ପବିତ୍ର ଘାଟରେ ରକ୍ତର ଛିଟା ! ଜଣେ ସାଧୁଙ୍କ ଉନ୍ମୁକ୍ତ କାଣ୍ଡ ବନ୍ଧୁକୁ ହତ୍ୟା କରି କୁକୁରକୁ ପିଆଇଲା ତା’ର ରକ୍ତ

31

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିଦ୍ୱାରର ପବିତ୍ର ଗଙ୍ଗା ନଦୀ ନିକଟସ୍ଥ ଏକ ଛୋଟ ବସ୍ତିରେ । ତେବେ ଘଟଣାଟି ହେଲା, ତରସ ଗିରି ନାମକ ଜଣେ ସାଧୁ ନିଜ ପରିବାର ଲୋକଙ୍କୁ ଧରି ପବନ ନାମକ ବନ୍ଧୁଙ୍କ ଘରେ ରହୁଥିଲା । ମାତ୍ର କିଛି ଦିନ ପୂର୍ବରୁ କୌଣସି କାରଣରୁ ତାର ସ୍ତ୍ରୀ ଏବଂ ଭାଇର ମୃତ୍ୟୁ ହୋଇଥିଲା । ତେବେ ସେମାନଙ୍କ ମୃତ୍ୟୁ ପାଇଁ ସେ ପବନଙ୍କୁ ହିଁ ଦାୟୀ କରିଥିଲା । ତା’ର ସନ୍ଦେହ ଥିଲା କି ପବନ ତନ୍ତ୍ର ମନ୍ତ୍ର କରି ତା’ର ସ୍ତ୍ରୀ ଏବଂ ଭାଇକୁ ହତ୍ୟା କରିଛି ।

ତେବେ ପବନ ଘରେ ଶୋଇଥିବାବେଳେ ତରସ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ମାତ୍ର କୌଣସି ମତେ ପବନ ବଂଚିଯାଇଥିଲେ । କିନ୍ତୁ ଏତିକିରେ ତରସର ରାଗ ଶାନ୍ତ ହୋଇ ନଥିଲା ସେ ତାଙ୍କୁ ହତ୍ୟା କରିବାକୁ ପୁରା ନିଷ୍ପତି ନେଇ ସାରିଥିଲା । ଗତ ଶନିବାର ଦିନ ପବନ ଘର ଦୁଆରେ ବସିଥିବାବେଳେ ସେ ତାଙ୍କ ଉପରକୁ ଠେଙ୍ଗାରେ ଆକ୍ରଣମ କରିଥିଲା ଏହାପରେ ପବନ ତଳେ ପଡିଯାଇଥିଲେ । ତରସ ତାଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲା । ଖାଲି ସେତିକି ନୁହେଁ ହତ୍ୟା କରିସାରିବା ପରେ ପବନଙ୍କ ରକ୍ତକୁ କୁକୁରକୁ ପିଆଇ ପୁଲିସ ଆସିବା ଯାଏଁ ଶବ ନିକଟରେ ଚୌକି ପକାଇ ବସି ରହିଥିଲା । ତେବେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣା କରିଛି ।