି କୌଣସି ବି ପରିସ୍ଥିତିରେ ଦୀପଟି ନଲିଭେ । ଖାଲି ସେତିକି ନୁହେଁ ଏହି ସମୟରେ ବି ଘରକୁ ସଫାସୁତୁରା ରଖିବାକୁ ପଡିବ ।

ସୌଜନ୍ୟ: ଆଜତକ୍