ଏଣିକି ମଦ୍ୟପାନ କରିଥିଲେ ଆଉ ଷ୍ଟାର୍ଟ ହେବନି ଗାଡି ! ଦୁର୍ଘଟଣା ରୋକିବା ନେଇ ଏହି ଛାତ୍ରୀଙ୍କ ନିଆରା ଆବିଷ୍କାର, ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡିଭାଇସ ।

129

ମଦ୍ୟପାନ ସ୍ୱାସ୍ଥ୍ୟପାଇଁ ହାନିକାରକ ଅଟେ । ଆଉ ମଦ ପିଇ ଗାଡି ଚଳାଇଲେ ତାହା ମୃତ୍ୟୁକୁ ଡାକରା ଦେବା ସହ ସମାନ ହୋଇଥାଏ । ମଦ୍ୟପାନ କରି ଗାଡି ଚଳାଇବା ଉଳରେ ଅନକେ ଦୁର୍ଘଟଣା ହୋଇଥିବାର ନଜିର ରହିଛି । କିନ୍ତୁ ଏହା ପରେ ମଧ୍ୟ ଲୋକମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଝିଅ ବିଷୟରେ କହିବୁ, ଯିଏ ଏମିତି ଏକ ଆବିଷ୍କାର କରିଛନ୍ତି, ଯାହା ସାହାଯ୍ୟରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବଞ୍ଚିପାରିବ ।

ବିହାରର ଛାତ୍ରୀ ଐଶ୍ୱର୍ଯ୍ୟା ପ୍ରିୟା ଆଲକହଲ୍ ଡିଟେକ୍ଟର ଆଣ୍ଡ ଅଟୋମେଟିକ୍ ଇଞ୍ଜିନ ଲକିଂ ସିଷ୍ଟମ ନାମରେ ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି । ଯାହା ମଦ୍ୟପାନ କରି ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଲାଭଦାୟକ ହେବ । ତେବେ ପ୍ରକୃତରେ ଏହି ଡିଭାଇସର ବିଶେଷତ୍ତ୍ୱ ହେଉଛି, ଯେକୌଣସି ବ୍ୟକ୍ତି ମଦ୍ୟପାନ କରି ଗାଡି ଉପରେ ବସିଲେ ଇଞ୍ଜିନ ଅଟୋମେଟିକ ଲକ୍ ହୋଇଯିବ । ଏହି ଡିଭାଇସକୁ ପ୍ରଥମେ ଗାଡିରେ ଫିଟ୍ କରାଯିବ । ଏବଂ ଏହା ଅତି ସହଜରେ ଗାଡିର ଇଞ୍ଜିନରେ ଫିଟ୍ ହୋଇପାରିବ । ଏହା ଦ୍ୱାରା ଏହି ଡିଭାଇସ ମଦ୍ୟପାନ କରିଥିବା ବ୍ୟକ୍ତିଙ୍କୁ ଚିହ୍ନିପାରିବ । ଏହାପରେ ଇଞ୍ଜିନ ବନ୍ଦ ହୋଇଯିବ । ତେବେ ସବୁଠାରୁ ବଡ କଥା ହେଉଛି ମାତ୍ର ୯୦୦ ଟଙ୍କା ଖର୍ଚ୍ଚ କରି ଆପଣ ଏହି ଡିଭାଇସକୁ ନିଜ ଗାଡିରେ ଲଗାଇପାରିବେ ।

ଏହାକୁ ପ୍ରସ୍ତୁତ କରିଥିବା ବିହାରର ଛାତ୍ରୀ ଐଶ୍ୱର୍ଯ୍ୟା ପ୍ରିୟା ଭୋପାଳର ଲକ୍ଷ୍ମୀ ନାରାୟଣ କଲେଜ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସରେ ବି-ଟେକ୍ କରୁଛନ୍ତି । ତେବେ ପ୍ରଥମ ଥର ପାଇଁ ପୁନେରେ ରାଷ୍ଟ୍ରୀୟ ସ୍ଥରରେ ଆୟୋଜିତ ଇନୋଭେଟିଭ ମଡେଲ୍ ଏବଂ ପ୍ରୋଜେକ୍ଟ ପ୍ରତିଯୋଗିତାରେ ଏହି ଡିଭାଇସର ଖୁଲାସା କରିଥିଲେ । ଆଉ ଏହି ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତେବେ ଏହି ଡିଭାଇସ ତିଆରି କରିବାରେ ତାଙ୍କୁ କଲେଜର ପ୍ରଫେସର ମାନେ ମଧ୍ୟ ସାହାଯ୍ୟ କରିଛନ୍ତି । ଏହି ଡିଭାଇସକୁ ନିଜ ବାପା ମାଙ୍କୁ ସମର୍ପିଛନ୍ତି ଐଶ୍ୱର୍ଯ୍ୟା ।