ପରିବହନ ବିଭାଗର ନୂଆ କଟକଣା: ଏଣିକି ପୁରୁଣା ଗାଡି ଚଲାଇଲେ ଦେବାକୁ ପଡିବ ହଜାରେ ଟଙ୍କାର ଜରିମାନା

66

ପରିବେଶ ପ୍ରଦୂଷଣ ଏବଂ ଟ୍ରାଫିକ୍ ଜାମକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ତରଫରୁ ଦିଲ୍ଲୀରେ ଆଜିଠାରୁ ଲାଗୁ ହୋଇଛି ଏଭଳି କଟକଣା । ଦିଲ୍ଲୀରେ ୧୫ ବର୍ଷ ପୁରୁଣାର ଚାଲୁଥିବା ଡିଜେଲ ଚାଳିତ ଗାଡିଗୁଡିକ ବିରୋଧରେ ଆଜିଠୁ ଧରପଗଡ ଆରମ୍ଭ ହୋଇଯାଇଛି । ଏଥିପାଇଁ ପରିବହନ ବିଭାଗ ତରଫରୁ ପୂରା ପ୍ରସ୍ତୁତି ସରିଛି । ଯେଉଁଥିରେ ନଗର ନିଗମର ମଧ୍ୟ ସହାୟତା ଲୋଡାଯିବ । ତେବେ ଦିଲ୍ଲୀରେ ଏହି ଅଭିଯାନ ଦୀପାବଳୀ ଯାଏଁ ଜାରି ରହିବ ।

ସୂଚନା ମୁତାବକ, ଦିଲ୍ଲୀରେ ଯେଉଁମାନେ ୧୫ ବର୍ଷ ପୁରୁଣାର ଡିଜେଲ ଚାଳିତ କାର ବ୍ୟବହାର କରୁଥିବେ, ପରିବହନ ବିଭାଗ ପକ୍ଷରୁ ସେଗୁଡିକର ପଂଜିକରଣ ପ୍ରତ୍ୟାହାର କରିଦିଆଯିବ । ଦିଲ୍ଲୀରେ ଏଭଳି ପାଖାପାଖି ଦୁଇ ଲକ୍ଷ କାର ରହିଛି । ଏହି ଅଭିଯାନ ଆଧାରରେ ଏହି କାରଗୁଡିକୁ ଜବତ କରି ସରକାରଙ୍କ ଦ୍ୱାରା ନିର୍ଧାରିତ କରାଯାଇଥିବା ନୀତି ଅନୁସାରେ ବନ୍ଦ କରିଦିଆଯିବ ।

ପରିବହନ ବିଭାଗର ଏକ ଦଳ ସେହି ସବୁ ଠିକଣାରେ ମଧ୍ୟ ପହଂଚିପାରିବେ, ଯେଉଁ ଠିକଣାରେ ଏହି କାରଗୁଡିକ ପଂଜିକୃତ ଥିଲା । ସେହିପରି ଏହି କାରଗୁଡିକ ସହିତ ୧୫ ବର୍ଷ ପୁରୁଣାର ଅନ୍ୟ ଗାଡିଗୁଡିକୁ ବି ଅନୁମତି ମିଳିବ ନାହିଁ । ଦୁଇ ଚକିଆ, ତିନି ଚକିଆ ସହିତ ଅନ୍ୟ ଗାଡିଗୁଡିକ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ । ସେହପରି ପ୍ରଦୁଷଣ ପ୍ରମାଣ ପତ୍ର ନଥିବା କାରଣରୁ ପରିବହନ ବିଭାଗ ଏକ ହଜାର ଟଙ୍କାର ଚାଲାଣ କାଟିବ ।