ଟ୍ରାଫିକ୍ ନିୟମ ଭାଙ୍ଗିଲା ମୁଖ୍ୟମନ୍ତ୍ରୀଙ୍କ ଗାଡି । ଚାଲାଣ କଟାଗଲା କିନ୍ତୁ ନିଆଗଲାନି ଜରିମାନା

739

ରାସ୍ତାରେ ଗାଡି ଚଲାଇବାକୁ ହେଲେ ଚାଳକଙ୍କୁ ସର୍ବ ପ୍ରଥମେ ଟ୍ରାଫିକ୍ ନିୟମ ସଂପର୍କରେ ଜ୍ଞାନ ଥିବା ନିହାତି ଦରକାର । ଯାହାଦ୍ୱାରା ପରବର୍ତ୍ତି ସମୟରେ ତାଙ୍କୁ କୌଣସି ଅପ୍ରତିକର ପରିସ୍ଥିତିର ଯେପରି ସାମ୍ନା କରିବାକୁ ନପଡେ । ସେହିପରି ଟ୍ରାଫିକ୍ ନିୟମ ଭାଙ୍ଗିବା ଦ୍ୱାରା ଚାଲାଣ କଟାଯିବା ସହ ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଇଥାଏ । ତେବେ ଟ୍ରାଫିକ୍ ନିୟମ ଭିତରୁ ଗୋଟିଏ ହେଲା ଦ୍ରୁତ ଗତିରେ ଗାଡି ଚଲାଇବା ।

ନିର୍ଧାରିତ ସ୍ପିଡଠାରୁ ଅଧିକ ବେଗରେ ଗାଡି ଚଲାଇବା ଦ୍ୱାରା ଟ୍ରାଫିକ୍ ପୁଲିସ ଚାଲାଣ କାଟିବା ସହିତ ଚାଳକଙ୍କଠାରୁ ଜରିମାନା ଆଦାୟ କରିଥାଏ । ଯାହା ସଂପର୍କରେ ଆପଣ ହୁଏତ ଜାଣିଥିବେ । ହେଲେ ଥରେ ଭାବନ୍ତୁ ତ ଆପଣ ନିୟମକୁ ଭାଙ୍ଗି ଗାଡିକୁ ଦ୍ରୁତ ଗତିରେ ଚଲାଇ ଚାଲିଆସିଛନ୍ତି ଆଉ ଏଥିପାଇଁ ଆପଣଙ୍କୁ ପୁଲିସ ଧରିଛି ସତ ହେଲେ ଆପଣଙ୍କଠାରୁ କୌଣସି ଫାଇନ ନନେଇ ସେମିତି ଛାଡିଦିଏ । ତେବେ ଏହା କେବେବି ସମ୍ଭବ ନୁହେଁ.. ଆପଣଙ୍କ ସହିତ ଏଭଳି କେବେବି ହୋଇନପାରେ , କାହିଁକି ନା ଆଇନ ଏଭଳି କରିବାକୁ ଆପଣଙ୍କୁ ଅନୁମତି ଦେଇ ନଥାଏ । କିନ୍ତୁ ଏହାବି ଏବେ ସମ୍ଭବ । ନିକଟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାବିସଙ୍କର ଗାଡିଗୁଡିକର ଓଭଲର ସ୍ପିଡ କାରଣରୁ କଟାଯାଇଥିବା ଚାଲାଣକୁ ପରବ ର୍ତ୍ତୀ ସମୟରେ ଜରିମାନା ଦେବା ବଦଳରେ କ୍ଷମା କରିଦିଆଯାଇଛି ।

