ଜିଓ ଦେବ ଜରିମାନା ! ମୁକେଶ ଲୁଚାଇଲେ ତଥ୍ୟ, ଖୁଲାସା କଲା ସିଏଜି

28

ଜିଓ ବିରୋଧରେ ସାଂଘାତିକ ଅଭିଯୋଗ ।ତଥ୍ୟ ଲୁଚାଇଥିବା ନେଇ ସିଏଜି କରିଛି ଖୁଲାସା । ସୂଚନା ମୁତାବକ,ଦୂର ସଂଚାର ବିଭାଗ ଟାଟା ଟେଲିସର୍ଭିସେସ, ଟେଲିନର ଏବଂ ରିଲାଏନ୍ସ ଜିଓ ସମେତ ୫ଟି ପ୍ରମୁଖ ଟେଲିକମ କଂପାନୀକୁ ନୋଟିସ୍ ଜାରି କରିବ ।ଯେଉଁଥିରେ ଏହି ସମସ୍ତ କଂପାନୀଙ୍କଠାରୁ ବିଭାଗକୁ ୨,୫୭୮ କୋଟି ଟଙ୍କା ଆଦାୟ ନେଇ କହିପାରେ । ତେବେ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ ତଥା ସିଏଜି ଏହି ସମସ୍ତ କଂପାନୀଗୁଡିକ ନିଜର ଆୟକୁ ପୁର୍ନବାର କମ୍ କରି ଉପସ୍ଥାପନା କରିଥିବା ଖୁଲାସା କରିଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ସିଏଜି ନିକଟରେ ଦେଇଥିବା ଏକ ରିପୋର୍ଟରେ ଏହି କଂପାନୀଗୁଡିକ ଦେଇଥିବା ଆୟର ହିସାବକୁ ପୁଣି ଥରେ କମାଇ ତଥା ଭୁଲ ତଥ୍ୟ ଉପସ୍ଥାପନା କରିଥିବା ଖୁଲାସା କରିଛି । ଯାହାକୁ ଦୃଷ୍ଟିରେ ରଖି ବିଭାଗ ଏସମସ୍ତ କଂପାନୀଙ୍କଠାରୁ ୨,୫୭୮ କୋଟି ଟଙ୍କା ଆଦାୟ କରିବାକୁ ନୋଟିସ ପଠାଇବ । ତେବେ ୧୯ ଡିସେମ୍ବରରେ ସଂସଦରେ ଉପସ୍ଥାପନା କରାଯାଇଥିବା ରିପୋର୍ଟ ଅନୁସାରେ, ଟାଟା ଟେଲିସର୍ଭିସେସ, ଟେଲିନର, ଭୋଡାଫୋନ ଟେଲିକମ, ଭିଡିଓକନ ପ୍ରମୁଖ କଂପାନୀ ଏବଂ ରିଲାଏନ୍ସ ଜିଓ ନିଜର ଆୟକୁ ୧୪,୮୦୦ କୋଟି ଟଙ୍କା କମ କରି ଉପସ୍ଥାପନା କରିଛନ୍ତି, ଯେଉଁଥିରେ ବିଭାଗକୁ ୨,୫୭୮ କୋଟି ଟଙ୍କାର ରାଜସ୍ୱର କ୍ଷତି ହୋଇଛି ।

ତେବେ ଏଥିପାଇଁ ସରକାର ଟାଟା ଟେଲିସର୍ଭିସେସଠାରୁ ୧,୮୯୩.୬ କୋଟି ଟଙ୍କା, ଟେଲିନରଠାରୁ ୬୦୩.୭୫ କୋଟି, ଭିଡିଓକନଠାରୁ ୪୮.୦୮ କୋଟି, କ୍ୱାଡରେଟଠାରୁ ୨୬.୬୨ କୋଟି ଟଙ୍କା ତଥା ଜିଓଠାରୁ ୬.୭୮ କୋଟି ଟଙ୍କା ଆଦାୟ କରିବାକୁ ରହିଛି । ସୂତ୍ର ଅନୁସାରେ, ଏହି ସମସ୍ତ କଂପାନୀଗୁଡିକ ନିକଟକୁ ଚଳିତ ମାସ ନୋଟିସ ଜାରି କରିପାରେ ବିଭାଗ ।

ସୌଜନ୍ୟ: ଜନସର୍ତ୍ତା