ହୁସିଆର୍ ! ଭାରତରେ କୌଣସି ବି ମୁହୂର୍ତ୍ତରେ ହୋଇପାରେ ବିନାଶକାରୀ ଭୂମିକଂପ, ବୈଜ୍ଞାନିକ କଲେ ସତର୍କ

48

ଭାରତରେ ଭୂମିକଂପ ହେବା ନେଇ ବୈଜ୍ଞାନିକମାନେ ଚେତାବନୀ ଜାରି କରିଛନ୍ତି । ବୈଜ୍ଞାନିକଙ୍କ ମତାନୁସାରେ, ଯଦି ଲଗାତର ଭାବେ ଭୂମିକଂପର ଝଟକା ଲାଗିରହେ ତେବେ ଭାରତରେ କୌଣସି ବି ମୁହୂର୍ତ୍ତରେ ଏକ ଶକ୍ତିଶାଳୀ ତଥା ବିନାଶକାରୀ ଭୂମିକଂପ ହେବା ସୁନିଶ୍ଚିତ ।

ସୂଚନା ମୁତାବକ, ହିମାଳୟରେ ଲଗାତର ଭାବେ ଭୂମିକଂପର ଝଟକା କାରଣରୁ ଭସ୍ଖଳନ ଜୋନ ବୃଦ୍ଧିପାଇଛି । ତେବେ ଏନେଇ ବୈଜ୍ଞାନିକମାନେ ସର୍ତକ କରିବା ସହ ସୂଚନା ଦେଇଛନ୍ତି କି, ଏସମସ୍ତ ନୂତନ ଜୋନ୍ ସୃଷ୍ଟି ହେବା କାରଣରୁ ହିଁ ହିମାଳୟର ଡେମୋଗ୍ରାଫିରେ ମଧ୍ୟ ପରିବର୍ତ୍ତନ ଆସିପାରେ । ବୈଜ୍ଞାନିକମାନେ ହିମାଳୟରେ ଏକତ୍ରିତ ହୋଇଥିବା ଭୂଗର୍ଭିୟ ଉର୍ଜା ଏବଂ ନୂତନ ଭୂସ୍ଖଳନ ଜୋନକୁ ଦୃଷ୍ଟିରେ ରଖି ସୁରକ୍ଷିତ ସ୍ଥଳଗୁଡିକୁ ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ହିମାଳୟର ଭୂ-ବିଜ୍ଞାନ ସଂସ୍ଥା ଭୂସ୍ଖଳନ ସଂମ୍ବନ୍ଧରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇସାରିଛି । ଏହାପରେ ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ ତଥା ଜିଏସଆଇ, ଉତ୍ତରାଖଣ୍ଡକୁ ମଧ୍ୟ ଏହି ରିପୋର୍ଟ ପ୍ରଦାନ କରିଛି । ଯେଉଁଥିରେ ଭୂସ୍ଖଳନ ଜୋନ ସଂପର୍କରେ ଗମ୍ଭୀରତା ଦେଖାଇବାକୁ କୁହାଯାଇଛି । ହିମାଳୟରେ କାର୍ଯ୍ୟରତ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଏହି ମୋଡକୁ ବ୍ୟାନରରେ କୌଳାଶ-ମାନସରୋବର ରାସ୍ତାରେ ଭୂସ୍ଖଳନ ନେଇ ଅତି ସମ୍ବେଦନଶୀଳ କ୍ଷେତ୍ରଗୁଡିକୁ ଚିହ୍ନଟ୍ କରିବାର କାମ ଆରମ୍ଭ କରିଦେଇଛି ।

ବୈଜ୍ଞାନିକଙ୍କ ମତାନୁସାରେ, ଭୂମିକଂପ ମାମଲାରେ ମୋହାନ୍ଦ-ସହାରନପୁରଠାରୁ ଆରମ୍ଭ କରି ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ସଂପୂର୍ଣ୍ଣ ହିମାଳୟ ସମ୍ବେଦନଶୀଳ ଜୋନ ପରିସରରେ ଆସୁଛି । ହେଲେ ଏସମସ୍ତ ସ୍ଥାନ ଆଧ୍ୟାତ୍ମିକ ସମ୍ବେଦନଶୀଳ କ୍ଷେତ୍ର, ଯାହାକି ଫାଲ୍ଟ ଲାଇନରେ ରହିଛି ।ଏହିସବୁ ସ୍ଥାନମାନଙ୍କରେ ନୂତନ ଭୂସ୍ଖଳନ ଜୋନଗୁଡିକୁ ଚିହ୍ନଟ କରାଯାଉଛି । ବୈଜ୍ଞାନିକଙ୍କ ସୂଚନା ମୁତାବକ, ଭୂମିକଂପ ଆସିବା ପରେ ପରବର୍ତ୍ତୀ ସମୟରେ ହିମାଳୟ ପାହାଡରେ ଥିବା ମାଟି ଦୁର୍ବଳ ହେବାରେ ଲାଗିଥାଏ । ଯାହାକି ବର୍ଷା ଏବଂ ତୁଷାରପାତ ହେବାଦ୍ୱାରା ସାମାନ୍ୟ ଚାପ ପଡିବା କ୍ଷଣି ହିଁ ଧସି ଯାଇଥାଏ, ଯେଉଁଥିପାଇଁ ଏଠାରେ ନୂତନ ଭୂସ୍ଖଳନ କ୍ଷେତ୍ର ସୃଷ୍ଟି ହୋଇଥାଏ ।

ସୌଜନ୍ୟ: ଅମର ଉଜାଲା