ସୂଚନା ମୁତାବକ, ଓଭର ସ୍ପିଡ କାରଣରୁ ମୁମ୍ବାଇ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ଗାଡି ପଛରେ ଯାଉଥିବା ଗାଡି ତଥା ରକ୍ଷୀ ସ୍ୱରୂପ ସଙ୍ଗରେ ଯାଉଥିବା ଗାଡି ଗୁଡିକର ଚାଲାଣ କାଟିଥିଲା । ତେବେ ଏହା ଥରେ କି ଦୁଇ ଥର ହୋଇ ନାହିଁ, ପାଖାପାଖି ୧୩ ଥର ଏଭଳି ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କର ଗାଡି MH01 CP 0037 and MH01 CP 0038 ଚଳିତ ବର୍ଷ ବାନ୍ଦ୍ରା ବର୍ଲି ସି ଲିଙ୍କର ନିକଟବର୍ତ୍ତୀ ଅଂଚଳରେ ପାଖାପାଖି ୧୩ ଥର ନିୟମ ଭାଙ୍ଗିଲାଣି । ଏହି ନିୟମ ୧୨ ଜାନୁଆରୀ, ୨୦୧୮ରୁ ୧୨ ଅଗଷ୍ଟ, ୨୦୧୮ ମଧ୍ୟରେ ଉଲ୍ଲଘଂନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାବିସଙ୍କ ସମେତ ତାଙ୍କର ପୂରା ପଲଟନଙ୍କ ଦ୍ୱାରା ଟ୍ରାଫିକ୍ ନିୟମ ଭାଙ୍ଗିବା ସମୟର ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ନିୟମ ଅନୁସାରେ, ଟ୍ରାଫିକ୍ ନିୟମ ଭାଙ୍ଗିବା ଉପରେ ୧ ହଜାର ଟଙ୍କାର ଫାଇଲ ହୋଇଥାଏ, ତେବେ ସେହି ହିସାବରେ ୧୩ ଥର ନିୟମ ଭାଙ୍ଗି ଦ୍ୱାରା ୧୩ ହଜାର ଟଙ୍କାର ଫାଇନ ହେଉଛି ।

କିନ୍ତୁ ଏହି ମାମଲାରେ ସାଧାରଣ ଜନତାଙ୍କ ତୁଳନାରେ ମୁଖ୍ୟମନ୍ତ୍ରୀ ଭାବଗ୍ୟବାନ ପ୍ରମାଣିତ ହୋଇଛନ୍ତି । ଏବଂ ତାଙ୍କୁ ଫାଇନ ବାବଦକୁ ଏହି ୧୩ ହଜାର ଟଙ୍କା ଦେବାକୁ ପଡିନାହିଁ । ଟ୍ରାଫିକ୍ ପୁଲିସ ସେ ସମସ୍ତ ଇ-ଚାଲାଣଗୁଡିକୁ ରଦ୍ଦ କରିଦେଇଛି ଯାହା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜାରି କରାଯାଇଥିଲା । ଏକଥା ଆମେ କହୁ ନାହୁଁ ବରଂ ଏକ ଆରଟିଆଇରେ ସାମ୍ନାକୁ ଆସିଛି । ଆରଟିଆଇ ଆକ୍ଟିଭିଷ୍ଟ ଶକିଲ ଅହମଦଙ୍କ କହିବା ଅନୁସାରେ, ସେ ଟ୍ରାଫିକ୍ ବିଭାଗଠାରୁ ସେ ସମସ୍ତ ଚାଲାଣ ସଂପର୍କରେ ଜାଣିବାକୁ ଚାହିଁଥିଲେ , ଯେଉଁମାନେ କି ବିଗତ ଦିନ ମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ରକ୍ଷୀସ୍ୱରୂପ ସାଥିରେ ଯାଇଥିବା ପୂରା ପଲଟନ ଦ୍ୱାରା ଟ୍ରାଫିକ୍ ନିୟମ ଉଲ୍ଲଘଂନ କରିବା କାରଣରୁ ସେମାନଙ୍କ ବିରୋଧରେ ଜାରି କରାଯାଇଥିଲା । ଆଉ ଏଥିରୁ ହିଁ ଏଭଳି ଚାଂଚଲ୍ୟକର କଥା ସାମ୍ନାକୁ ଆସିଥିଲା ।

ଏଠାରେ ଆମେ କହି ରଖୁଛୁ କି, ଯେତେବେଳେ ପ୍ରଥମ ଥର ଓଭର ସ୍ପିଡ କାରଣରୁ ପ୍ରଥମ ଥର ପାଇଁ ଚାଲାଣ ଜାରି ହୋଇଥିଲା ସେତେବେଳେ ଟ୍ରାଫିକ୍ ବିଭାଗ ପକ୍ଷରୁ କୁହାଯାଇଥିଲା କି, ମୁଖ୍ୟମନ୍ତ୍ରୀଙ୍କ ପଛରେ ଯାଉଥିବା ଗାଡି ଗୁଡିକୁ ତାଙ୍କର ସୁରକ୍ଷା ପାଇଁ ଆଶ୍ୱସ୍ତି ପ୍ରଦାନ କରାଯାଇଛି । କିନ୍ତୁ ଅହମଦଙ୍କ ସୂଚନା ମୁତାବକ, କେବଳ ଫାୟର ଗାଡି, ଆମ୍ବୁଲାନ୍ସ ଏବଂ ପୁଲିସ ଗାଡିଗୁଡିକର ଦ୍ରୁତ ଗତିରେ ଚଲାଇବାର ମାମଲାରେ ବିଶେଷ ଛାଡ୍ ଦିଆଯାଇଥାଏ ।