‘କେବିସି’ରେ ଭାଗ ନେଇ ହଟହଟ୍ଟା ହେଲେ ଉପଜିଲ୍ଲାପାଳ ! ଶେଷରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

58

ସୋନି ଟିଭିରେ ଲୋକପ୍ରିୟ ଗେମ୍ ସୋ’ ‘କୌନ ବନେଗା କରୋଡପତି ସିଜିନ୍-୯’ ରେ ଭାଗ ନେଇ ହଟହଟ୍ଟା ହେଲେ ସରକାରୀ କର୍ମଚାରୀ । ସୂଚନା ମୁତାବକ, ଛତିଶଗଡର ଜଣେ ପ୍ରଶିକ୍ଷାର୍ଥୀ ଉପଜିଲ୍ଲାପାଳ ସୋନି ଟିଭିରେ ପ୍ରସାରିତ ଗେମ୍ ସୋ’ ‘କୌନ ବନେଗା କରୋଡପତି’ (କେବିସି) ରେ ଭାଗ ନେଇ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି । ପରିସ୍ଥିତି ଏଭଳି ହେଲା କି ଏହି ଘଟଣାରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା ।

ସୂଚନା ମୁତାବକ, ଛତିଶଗଡର ମୁଙ୍ଗେଲୀ ଜିଲ୍ଲାର ପ୍ରଶିକ୍ଷାର୍ଥୀ ଉପଜିଲ୍ଲାପାଳ ଅନୁରାଧା ଅଗ୍ରୱାଲ କେବିସି ପାଇଁ ମନୋନ୍ନିତ ହୋଇଥିଲେ । ଯାହାର ଅଡିସନ ଭୋପାଳରେ ହୋଇଥିଲା । ଏଥିରେ ସେ ସିଲେକ୍ଟ ହେବାପରେ ତାଙ୍କୁ ସୁଟିଂ ପାଇଁ ମୁମ୍ବାଇ ଡକାଯାଇଥିଲା । ଅନୁରାଧା ଜଣେ ଦିବ୍ୟାଙ୍ଗ, ସେ ଚାଲି ପାରନ୍ତି ନାହିଁ । ଅନୁରାଧାଙ୍କର ଇଚ୍ଛା ଥିଲା କି, ଯେଉଁ ଟଙ୍କା ସେ କେବିସିରେ ଜିତିବେ ତାକୁ ନେଇ ସେ ନିଜ ଭାଇଙ୍କର ଚିକିତ୍ସା କରିବେ, ଯିଏ କି ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ତେବେ କେବିସିର ସୁଟିଂ ହେବାର ଗୋଟିଏ ଦିନ ପୂର୍ବରୁ ହିଁ ତଥା ୨୦ ଅଗଷ୍ଟରେ ଅନୁରାଧାଙ୍କର ମାଆଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥି ପାଇଁ ସେ ମୁମ୍ବାଇ ଯିବାକୁ ଚାହୁଁ ନଥିଲେ । ହେଲେ ପରିବାର ଲୋକଙ୍କ ଅନୁରୋଧ କ୍ରମେ ଅନୁରାଧା ସୁଟିଂ ପାଇଁ ମୁମ୍ବାଇ ଚାଲିଯାଇଥିଲେ । ଏହାପରେ ଅନୁରାଧା କେବିସିରେ ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସି କିଛି ରକମ (ଟଙ୍କା) ମଧ୍ୟ ଜିତି କରି ଫେରିଥିଲେ ହେଲେ ଫେରିବା ପରେ ସେ ଜାଣିବାକୁ ପାଇଲେ କି ସରକାର ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦେଇନଥିଲେ ବୋଲି ।

ଅନୁରାଧାଙ୍କ କହିବା କଥା ହେଲା, ‘ମୁଁ ଜିଲ୍ଲାପାଳ ଏବଂ ଡିଭିଜିନାଲ କମିସନରଙ୍କ ସହାୟତାରେ ରାଜ୍ୟ ସରକାରଙ୍କଠାରୁ ଏନଇ ଅନୁମତି ମାଗିଥିଲି । ତେବେ ଠିକ୍ ସମୟରେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଚିଠି ନଆସିବାରୁ ମୁଁ ଜିଲ୍ଲାପାଳଙ୍କଠାରୁ ଛୁଟି ନେଇ ମୁମ୍ବାଇ ଚାଲିଯାଇଥିଲି’ ।

ଯେତେବେଳେ ସେ ଘରକୁ ଫେରିଥିଲେ ସେତେବେଳେ ତାଙ୍କ ନିକଟକୁ ଏକ ଚିଠି ଲେଖିଥିଲେ । ଆଉ ଯେଉଁତିରେ ଲେଖାଥିଲା କି, ‘କୌନ ବନେଗା କରୋଡପତି’ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦେବା ପାଇଁ ଦେଇଥିବା ନିବେଦନ ପତ୍ରକୁ ଗ୍ରହଣ କରାଯାଇ ନଥିଲା । ଘଟଣାଟି ସାର୍ବଜନୀନ ହେବା ପରେ ଏହାକୁ ନେଇ ରାଜ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଉଠିଥିଲା । ଗତ ସୋମବାର ଦିନ ଏହାକୁ କେନ୍ଦ୍ର କରି ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ରାଜ୍ୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ଗାଇଡଲାଇନ୍ସ ଜାରି କରିବା ପରେ ହିଁ ଅନୁରାଧାଙ୍କୁ ଏହି ସୋରେ ସାମିଲ ହେବାର ଅନୁମତି ସମ୍ବନ୍ଧୀୟ ଔପଚାରିକତା ସଂପୂର୍ଣ୍ଣ ହୋଇପାରିଥିଲା ।

ସୌଜନ୍ୟ: ବିବିସି ନ୍ୟୁଜ୍