ସରକାରଙ୍କ ନୂଆ ଆଇନ୍: ଏଣିକି ବୃଦ୍ଧ ବାପା-ମାଆଙ୍କ ବ୍ୟାଙ୍କ ଖାତାରେ ପ୍ରତିମାସ ସନ୍ତାନଙ୍କୁ ଜମା କରିବାକୁ ହେବ ଏତିକି ଟଙ୍କା

1,669

ସର୍ବ ପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହିଁବୁ କି, ଏଭଳି ଆଇନ୍ ଜାରି ହୋଇଛି ନେପାଳରେ । ବରିଷ୍ଠ ନାଗରିକ ତଥା ବୃଦ୍ଧାବୃଦ୍ଧଙ୍କର ଦେଖାଶୁଣା କରିବା ପାଇଁ ନେପାଳ ସରକାର ଏଭଳି ଏକ ଆଇନ ପ୍ରୟଣନ କରିବାକୁ ଯାଉଛନ୍ତି । ଯେଉଁଥିରେ ସନ୍ତାନମାନେ ରୋଜଗାର କରୁଥିବା ଆୟର ଏକ ନିଶ୍ଚିତ୍ ଅଂଶ ନିଜର ବୃଢା ବାପାମାଆଙ୍କ ବ୍ୟାଙ୍କ ଖାତାରେ ଜମା କରିବାକୁ ବାଧ୍ୟ ହେବେ ।

ତେବେ ଏସଂପର୍କରେ ସୂଚନା ନେପାଳର ଜଣେ ବରିଷ୍ଠ ମନ୍ତ୍ରୀ ଦେଇଛନ୍ତି । ନେପାଳ ସରକାରଙ୍କ ପ୍ରବକ୍ତା ଏବଂ ସଂଚାର ଓ ସୂଚନା ପ୍ରାଧିଗୀକ ମନ୍ତ୍ରୀ ଗୋକୁଳ ପ୍ରସାଦ ବାସକୋଟା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏସଂପର୍କରେ ସୂଚନା ଦେଇ କହିଛନ୍ତି କି, ମନ୍ତ୍ରୀମଣ୍ଡଳର ବୈଠକରେ ଏଭଳି ପ୍ରକାରର ନିୟମ ପ୍ରଣୟନ ସହିତ ବରିଷ୍ଠ ନାଗରିକ ଅଧିନିୟମ-୨୦୦୬ରେ ସଂଶୋଧନର ଏକ ବିଧେୟକ ସଂସଦରେ ଆଣିବାକୁ ନିଷ୍ପତି ନିଆଯାଇଛି ।

ବରିଷ୍ଠ ମନ୍ତ୍ରୀ ଜଣଙ୍କ ଆହୁରୀ ମଧ୍ୟ କହିଛନ୍ତି କି, ପ୍ରସ୍ତାବିତ ବିଧେୟକର ମୁଖ୍ୟ ଉଦେଶ୍ୟ ହେଲା ବରିଷ୍ଠ ନାଗରିକମାନଙ୍କର ଜୀବନ ଯେଭଳି ସରଳ ଏବଂ ସୁରକ୍ଷିତ ରହିବ । ମନ୍ତ୍ରୀ କହିଛନ୍ତି କି, ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳେ କି ଲକ୍ଷାଧିକ ଟଙ୍କାର ମାଲିକ ହୋଇଥିବା ସତ୍ୱେ ବି ବାପାମାଆଙ୍କର ଦେଖାଶୁଣା ସଠିକ୍ ଭାବରେ ହୋଇପାରୁନାହିଁ । ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି । ଯେଉଁ କାରଣରୁ ଆମେ ଏଭଳି କାର୍ଯ୍ୟରେ ଲଗାମ କଷିବାକୁ ଆଇନ ପ୍ରୟଣନ କରିବାକୁ ଯାଉଛୁ । କାହିଁକି ନା ବରିଷ୍ଠ ନାଗରିକମାନଙ୍କର ଜୀବନକୁ ସୁରକ୍ଷିତ ରଖିବା ବି ଦେଶ ପାଇଁ ଏକ ସମ୍ମାନର କଥା ।