ଘରେ ବିଜୁଳୀ ମିଟର ଅଛି କି? ତେବେ ମିଳିପାରେ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା

65

ସର୍ବପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହିଁବୁ କି, ଏହି ସୁବିଧା ବର୍ତ୍ତମାନ ଦିଲ୍ଲୀବାସୀଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି । ଦିଲ୍ଲୀରେ ୨ କିଲୋୱାଟ କିମ୍ବା ଏହାଠୁ କମ ବିଜୁଳୀ ମିଟର ବ୍ୟବହାର କରୁଥିବା ପରିବାରକୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଦିଲ୍ଲୀ ସରକାର ମୋଦି ସରକାରଙ୍କ ବହୁଚର୍ଚ୍ଚିତ ଯୋଜନା ତଥା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ସହମତି ପ୍ରକାଶ କରିନାହାଁନ୍ତି ସତ ମାତ୍ର ଦିଲ୍ଲୀବାସୀଙ୍କ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଉ ଏହି ଯୋଜନାରେ କିଛି ସର୍ତ୍ତ ମଧ୍ୟ ରଖାଯାଇଛି, ଯେଉଁଥିରେ ଇନକମ ଟ୍ୟାକ୍ସ ଭରୁଥିବା ଏବଂ ସରକାରୀ କର୍ମଚାରୀମାନଙ୍କୁ ଏଥିରୁ ବାଦ ଦେବାକୁ ନିଷ୍ପତି ନିଆଯାଇଛି । ତେବେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଦିଲ୍ଲୀ ସରକାର ବିଜୁଳୀ ବିତରଣ କରୁଥିବା ବିଭିନ୍ନ କଂପାନୀମାନଙ୍କ ସହ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରୁଛନ୍ତି ।

ଏହି ଯୋଜନାର କିଛି ଖାସ୍ କଥା

• ନ୍ୟାସନାଲ ଫୁଡ ସିକ୍ୟୁରିଟି କାର୍ଡ ଧାରକମାନଙ୍କୁ ଏହି ଯୋଜନର ଲାଭ ମିଳିବ ।

• ଇନକମ ଟ୍ୟାକ୍ସ ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ମାଗଣା ସ୍ୱାସ୍ଥ୍ୟ ବୀମା ମିଳିବ ନାହିଁ ।

• ସରକାରୀ କର୍ମଚାରୀମାନେ ମଧ୍ୟ ଏହି ମାଗଣା ବୀମାର ଲାଭ ଉଠାଇ ପାରିବେ ନାହିଁ ।

• ଏହି ଯୋଜନା ଆଧାରରେ ଡିଏମ, ଏମସିଏଚ ଡାକ୍ତରମାନଙ୍କୁ ପ୍ୟାକେଜରୁ ୧୫ ପ୍ରତିଶତ ଅଧିକ ମିଳିବ ।