ନୂଆ ଆଇନ୍: କର୍ମଚାରୀମାନେ କାମ କରୁଛନ୍ତି କି ନାହିଁ, ପ୍ରମାଣ ସ୍ୱରୂପ ପଠାଇବାକୁ ହେବ ସେଲ୍ଫି

162

ସର୍ବପ୍ରଥମେ ଏଠାରେ ଆମେ ଆପଣଙ୍କୁ କରିବାକୁ ଚାହୁଁବୁ କି ଏଭଳି ନିର୍ଦ୍ଦେଶାନାମା ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଖାଦ୍ୟ ବିଭାଗରେ ପାରଦର୍ଶିତା ଆଣିବା ପାଇଁ ଦିଲ୍ଲୀ ସରକାର ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ତେବେ ଏହି ବିଭାଗର ଅଧିକାରୀମାନେ ନିଜ ଦାୟିତ୍ୱ ସଠିକ୍ ରୂପେ ତୁଲାଉଛନ୍ତି କି ନାହିଁ ଏହାର ପ୍ରମାଣ ଦେବା ପାଇଁ ତାଙ୍କୁ ସେଲ୍ଫି ଉଠାଇ ନିଜ ବସଙ୍କ ନିକଟକୁ ପଠାଇବାକୁ ହେବ ।

ଦିଲ୍ଲୀ ସରକାରଙ୍କୁ ପ୍ରମାଣ ଦରକାର କି, ଯୋଗ୍ୟ ହିତାଧିକାରୀ ତଥା ଗରିବଙ୍କୁ ରାସନ ଜିନିଷ ସଠିକ୍ ରୂପେ ଦିଆଯାଉଛି ନାହିଁ । ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି କି, ଇନ୍ସପେକ୍ସନ ସମୟରେ ନିଆଯାଇଥିବା ସେଲ୍ଫିକୁ ସେମାନେ ନିଜ ନିଜ ଉଚ୍ଚ ଅଧିକାରୀଙ୍କ ନିକଟକୁ ତଥା ବସଙ୍କ ନିକଟକୁ ପଠାଇବାକୁ । ଖାଲି ଏତିକି ନୁହେଁ ନୂଆ ମେକାନିଜିମ ଠିକରେ କାମ କରୁ ଏବଂ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାମାନ ଯେଭଳି କେବଳ କାଗଜ ପତ୍ରରେ ସୀମିତ ରହିନ ଯାଉ, ତାହା ସୁନିଶ୍ଚିତ କରିବା ପାଇଁ ଏକ ହ୍ୱାସଟଆପ ଗ୍ରୁପ୍ ମଧ୍ୟ କରାଯାଇ ସଂକ୍ରିୟ କରାଯିବ ।

ଅନ୍ୟପକ୍ଷରେ, ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନାଗୁଡିକର ନିୟମିତ ନିରୀକ୍ଷଣ ପାଇଁ ଏକ ବ୍ଲୁପ୍ରିଂଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାଦ୍ୱାରା ଅତି ସହଜରେ ସୁନିଶ୍ଚିତ ହୋଇପାରିବ କି ଯୋଗ୍ୟ ହିତାଧିକାରୀଙ୍କୁ ନିର୍ଧାରିତ ରାସନ ସାମଗ୍ରୀ ମିଳୁଛି କି ନାହିଁ । ଏଥିପାଇଁ ଖାଦ୍ୟ ମନ୍ତ୍ରାଳୟ ତରଫରୁ ୩ ଜଣିଆ ଟିମ୍ ବି ପ୍ରସ୍ତୁତ ହୋଇଛି, ଯେଉଁମାନେ କି ସରକାରଙ୍କର ବିଭିନ୍ନ ଯୋଜନାର ସମୀକ୍ଷା କରିବେ । ଏମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ମଧ୍ୟ ଦିଆଯାଇଛି ଏବଂ ଦଳର ମୁଖିଆଙ୍କୁ ପ୍ରତି ସୋମବାର, ବୁଧବାର ଏବଂ ଶୁକ୍ରବାର ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ଫିଲ୍ଡରେ ଆକ୍ଟିଭ ରହିବାକୁ ପଡିବ । ତେବେ ଏହି ତିନି ଦିନରେ ସେମାନଙ୍କୁ ସମ୍ବନ୍ଧିତ ଆସିଷ୍ଟାଂଟ କମିଶନରଙ୍କୁ ଫିଲ୍ଡରେ ଥାଇ ସକାଳ ୧୦ ଟା ବେଳେ ଏକ ସେଲ୍ଫି ଉଠାଇ ପଠାଇବାକୁ ହେବ । ତାଙ୍କୁ କୌଣସି ସମ୍ବେଦନଶୀଳ ଦୋକାନମାନଙ୍କର ନିରୀକ୍ଷଣ କରିବାକୁ ହେବ ଏବଂ ଏଥି ସହିତ ହିଁ ଫ୍ରୁଡ କର୍ପୋରେସନ ଅଫ୍ ଇଣ୍ଡିଆର ଗୋଦାମରୁ ଆସୁଥିବା ସାମଗ୍ରୀ ଦ୍ୱାରା ଭରା ହୋଇଥିବା ଟ୍ରକଗୁଡିକର ଟ୍ରାକିଂ ମଧ୍ୟ କରିବାକୁ ହେବ ।

ପଠାଯିବ ସାପ୍ତାହିକ ନୋଟିସ୍

ଆସିଷ୍ଟାଂଟ କମିଶନରଙ୍କୁ ସପ୍ତାହରେ ଏକ ନିଶ୍ଚିତ ସଂଖ୍ୟାର ଦୋକାନଗୁଡିକର ନିରୀକ୍ଷଣ କରିବାକୁ ହେବ । ନିରୀକ୍ଷଣ କରି ସ୍ପେଶାଲ କମିଶନରଙ୍କୁ ସେଲ୍ଫି ପଠାଯିବ । ଏଭଳି ଭାବରେ ସ୍ପେଶାଲ କମିଶନର ସପ୍ତାହରେ ଦୁଇଟି ନିରୀକ୍ଷଣ କରିବେ ଏବଂ ଡ୍ୟୁଟି କରିବା ସମୟର ଏକ ସେଲ୍ଫି ମଧ୍ୟ ତାଙ୍କ ନିକଟକୁ ପଠାଇବାକୁ ହେବ ।ସେହିପରି ସମସ୍ତ ଅଧିକାରୀମାନଙ୍କୁ ସକାଳ ୧୦ଟାରେ ସେଲ୍ଫି ପଠାଇବାକୁ ପଡିବ । ତେବେ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶାନୁସାରେ, ସ୍ପେଶାଲ କମିଶନରଙ୍କୁ ନିଜର ସୁପାରିସ ସହିତ ସାପ୍ତାହିକ ରିପୋର୍ଟ ମଧ୍ୟ ପଠାଇବାକୁ ପଡିବ ।