ବ୍ୟାଙ୍କରେ ଟଙ୍କା ଜମା କରିଥିବା ବ୍ୟକ୍ତିଙ୍କୁ ହିସାବ ମାଗିବେ ସରକାର ! ଦେଇ ନପାରିବେ ନିଆଯିବ ଆକ୍ସନ

21

ନୂଆବର୍ଷ ତଥା ଜାନୁୟାରୀରୁ ଆୟକର ବିଭାଗ କଳାଧନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ସେହି ଆୟକରଦାତାଙ୍କର ସଂପୂର୍ଣ୍ଣ ଆକଳନ କରାଯିବ, ଯେଉଁମାନେ କି ବିମୁଦ୍ରାକରଣ ପରେ ‘ସନ୍ଧିଗ୍ଧ’ ଧନ ବିଭିନ୍ନ ବ୍ୟାଙ୍କମାନଙ୍କରେ ଜମା କରିଥିବା ବେଳେ ନିଜର ଆୟକର ରିଟର୍ଣ୍ଣ ଜମା କରିବାରେ ଏଯାବାତ୍ ଅସଫଳ ରହିଛନ୍ତି ।

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି) ଆୟକର ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ଏଭଳି ବ୍ୟକ୍ତିବିଶେଷଙ୍କୁ ନୋଟିସ ପଠାଇବାର କାର୍ଯ୍ୟ ୩୧ ଡିସେମ୍ବର ସୁଦ୍ଧା ଶେଷ କରିଦିଆଯିବ । ଆୟକର ଏହି ନୋଟିସର ଜବାବ ପାଇବା ପରେ, ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ପୂର୍ଣ୍ଣ ଆକଳନ ପ୍ରକ୍ରିୟା ଆରମ୍ଭ କରିବ ।

ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏଭଳି ମାମଲାରେ ଯେଉଁଥିରେ ନୋଟିସର ଜବାବ ମିଳିଯାଇଥିବ, ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି କି ଯେଉଁ ବ୍ୟକ୍ତିବିଶେଷ ନିଜର କଳାଧନକୁ ଧଳା ଏବଂ କର ଚୋରି କରିବାର ପ୍ରୟାସ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଉ ଏହି କାର୍ଯ୍ୟାନୁଷ୍ଠାନ ‘ସ୍ୱଚ୍ଛ ଧନ ଅଭିଯାନ’ ଆଧାରରେ କରାଯାଉଛି । ତେବେ ଏହି ବ୍ୟବସ୍ଥାକୁ ଆୟକର ବିଭାଗ ଚଳିତ ବର୍ଷରୁ ଆରମ୍ଭ କରିଦେଇଛନ୍ତି, ଯାହାଦ୍ୱାରା ନୋଟବନ୍ଦୀ ପରେ କଳାଧନ ମାମଲା ଉପରେ ଅଙ୍କୁଶ ଲଗାଯାଇପାରିଛି ।